ଆମ ଭାରତରେ ରହିଛି ଅନେକ ଚମତ୍କାର ମନ୍ଦିର । ଯୁଆଡ଼େ ଗଲେ ସିଆଡେ ଆପଣ ନିହାତି କିଛି ନା କିଛି ମନ୍ଦିର ପାଇବେ । ଆଉ ସବୁ ମନ୍ଦିରରେ ମଧ୍ୟ ରହିଥାଏ କିଛି ଖାସ ବିଶେଷତ୍ଵ । ତେବେ ଉତ୍ତର ପ୍ରଦେଶ ରେ ଏମିତି ଏକ ମନ୍ଦିର ଅଛି, ଯାହାର ଚର୍ଚ୍ଚା ସବୁଠି ହୁଏ । ୟୁପିରେ ଏମିତି ଏକ ମନ୍ଦିର ମଥୁରାର ବୃନ୍ଦାବନ ରେ ରହିଛି । ଆଉ ଏହା ହେଉଚି ଭଗବାନ ଶ୍ରୀ କୃଷ୍ଣ ଙ୍କ ମନ୍ଦିର । ନିଧିବନ ରେ ଥିବା ଏହି ମନ୍ଦିରକୁ ରହସ୍ୟମୟୀ ମନ୍ଦିର ବୋଲି କୁହାଯାଏ । ଏହି ମନ୍ଦିର ବିଷୟରେ କୁହାଯାଏ କି ଏଠାକୁ ଭଗବାନ ଶ୍ରୀକୃଷ୍ଣ ପ୍ରତିଦିନ ଶୟନ କରିବାକୁ ଆସନ୍ତି । ଖାସ୍ କଥା ଏହା ଯେ, ୟୁପିର ମଥୁରା ରେ ଥିବା ଏହି ମନ୍ଦିରରେ ଭଗବାନ ଙ୍କ ଶୟନ ପାଇଁ ମନ୍ଦିରର କବାଟ ଆପେ ଆପେ ଖୋଲିଯାଏ ଏବଂ ଆପେ ଆପେ ବନ୍ଦ୍ ବି ହୋଇଥାଏ । ଏହାର ରହସ୍ୟ ଜାଣିବା ପାଇଁ ଅନେକ ଲୋକ ଚେଷ୍ଟା କରିଛନ୍ତି । ହେଲେ ସଫଳ ହୋଇପାରି ନାହାନ୍ତି । ବାସ୍ତବରେ କହିବାକୁ ଗଲେ ଏହା ବହୁତ୍ ଚମତ୍କାରି । କାହାଣୀ ଗପ ରେ ଏହାର ଚର୍ଚ୍ଚା ହୁଏ । ପ୍ରଭୁଙ୍କ ଶୟନ ନିମନ୍ତେ ଏହି ମନ୍ଦିରରେ ପ୍ରତିଦିନ ବିଛଣା ମଧ୍ୟ ପକାଯାଏ । ମନ୍ଦିର ପ୍ରଶାସନ ତରଫରୁ ପ୍ରତି ସନ୍ଧ୍ୟାରେ ମନ୍ଦିର ବନ୍ଦ୍ କରିବା ପୂର୍ବରୁ ବିଛଣା ଭାବେ ସଫା ଥିବା ଗଦି ଓ ଚାଦର ପକାଯାଏ । ପରେ ସକାଳେ କବାଟ ଖୋଲିବା ପରେ ବିଛଣା ଦେଖି ଏମିତି ମନେ ହୁଏ କି, କିଏ ଯେମିତି ଏହା ଉପରେ ଶୋଇଥିଲା ।
ଆଉ ଏକ ରହସ୍ୟମୟ କଥା ହେଲା ଏହା ଯେ , ଏହି ମନ୍ଦିରରେ ମାଖନ୍ ଓ ମିଶ୍ରି ଭୋଗ କରାଯାଇ ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟାଯାଏ। ଆଉ ବାକି ସବୁ କୁ ମନ୍ଦିରରେ ହିଁ ରଖି ଦିଆଯାଏ । ହେଲେ ସକାଳ ହେବା ବେଳକୁ ଏହା ଆପେ ଆପେ ସରିଯାଇଥାଏ । ମାନ୍ୟତା ଏମିତି ଅଛି କି, ଭଗବାନ ଶ୍ରୀ କୃଷ୍ଣ ନିଜେ ଏହି ପ୍ରସାଦ ଖାଇଯାନ୍ତି ।
ଆଉ ଏକ କଥା ହେଲା କି ଏଠାରେ ତାନସେନଙ୍କ ଗୁରୁ ସନ୍ଥ ହରିଦାସ ନିଜ ଭଜନ ଦ୍ଵାରା ରାଧା କୃଷ୍ଣ ଙ୍କ ଯୁଗ୍ମ ରୂପ କୁ ସାକ୍ଷାତ ପ୍ରକଟ କରିଥିଲେ । ଏଠାରେ ବି ସ୍ବାମୀ ଙ୍କ ର ସମାଧି ରହିଛି । ଏହାବାଦ୍ ମନ୍ଦିର ପରିସରରେ ଦୁଇଟି ଖାସ୍ ତୁଳସୀ ଗଛ ରହିଛି, ଯାହାକୁ ନେଇ କୁହାଯାଏ କି, ରାତି ସମୟରେ ଏ ଗଛ ରାଧାଙ୍କ ଗୋପୀ ବନିଯାନ୍ତି ଓ ନାଚ କରନ୍ତି । ତେବେ ଏହି ତୁଳସୀ ପତ୍ର ତୋଳିବା ଉପରେ ରହିଛି କଡା କଟକଣା ।
ବୃନ୍ଦାବନ ର ନିଧିବନ୍ ବିଷୟରେ ଏମିତି ମାନ୍ୟତା ଅଛି କି, ଭଗବାନ ଶ୍ରୀ କୃଷ୍ଣ ଓ ରାଧା ରାଣୀ ଏଠାରେ ରାସଲୀଳା କରନ୍ତି । ଯଦି କୌଣସି ବ୍ୟକ୍ତି ଏହାକୁ ଦେଖିବାକୁ ଚେଷ୍ଟା କରନ୍ତି, ତେବେ ସେ ପାଗଳ ହୋଇଯାଏ ଏବଂ ହରାଇଥାଏ ନିଜର ଦୃଷ୍ଟିଶକ୍ତି । ସନ୍ଧ୍ୟାରେ ଆଳତି ପରେ ମନ୍ଦିରକୁ ପୂଜାରୀ ବି ଯାଆନ୍ତିନି ।

