22.9 C
Odisha
Wednesday, October 29, 2025

ମଦ ଓ ମାଂସ ଦୋକାନ ବନ୍ଦ

ଆରମ୍ଭ ହୋଇଗଲା ଶ୍ରାବଣ ମାସ । ଶ୍ରଦ୍ଧାଳୁମାନେ ଏବେ ବୋଲବମ ଯାତ୍ରାରେ ଯିବା ପାଇଁ ପ୍ରସ୍ତୁତ ହୋଇଗଲେଣି । ତେବେ ଅନେକ ସମୟରେ ଆମେ ଦେଖିବାକୁ ପାଉ ଅଧାବାଟରେ ବୋଲବମ ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡନ୍ତି । ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହାବାଦ ବାଟରେ ଗଲାବେଳେ ପଡୁଥିବା ମଦ ଓ ମାଂସ ଦୋକାନ ପାଇଁ ମନରେ ଭିନ୍ନ ଭାବନା ଜାଗ୍ରତ ହୁଏ । ଗାୟବ ହୋଇଯାଏ ଆଧ୍ୟାତ୍ମିକ ଭାବନା । ହେଲେ ଏବେ ଚିନ୍ତା କରିବା ଦରକାର ନାହିଁ । କାରଣ ବୋଲବମ ଯାତ୍ରୀ ଗଲାବେଳେ ବାଟରେ ଏସବୁ ଜିନିଷ ଆଉ ଦେଖିବେନି । କାରଣ ସେମାନଙ୍କ ଯିବା ରାସ୍ତାରେ ପଡୁଥିବା ମାସଂ ଏବଂ ମଦ ଦୋକାନଗୁଡିକ ବନ୍ଦ ରଖିବାକୁ ହୋଇଛି ନିଷ୍ପତି । ଯାହା ସମଗ୍ର ଉତରପ୍ରଦେଶରେ ଲାଗୁ ହେବ ।
ଗତକାଲି ବରିଷ୍ଠ ଅଧିକାରୀମାନଙ୍କର ବସିଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକ ପରେ ଗୃହ ସଚିବ ସଂଜୟ ପ୍ରସାଦ କହିଥିଲେ କି, ଏହି ବୈଠକରେ ବୋଲବମ ଯାତ୍ରା ମଧ୍ୟରେ ସଫେଇ ବ୍ୟବସ୍ଥା, ରୁଟ୍ ଡାଇଭର୍ସନ, ଚିକିତ୍ସା ବ୍ୟବସ୍ଥା ଆଦି ଉପରେ ଆଲୋଚନା କରାଯାଇଥିଲା । ଯେଉଁଥିରୁ ଜଣାପଡିଛି କି, କାଉଡିଆ ମାନେ ଯେଉଁ ମାର୍ଗ ଦେଇ ଯାତ୍ରା କରିବେ ସେ ରାସ୍ତାରେ ମାଂସ ଦୋକାନ ଏବଂ ମଦ ଦୋକାନ ବନ୍ଦ ରହିବ । କାଉଡିଆମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ, ସେଥିପାଇଁ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି । ବିଭିନ୍ନ ନଦୀ ଘାଟ, ମାର୍ଗ, ଶିବାଳୟଗୁଡିକରେ ସିସିଟିଭି କ୍ୟାମେରା ଲଗାଯିବା ସହ ପିଏସ ସିଷ୍ଟମ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ତେବେ ଓଡିଶା ନୁହେଁ ବରଂ ୟୁପିରେ ଏବଳି ବ୍ୟବସ୍ଥା କରାଯିବ ବୋଲବମ ଯାତ୍ରୀଙ୍କ ପାଇଁ । ରାସ୍ତାରେ ଗଲା ବେଳେ ମଝିରେ ମଝିରେ ଅସ୍ଥାୟୀ ଚିକିତ୍ସା ଶିବିର ମଧ୍ୟ ଖୋଲାଯିବ । ଏହାସହ ହସ୍ପିଟାଲଗୁଡକର ଟ୍ରମା ସେଣ୍ଟରରେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ରଖିବାକୁ ଦିଆଯାଇଚି ନିର୍ଦେଶ । ଏ ସମସ୍ତ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି ।
ତେବେ ଦର୍ଶକବନ୍ଧୁ ବୋଲବମ ଯାତ୍ରୀଙ୍କୁ ସୁରକ୍ଷା ଏବଂ ସେମାନଙ୍କୁ ଗୁରୁତ୍ୱ ଦେଇ ନିଆଯାଇଥିବା ନିଷ୍ପତି ଠିକ ନା ଭୁଲ ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ