16.1 C
Odisha
Friday, January 16, 2026

ପରିଶ୍ରମ ହିଁ ସଫଳତାର ଚାବିକାଠି, ଚର୍ଚ୍ଚାରେ ଆଇପିଏସ ସାଫିନ୍ ହାସନ୍

ଦେଶର କଠିନତମ ପରୀକ୍ଷା ଇଣ୍ଡିଆନ ସିଭିଲ ସର୍ଭିସ୍ ବା ଆଇଏଏସ । ସିଭିଲ ସର୍ଭିସ ହେଉଛି ପାଇବା ଅନେକଙ୍କ ପାଇଁ ସ୍ବପ୍ନ । ଏହି ସ୍ବପ୍ନ ପୁରଣ ରାସ୍ତାରେ ଆସେ ଅନେକ ଘାତ ଆଉ ପ୍ରତିଘାତ । ପ୍ରତି ମୁହୂର୍ତ୍ତରେ ସମୟ ନିଏ ପରୀକ୍ଷା । ଧୈର୍ଯ୍ୟ ଓ ପରିଶ୍ରମର ଏହି ରାସ୍ତାରେ ଯିବା ସହଜ ନୁହେଁ । ଅନେକ ଅଧାରୁ ଫେରି ଆସନ୍ତି । ଆଉ କେହି କେହି ସହଜରେ ମାନନ୍ତି ହାର୍ । କିନ୍ତୁ ଯିଏ ସବୁକୁ ଏଡାଇ ଆଗକୁ ବଢି ଚାଲେ ସିଏ ପାଏ ସଫଳତା।ଏମିତି ଜଣେ ଅଫିସର ହେଲେ ସାଫିନ୍ ହାସନ୍ । ଅନେକ ବାଧାବିଘ୍ନକୁ ଏଡାଇ ସେ ପାଇଥିଲେ ଆଇପିଏସ ।

ଗୁଜୁରାଟର ଏଖ ଛୋଟିଆ ଗାଁରେ ଜନ୍ମ ହୋଇଥିଲେ ସାଫିନ୍ । ବାପା ମାଆ ଥିଲେ ବହୁତ ଗରିବ । ପିଲାଦିନେ ଠିକ୍ ଭାବେ ଖାଇବାକୁ ମଧ୍ୟ ମିଳୁନଥିଲା । ଇଲେକ୍ଟ୍ରି କାମ କରି ଘର ଚଳାଉଥିଲେ ସାଫିନଙ୍କ ବାପା । ସଂସାର ବଡ ହେବା ପରେ ମାଆ ମଧ୍ୟ ପଦାକୁ ଗୋଡ କାଢିଲେ । ପରଘରେ ରୁଟି ସେକି ଦୁଇ ପଇସା ରୋଜଗାର କଲେ । ଏମିତିରେ ଚଳୁଥିଲା ପରିବାର ।

ଧିରେଧିରେ ବଡ ହେବାକୁ ଲାଗିଲେ ସାଫିନ୍ । ଦିନେ ତାଙ୍କ ସ୍କୁଲକୁ ଆସିଥିଲେ ସ୍ଥାନୀୟ ଜିଲ୍ଲାର ଜିଲ୍ଲାପାଳ ବା ଡିଷ୍ଟିକ୍ଟ ମାଜିଷ୍ଟ୍ରେଟ୍ । ସ୍କୁଲ ସରିବା ପରେ ଘରକୁ ଯାଇ ଡିଏମ କଣ ବୋଲି ନିଜ ମାଉସୀଙ୍କୁ ପଚାରିଥିଲେ ସାଫିନ୍ । ଜିଲ୍ଲାପାଳ ଜିଲ୍ଲାର ରାଜା ଓ ସବୁଠୁ ବଡ ଅଫିସର ବୋଲି ଜାଣିବାକୁ ପାଇଥିଲେ ସାଫିନ୍ । ସେବେଠୁ ତାଙ୍କ ମନରେ ଆସିଥିଲେ କଲେକ୍ଟର ହେବାର ସ୍ପପ୍ନ । ଆଉ ସ୍ପପ୍ନକୁ ସାକାର କରିବା ପାଇଁ ସେ ପିଲାବେଳୁ ଲାଗି ପଡିଥିଲେ ।

ଦଶମ ଶ୍ରେଣୀରେ ଭଲ ମାର୍କ ରଖି ମାଟ୍ରିକ୍ ପାସ୍ କରିଥିଲେ ସାଫିନ୍ । ଏହାପରେ ସେ ଯୁକ୍ତ ଦୁଇ ଓ ପରେ ଏନଆଇଟିରେ ପାଠ ପଢିଥିଲେ । ହେଲେ ବାଧାକ ସାଜିଥିଲା ଅର୍ଥ । ବାପା ଧାର କରଜ କରି ପୁଅକୁ ପଢାଇଥିଲେ । ଏବଂ ଇଞ୍ଜିନିୟରିଂ ପଢିବା ବେଳୁ ସେ ଆଇଏଏସ ପାଇଁ ଆରମ୍ଭ କରିଦେଇଥିଲେ ପ୍ରସ୍ତୁତି । ହେଲେ ତାହା କାଫି ନଥିଲା । ପ୍ରଥମ ପ୍ରୟାସ ହିଁ ତାଙ୍କର ଶେଷ ପ୍ରୟାସ ବୋଲି ସେ ପଣ କରିନେଇଥିଲେ । ଯାହାକୁ ସଫଳ କରିବା ପାଇଁ ସେ ଚାଲିଯାଇଥିଲେ ଦିଲ୍ଲୀ । ସେଠାରେ ସେ କୋଚିଂ ନେଇଥିଲେ ।

କୋଚିଂ ବେଳେ ଖୁବ୍ ମନ ଦେଇ ପାଠ ପଢୁଥିଲେ ସାଫିନ୍ । ଦିଲ୍ଲୀରେ ପଢିବାକୁ ଦରକାର ଥିଲେ ଖୁବ୍ ଟଙ୍କା । ଏତିକି ବେଳେ ତାଙ୍କୁ ସାହା ହୋଇଥିଲେ ଘର ପାଖର ଜଣେ ବ୍ୟକ୍ତି । ଗୋଟିଏ ପଟେ ଋଣ ବୋଝ, ଅନ୍ୟ ପଟେ ନିଜର ସ୍ପପ୍ନ ଏବଂ ବାପା ମାଆଙ୍କ ଭରସା । ସବୁକୁ ସାଥିରେ ଧରି ସେ ଦିଲ୍ଲୀରେ ପାଠ ପଢିଲେ ।

ପାଖେଇ ଆସିଥିଲେ ଆଇଏଏସ ପ୍ରଲିମ୍ ପରୀକ୍ଷ । ଯେଉଁଥିରେ ତାଙ୍କୁ ମିଳିଥିଲା ସଫଳତା । ଏହାପରେ ସେ ଦେଇଥିଲେ ମେନ୍ ପରୀକ୍ଷା । ହେଲେ ପରୀକ୍ଷା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ସେ । ଗୋଡରେ ଲାଗିଥିଲା ଶକ୍ତ ଆଘାତ । ତଥାପି ଇଂଜେକ୍ସନ ନେଇ ପରୀକ୍ଷା ଦେଲେ । କୁହାଯାଏଁ, ଭାଗ୍ୟ ସର୍ବଦା ବୀରଙ୍କ ସାଥିରେ ଥାଏ । ଯାହା ତାଙ୍କ ମେନ୍ ରେଜଲ୍ଟରୁ ଜଣାପଡିଯାଇଥିଲା । କାରଣ ମେନ୍ ମଧ୍ୟ କ୍ୱାଲିଫାଏ କରିଥିଲେ ସାଫିନ୍ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ