35.4 C
Odisha
Saturday, March 7, 2026

ବନ୍ଦ ହୋଇଯିବ କିଆର ଏହି କାର୍

ଆଜିର ଦିନରେ କାର୍ ର ଖୁବ୍ ଡିମାଣ୍ଡ । ଲୋକଙ୍କ ଆଗ୍ରହ ମଧ୍ୟ କାର୍ ପ୍ରତି ବଢୁଛି । ଦିନକୁ ଦିନ ନୂଆ ନୂଆ କାର୍ କିଣିବାକୁ ପସନ୍ଦ କରୁଛନ୍ତି ଲୋକେ । ଆଉ ଗ୍ରାହକଙ୍କ ଚାହିଦା ଅନୁସାରେ କମ୍ପାନୀମାନେ ମଧ୍ୟ ଲଂଚ୍ କରୁଛନ୍ତି ଭଳିକି ଭଳି କାର୍ । ହେଲେ କିଛି କିଛି କାର୍ ହେଉଛି ହିଟ୍, ଆଉ କିଛି କାର୍ ପୁରା ଫ୍ଲପ୍ ହେଉଛି । ତେବେ ଏମିତି ଏକ ଫ୍ଲପ୍ କାର୍ ଏବେ ବନ୍ଦ ହେବାକୁ ଯାଉଛି । ତିନି ବର୍ଷ ଧରି ଫେଲ୍ ମାରିବା କାରଣରୁ ଏହାକୁ ବନ୍ଦ କରୁଛି କମ୍ପାନୀ ।

ଆମେ ଯେଉଁ କାର୍ ବିଷୟରେ କହୁଛୁ, ତାହା ହେଲା କିଆର ଏମବିପି କାର୍ଣ୍ଣିଭାଲ୍ । ଦମଦାର୍ ଲୁକ୍ ଏବଂ ଡିଜାଇନ୍ ସହ ଲଂଚ୍ ହୋଇଥିଲା ଏହି କାର୍ । ଏକ ପ୍ରିମିୟମ ସିରିଜର କାର୍ ଥିଲା କାର୍ଣ୍ଣିଭାଲ୍ । ଗ୍ରାହକଙ୍କ ଚାହିଦା ଓ ପସନ୍ଦ ଅନୁସାରେ, ସବୁ କିଛି ଆଡ୍ କରିଥିଲା କମ୍ପାନୀ । କିନ୍ତୁ ପାଣିରେ ମିଶିଯାଇଥିଲା କମ୍ପାନୀର ଆଶା । ଅନ୍ୟ କିଆ କାର୍ ଭଳି ଏହା ପାଇନଥିଲା ସଫଳତା । ବାରତୀୟ ବଜାରରେ ପୁରା ଫେଲ୍ ମାରିଥିଲା ଏହି ଦମଦାର୍ କାର୍ ।

ଏବେ କିନ୍ତୁ କାର୍ଣ୍ଣିଭାଲ୍ ଗ୍ରାହକଙ୍କୁ କମ୍ପାନୀ ଦେଇଛି ଝଟକା । ଏଙି କାର୍ ପ୍ରଡକ୍ସନ ବନ୍ଦ ହେବା ନେଇ ସଙ୍କେତ ମିଳିଛି । ଭାରତୀୟ ବଜାରରେ ମଧ୍ୟ ଏହାକୁ ଡିସକଣ୍ଟିନ୍ୟୁ କରିଛି କିଆ । ତେବେ ଏନେଇ କମ୍ପାନୀ ତରଫରୁ ସିଧାସଳଖ କିଛି କୁହାଯାଇ ନାହିଁ । ହେଲେ ନିଜ ଓ୍ୱେବସାଇଟରୁ ଏହାକୁ ହଟାଇ ଦେଇଛି । କିଛି କିଛି ଡିଲର ମଧ୍ୟ ସମାନ କଥା କହୁଛନ୍ତି । ସେମାନଙ୍କୁ କାର୍ଣ୍ଣିଭାଲର ବୁକିଂ ନରଖିବାକୁ କମ୍ପାନୀ ତରଫରୁ କୁହାଯାଇଥିବା ସେମାନେ ପ୍ରକାଶ କରିଛନ୍ତି ।

କମ୍ପାନୀକୁ ଏପ୍ରିଲ ମେ ମାସରେ ବେଶୀ ଦୁଃଖ ଦେଇଥିଲା କାର୍ଣ୍ଣିଭାଲ । କାରଣ ଏହି ମାସରେ ଗୋଟିଏ ହେଲେ କାର୍ ହୋଇନଥିଲା ବିକ୍ରି । କିନ୍ତୁ ବର୍ଷର ଜାନୁଆରୀ ମାସରେ ଭଲ ୟୁନିଟ ବିକ୍ରି କରିଥିଲା କମ୍ପାନୀ । ପ୍ରାୟ 1000 ୟୁନିଟ କିଣିଥିଲେ ଗ୍ରାହକ । ହେଲେ ଫେବ୍ରୁଆରୀରେ ଏହା 504କୁ ଖସି ଆସିଥିଲା । ମାର୍ଚରେ ସାରା ଦେଶରେ ବିକ୍ରି ହୋଇଥିଲା 1068 ୟୁନିଟ୍ । ଯାହାକୁ ନଜରରେ ରଖି କମ୍ପାନୀ ନେଇଛି ବଡ ନିଷ୍ପତ୍ତି । ଡିମାଣ୍ଡ କମ୍ ହେଉଥିବାରୁ ପ୍ରଡକ୍ସନ ବନ୍ଦ କରିବା ପାଇଁ ବାଧ୍ୟ ହୋଇଛି କିଆ ମୋଟର୍ସ ।

2019ରେ ଭାରତୀୟ ବଜାରରେ ଏଣ୍ଟ୍ରି କରିଥିଲା କିଆ କାର୍ । ସେଲଟସରୁ ଭାରତୀୟ ବଜାରରେ ଯାତ୍ରା ଆରମ୍ଭ କରିଥିଲା କିଆ । ଏହାପରେ 2020ରେ ଲଂଚ୍ ହୋଇଥିଲା କାର୍ଣ୍ଣିଭାଲ୍ । ସେତେବେଳେ ଏହାର ଦାମ୍ ଥିଲା 25 ଲକ୍ଷ । ପରେ ଏହାର ମୂଲ୍ୟ ବୃଦ୍ଧି ପାଇ 35 ଲକ୍ଷରେ ପହଁଚିଥିଲା । ଏହାକୁ କମ୍ପାନୀ କମ୍ପଲିଟ୍ ନକ୍ ଡାଉନରେ ଭାରତ ଆଣୁଥିଲା । ହେଲେ ଭାରତୀୟ ବଜାରରେ ଏହାକୁ ଆସେମ୍ବଲ କରୁଥିଲା କିଆ ମୋଟର୍ସ । ସେତେବେଳେ ଏହା ଏକ ପ୍ରିମିୟମ କାର୍ ଥିଲା । ଏଥିରେ ରହିଥିଲା 7 ସିଟ୍ ର ସୁବିଧା । ଇଂଜିନ୍ ଏବଂ ମାଇଲେଜକୁ ଦେଖିଲେ ମଧ୍ୟ ସେମିତି କିଛି ଖରାପ ନଥିଲା । ତେଣୁ ପ୍ରାରମ୍ଭିକ ସ୍ତରରେ ଏହାକୁ କିଣିଥିଲେ ଗ୍ରାହକ । କିନ୍ତୁ ଦିନକୁ ଦିନ ଏଙାର ଡିମାଣ୍ଡ କମିଥିଲା । ପରିସ୍ଥିତି ଏମିତି ଥିଲା ଯେ, ଏହାକୁ ବନ୍ଦ କରିବାକୁ ବାଧ୍ୟ ହୋଇଛି କମ୍ପାନୀ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ