24 C
Odisha
Wednesday, October 29, 2025

ମୃତ୍ୟୁ ଆଗରୁ ମନରେ ଆସିଥାଏ କେଉଁ ଭାବନା ?

ଜୀବନ ଏବଂ ମୃତ୍ୟୁ । ଆଜିକା ଦୁନିଆର ଏକମାତ୍ର ସତ୍ୟ । ଯିଏ ଜନ୍ମ ହୋଇଛି, ତାର ମୃତ୍ୟୁ ନିଶ୍ଚିତ । ଜନ୍ମ ହୋଇଥିବା ବ୍ୟକ୍ତି ଦିନେ ନା ଦିନେ ପ୍ରାଣ ତ୍ୟାଗ କରିଥାଏ । ଆଉ ପଡିଥାଏ ଜୀବନର ଯବନିକା । ତେବେ ବିଭିନ୍ନ କାରଣରୁ ହୋଇଥାଏ ମୃତ୍ୟୁ । କିନ୍ତୁ କେବେ ଭାବିଛନ୍ତି କି ମୃତ୍ୟୁର ଠିକ୍ ଆଘରୁ ମନକୁ କେଉଁ ଭବନା ଆସିଥାଏ । ବ୍ୟକ୍ତି କଣ ଚିନ୍ତା କରିଥାଏ । ହେଲେ ଏଷ୍ଟୋନିଆ ୟୁନିଭର୍ସିଟିର ଏକ ରିପୋର୍ଟରୁ ଜଣାପଡିଛି ଭୟଙ୍କର ସତ୍ୟ ।

ନିକଟରେ ମୃତ୍ୟୁ ଉପରେ ଗବେଷଣା କରୁଥିଲେ ଏଷ୍ଟୋନିଆ ୟୁନିଭର୍ସିଟିର କିଛି ଗବେଷକ । ମଣିଷର ଚିନ୍ତାଧାରା ନେଇ ସେମାନେ କରୁଥିଲେ ରିସର୍ଚ୍ଚ । ମରିବା ବେଳେ ମଣିଷ ମସ୍ତିସ୍କର ଗତିବିଧି କେମିତି ଥାଏ, କଣେ ସେ ଭାବୁଥାଏ ତାହା ଉପରେ ଚାଲିଥିଲା ଗବେଷଣା । ପ୍ରାୟ. ମାସେ ଧରି ଏ ବିଷୟରେ ଗବେଷଣା ହୋଇଥିଲା । ଆଉ ଯାହା ରିପୋର୍ଟ ଆସିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମରିବା ପୂର୍ବରୁ ଜଣେ ଏମିତି ଯେ ଭାବି ପାରିବ ତାହା ସେମାନେ କେବେ ହେଲେ କଳ୍ପନା କରିନଥିଲେ ।

ଏଷ୍ଟୋନିଆ ୟୁନିଭର୍ସିଟିର ବୈଜ୍ଞାନିକ ମୃତ୍ୟୁଶଯ୍ୟାରେ ପଡିଥିବା ଜଣେ ବ୍ୟକ୍ତି ଉପରେ କରିଥିଲେ ରିସର୍ଚ । ବ୍ୟକ୍ତିଙ୍କର ମୃତ୍ୟୁ ଏକ ପ୍ରକାର ନିଶ୍ଚିତ ଥିଲା । ତାଙ୍କୁ 87 ବର୍ଷ ହୋଇଥିବା ବେଳେ ସେ ବାତ ରୋଗରେ ପୀଡିତ ଥିଲେ । ଦୀର୍ଘ ଦିନ ଧରି ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଦିନକୁ ଦିନ ଦେହ ଅଧିକ ଖରାପ ହେବାକୁ ଲାଗିଥିଲା । ଫଳରେ ତାଙ୍କୁ ହସ୍ପିଟାଲରେ ଆଡମିସନ୍ କରିବାକୁ ପଡିଥିଲା । ମୃତ୍ୟୁ ତାଙ୍କର ନିକଟତର ବୋଲି ଜାଣି ପାରିଥିଲେ ଡାକ୍ତର ଏବଂ ଗବେଷଖ । ଯାହା ପରେ ସେମାନେ ଆରମ୍ଭ କରିଦେଇତିଲେ ରିସର୍ଚ୍ଚ ।

ପ୍ରଥମେ ଗବେଷକମାନେ ତାଙ୍କ ମସ୍ତିଷ୍କକୁ ବ୍ରେନ୍ ମ୍ୟାପିଂ କରିଥିଲେ । ଏତିପାଇଁ ବ୍ୟବହାର କରିଥିଲେ ଇଇଜି ଟେକନୋଲୋଜି । ଯାହା ମସ୍ତିଷ୍କକୁ ରିଡ୍ କରିଥାଏ । ଏହାସହ ସେମାନେ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସାହାଯ୍ୟ ନେଇଥିଲେ । ଯେଉଁଥିରୁ ସେମାନେ ପାଇଥିଲେ କିଛି ଅଡିଓ ରେକର୍ଡିଂ । ବ୍ୟକ୍ତିଙ୍କ ମୃତ୍ୟୁ ପୂର୍ବର ଭାବନାର ଅଡିଓ ରେକର୍ଡିଂ ଲାଗିଥିଲା ଗବେଷକଙ୍କ ହାତରେ । ଯାହାକୁ ସେମାନେ ପ୍ରକାଶ କରିଥିଲେ । ରେକର୍ଡିଂରେ ଶୁଣିବାକୁ ମିଳିଥିଲା ଯେ, ବ୍ୟକ୍ତିଜଣଙ୍କ ପ୍ରଥମେ ଭାବୁଥିଲେ ପରିବାର କଥା । ଏହାସହ ନିଜ ଜୀବନର ପୁରୁଣା ସ୍ମୃତିକୁ ସେ ମନା ପକାଉଥିଲେ । ବେଳେ ବେଳେ ଭାବବିହ୍ୱଳ ହୋଇଯାଉଥିଲେ ସେ । ମସ୍ତିଷ୍କ କାନ୍ଦିବାକୁ କହୁଥିଲେ ବି ଝରୁ ନଥିଲା ଲୁହ । ଏହାସହ ସେ ନିଜର ପିଲା ଦିନକୁ ବେଶି ମନେ ପକାଉଥିଲେ । ଏପରିକି ନିଜ ପୁଅଙ୍କ କଥା ସେ ବେଶି ଭାବୁଥିଲେ ।  ତେବେ ବଂଚିଥିବା ସମୟ ଅପେକ୍ଷା ମୃତ୍ୟୁ ଆଗରୁ ମସ୍ତିଷ୍କ ଅଧିକ ଜୋରରେ କାମ କରୁଥିଲା । ମସ୍ତିଷ୍କର ଭାବନା ଗତି ଖୁବ୍ ଅଧିକ ଥିଲା । ଲଗାତାର ଭାବେ ସମାନ ଭାବନା ତାଙ୍କ ମନକୁ ଆସୁଥିଲା । ଏମିତି ଧିରେ ଧିରେ ସେ ପ୍ରାଣ ହରାଇଥିଲେ । ତେବେ ଦର୍ଶକବନ୍ଧୁ ମୃତ୍ୟୁ ଆଗରୁ ପ୍ରକୃତରେ ଭଗବାନଙ୍କ ନାଁ ସ୍ମରଣ କରିବା ଉଚିତ । ଏହା ଦ୍ୱାରା ସ୍ୱର୍ଗ ସୁଖର ଲାଭ ମିଳେ । ମଣିଷ ଜନ୍ମରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ