25.1 C
Odisha
Monday, March 2, 2026

ଝାଡଖଣ୍ଡରେ ନକ୍ସଲ-ଯବାନ ଏନକାଉଣ୍ଟର : ସହିଦ ହେଲେ ଓଡିଆ ଯବାନ

ନକ୍ସଲ ଆକ୍ରମଣରେ ସହିଦ ହେଲେ ଓଡିଆ ଯବାନ । ଝାଡଖଣ୍ଡରେ ଘଟିଥିବା ମାଓ ଆକ୍ରମଣରେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ଆଖି ବୁଜିଛନ୍ତି ।ସହିଦ ଯବାନଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳରେ ।

ସୂଚନା ଅନୁସାରେ, କୁମ୍ବିଂ ଅପରେସନରେ ଝାଡ଼ଖଣ୍ଡ ଚାଇବାସା ଯାଇଥିଲେ ସିଆରପିଏଫ ଯବାନ । ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ଦୁଇ ଜଣ ଯବାନ ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିଲେ । ତୁରନ୍ତ ଆହତ ଦୁଇ ଯବାନଙ୍କୁ ରାଞ୍ଚି ଏୟାରଲିଫ୍ଟ କରାଯାଇଥିଲା । ହସ୍ପିଟାଲରେ ପହଁଚିବା ପରେ ସୁଶାନ୍ତ ଖୁଣ୍ଟିଆଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଚିକିତ୍ସା ବେଳେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ଗୁଳିବିନିମୟ ବେଳେ ସୁଶାନ୍ତଙ୍କ ଛାତିରେ ଗୁଳି ଲାଗିଥିଲା । ଅନ୍ୟ ଜଣେ ଯବାନ ଗୁରୁତର ଅଛନ୍ତି ।

ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମୃତ୍ୟୁ ଖବର ମିଳିବା ପରେ ଆନନ୍ଦପୁର ଅଞ୍ଚଳରେ ଶୋକର ଲହର ଖେଳିଯାଇଛି। ସୁଶାନ୍ତଙ୍କ ପରିବାର ଉପରେ ଯେପରି ଦୁଃଖର କଳାବାଦଲ ଖେଳିଯାଇଛି। ୨୦୨୧ରେ ସୁଶାନ୍ତଙ୍କ ବାପାଙ୍କ ଦେହାନ୍ତ ହୋଇଥିବା ବେଳେ ୨ ଭାଇଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସୁଶାନ୍ତଙ୍କ ବଡ଼ ଭାଇ ମଧ୍ୟ ସିଆରପିଏଫ୍ ଯବାନ ଥିଲେ। ୨ ବର୍ଷ ତଳେ ତାଙ୍କର ଦେହାନ୍ତ ହୋଇଥିଲା। ଆଉ ଜଣେ ଭାଇ ମଧ୍ୟ କ୍ୟାନସରରେ ମୃତ୍ୟୁବରଣ କରିଥିଲେ। ବାପା ଓ ୨ ଭାଇଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କ ପରିବାର ଲୋକ ପୈତୃକ ଘର ଛାଡ଼ି,ଆନନ୍ଦପୁରରେ ଏକ ଭଡ଼ା ଘରେ ରହିଥିଲେ। କିନ୍ତୁ କିଛି ଦିନ ହେବ ସୁଶାନ୍ତଙ୍କ ମା’ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ