35.7 C
Odisha
Friday, March 6, 2026

୨୫ ଟଙ୍କା ଫର୍ମ ପୂରଣ କରି ଏମିତି ହୁଅନ୍ତୁ ଅଫିସର

ଦର୍ଶକବନ୍ଧୁ ଆଜିର ତାରିଖରେ ଚାକିରୀ ମିଳିବା ଏକ ବଡ ସମସ୍ୟା । ଆଜି ବି ଦେଶରେ ଅନେକ ଶିକ୍ଷିତ ଯୁବକ ଯୁବତୀ ସରକାରୀ ଚାକିରୀ ନ ପାଇଁ ବେକାରୀ ହୋଇ ବସିରହିଛନ୍ତି । ଲଗାତର ଭାବେ ଚାକିରୀ ଖଣ୍ଡେ ପାଇବା ପାଇଁ କରି ଚାଲିଛନ୍ତି ସଂଘର୍ଷ । ହେଲେ ସମସ୍ତଙ୍କର ଏହି ଆଶା ପୂରଣ ହୋଇପାରୁନି । ନିହାତି ଭାବେ କିଛି ନା କିଛି ସମସ୍ୟା ଆସୁଛି । ଚାକିରୀ କରେଇବା ନାଁ ରେ ଅନେକ ପିଲା ଟଙ୍କା ଦେଇ ଠକାମୀର ବି ଶିକାର ହେଉଥିବା ନଜିର ରହିଛି । ତେବେ ଏସବୁ ଭିତରେ ଚାକିରୀ ଆଶାରେ ଥିବା ପ୍ରାର୍ଥୀଙ୍କ ପାଇଁ ଆମେ ଆଣିଛୁ ଖୁସି ଖବର ।
ୟୁପିଏସସିରେ ଚାକିରୀ ପାଇଁ ଇଚ୍ଛୁକ ଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । କାରଣ ୟୁପିଏସସି କିଛି ଏମିତି ଖବର ଆଣିଛି । ଏଥିପାଇଁ ୟୁପିଏସସି ସ୍ପେଶାଲିଷ୍ଟ ଗ୍ରେଡ-୩ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ବାହାର କରିଛି ବିଜ୍ଞପ୍ତି । ଯୋଗ୍ୟ ପ୍ରାର୍ଥୀ ୟୁପିଏସସିର ଅଫିସିଆଲ ୱେବସାଇଟ ୟୁପିଏସସି ଡଟ୍ ଜିଓଭି ଡଟ୍ ଇନ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ । ଏହିସବୁ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୩୧ ଅଗଷ୍ଟ ୨୦୨୩ ।
ଏହି ବିଜ୍ଞପ୍ତି ହିସାବରେ ୩୦ଟି ପଦବୀ ପାଇଁ ନିଯୁକ୍ତି କରାଯିବ । ଯଦି ଆପଣ ବି ଏହିପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ସବିଶେଷ ତଥ୍ୟ ଜାଣିବା ନିହାତି ଜରୁରୀ ।
ହାର୍ବେଷ୍ଟ ଟେକ୍ନୋଲୋଜିଷ୍ଟ ପାଇଁ ଗୋଟିଏ ପଦବୀ ଥିବା ବେଳେ ସିନିୟର ସାଇଣ୍ଟିଫିକ ଆସିଷ୍ଟାଣ୍ଟ ପାଇଁ ୫ଟି, ଡେପୁଟୀ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର ପଦ ପାଇଁ ୪ଟି, ଜୁନିଅର ସାଇଣ୍ଟିଫିକ୍ ଅଫିସର ପଦବୀ ପାଇଁ ଗୋଟିଏ ଏବଂ ସ୍ପେଶାଲିଷ୍ଟ ଗ୍ରେଡ୍ ୩ ପାଇଁ ବାହାରିଛି ୧୯ଟି ପଦବୀ ।
ତେବେ ଏହି ସବୁ ପଦବୀ ପାଇଁ ଯେଉଁ ପ୍ରାର୍ଥୀମାନେ ଆବେଦନ କରିବାକୁ ଚାହାଁନ୍ତି, ସେମାନେ ଏହାର ନୋଟିଫିକେସନ ପଢିବା ନିହାତି ଜରୁରୀ । ଏହାବାଦ ଶିକ୍ଷାଗତ ଯୋଗ୍ୟତା ଏବଂ ଦରମା ବିଷୟରେ ଅବଗତ ହେବା ଆବଶ୍ୟକ ।
ଏହାବାଦ ଆମେ ଆପଣଙ୍କୁ ଜଣାଇ ରଖିବୁ କି, ପ୍ରାର୍ଥୀଙ୍କୁ କେବଳ ୨୫ ଟଙ୍କା ଶୁଳ୍କ ଦେବାକୁ ପଡିବ । ଆବେଦନ ଶୁଳ୍କ ଆପଣ ଏସବିଆଇର କୌଣସି ଶାଖାରୁ କିମ୍ବା ନେଟ ବ୍ୟାଙ୍କିଙ୍କ ବ୍ୟବହାର କରି କରିପାରିବେ । ଅନ୍ୟପଟେ ଏସସି, ଏସଟି, ପିଡବ୍ଲୁଡି ଓ ମହିଳା ଆଶାୟୀଙ୍କୁ ଏଥିରୁ ବାଦ ଦିଆଯାଇଛି । ଅର୍ଥା ସେମାନେ କୌଣସି ପ୍ରକାର ପେମେଣ୍ଟ କରିବେ ନାହିଁ । ଏ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଆପଣ ୟୁପିଏସସିର ଅଫିସିଆଲ ୱେବସାଇଟ ଭିଜିଟ କରିପାରିବେ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ