ଭାରତୀୟ ଟିମର ସେ ପୂର୍ବତନ କପ୍ତାନ । ଲିଟିଲ ମାଷ୍ଟର ନାମରେ ବେଶ ଜଣାଶୁଣା । ଏଥିରୁ ଆପଣ ଜାଣିସାରିବେଣି ଆମେ କାହା କଥା କହୁଛୁ । ହଁ ଦର୍ଶକବନ୍ଧୁ ଆମେ କହୁଛୁ ଭାରତର ପୂର୍ବତନ ଦମଦାର ବ୍ୟାଟର ସୁନିଲ ଗାଭାସ୍କରଙ୍କ କଥା । ଆଜି ଅର୍ଥାତ ଜୁଲାଇ ୧୦ ତାରିଖରେ ସେ ପାଳନ କରୁଛନ୍ତି ନିଜର ୭୪ତମ ଜନ୍ମଦିନ । କହିବାକୁ ଗଲେ, ନିଜ ଜମାନାରେ ଲିଟିଲ ମାଷ୍ଟରଙ୍କର ଥିଲା ଜବରଦସ୍ତ ଫ୍ୟାନ ଫଲୋଇଂ । ସେତେବେଲେ ଗାଭାସ୍କରଙ୍କର ଏତେ କ୍ରେଜ ଥିଲା ଯେ, ଅଟୋଗ୍ରାଫ ନେବା ପାଇଁ ଫ୍ୟାନଙ୍କର ଲାଗୁଥିଲା ଖଚାଖଚ୍ ଗହଳି । ହେଲେ ଆପଣଙ୍କୁ ଜଣାଅଛି କି, ଗାଭାସ୍କର, ସେହି କୋଟି କୋଟି ପ୍ରଂଶସକଙ୍କ ମଧ୍ୟରୁ ଜଣଙ୍କୁ ନିଜ ହୃଦୟ ଦେଇ ବସିଥିଲେ । ସେହି ଫ୍ୟାନଙ୍କ ପ୍ରେମରେ କ୍ଲିନ ବୋଲ୍ଡ ହୋଇଯାଇଥିଲେ ଗାଭାସ୍କର ।
ଗୋଟିଏ ମ୍ୟାଚ ମଧ୍ୟରେ ତାଙ୍କର ଜଣେ ଫ୍ୟାନ ସୁନିଲଙ୍କ ଠାରୁ ନେବାକୁ ଆସିଥିଲେ ଅଟୋଗ୍ରାଫ । ଲିଟିଲ ମାଷ୍ଟର ଅଟୋଗ୍ରାଫ ଦେଇଥିଲେ । ହେଲେ ଫ୍ୟାନଙ୍କ ସୁନ୍ଦରତା ଉପରେ ପୁରା ଫିଦା ହୋଇ ଯାଇଥିଲେ । ଆଉ ପରଦିନ ସେହି ଯୁବତୀଙ୍କୁ କରିଥିଲେ ପ୍ରପୋଜ ଏବଂ ଶେଷରେ କରିଥିଲେ ସାରା ଜୀବନର ସାଥୀ ।
ଆଜି ସୁନିଲ ନିଜର ୭୪ତମ ଜନ୍ମଦିନ ପାଳନ କରୁଛନ୍ତି । ଏଥିପାଇଁ ଏବେ ସୁନିଲଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଜୋର ହେଉଛି । ଦେଖିବାକୁ ଗଲେ କୌଣସି ସିନେମାର ଲଭ ଷ୍ଟୋରୀ ଠାରୁ କମ ନୁହେଁ ସୁନିଲଙ୍କ ପ୍ରେମ । ଟିକିଏ ନିଆରା ହେଉଛି ଗାଭାସ୍କରଙ୍କ ପ୍ରେମ କହାଣୀ । ତେବେ ସୁନିଲଙ୍କ ଫ୍ୟାନ୍ସଙ୍କ ମଧ୍ୟରୁ ଜଣେ ସୁନ୍ଦରୀ ମହିଳା ଥିଲେ ମାର୍ଶାଲିନ ମଲହୋତ୍ରା । ଯିଏ ଉତରପ୍ରଦେଶ କାନପୁରରେ ରୁହନ୍ତି । ଦୁହିଁଙ୍କ ପ୍ରଥମ ଦେଖା ୧୯୭୩ ମସିହାରେ ହୋଇଥିଲା । ସେହି ସମୟରେ ମ୍ୟାଚ ମଧ୍ୟରେ ମାର୍ଶଲୀନ ଗାଭାସ୍କରଙ୍କୁ ସପୋର୍ଟ କରିବାକୁ ଆସିଥିଲେ ଷ୍ଟାଡିୟମକୁ । ଲଂଚ ବ୍ରେକ ବେଳେ ସୁନିଲ ଗାଭାସ୍କରଙ୍କ ଠାରୁ ମାର୍ଶାଲୀନ ଅଟୋଗ୍ରାଫ ନେବାକୁ ଆସିଥିଲେ । ଆଉ ସେତେବେଳେ ପ୍ରଥମ ଦେଖାରେ ହିଁ ଗାଭାସ୍କର ମନେ ମନେ ଫିଦା ହୋଇଯାଇଥିଲେ ମାର୍ଶଲୀନଙ୍କ ଉପରେ ।
ପ୍ରଥମ ସାକ୍ଷାତରେ ଅଟୋଗ୍ରାଫ ଓ ମ୍ୟାଚ ଶେଷ ହେବା ପରେ ଗାଭାସ୍କର ସିଧା ବାହାରି ଯାଇଥିଲେ ମାର୍ଶାଲୀନଙ୍କ ଘରକୁ । ଘର ଠିକଣା ଖୋଜି ଖୋଜି ମାର୍ଶଲୀନଙ୍କ ସହ ଦେଖା ହେବା ପାଇଁ ପହଂଚି ଯାଇତିଲେ କାନପୁରରେ । ଆଉ କାନପୁରରେ ହିଁ ସବୁ ଘର ଲୋକଙ୍କ ସାମ୍ନାରେ ପ୍ରପୋଜ୍ କରିଥିଲେ ମାର୍ଶଲୀନଙ୍କୁ ଏବଂ ବିବାହ କରିବା ପାଇଁ କହିଥିଲେ । ଏହାପରେ ୨୩ ସେପ୍ଟେମ୍ବର ୧୯୭୪ ମସିହାରେ ମାର୍ଶଲୀନଙ୍କ ସହ ସାତଫେରା ନେଇ ତାଙ୍କୁ କରିଥିଲେ ସାରା ଜୀବନର ସାଥୀ ।

