16.1 C
Odisha
Friday, January 16, 2026

ଇନ୍ଦିରାଙ୍କୁ ଜେଲ୍ ପଠାଇଥିଲେ ଜନତା ସରକାର, ତିହାର ଜେଲକୁ ଘୋଷାଡି ନେଇଥିଲା ପୋଲିସ

ଦିନେ ଜେଲ୍ ଯାଇଥିଲେ ଇନ୍ଦିରା । ରାତି ଅଧରେ ନେଇଯାଇଥିଲା ପୋଲିସ । ପଠାଉଥିଲା ତିହାର ଜେଲ୍ । ସାରା ଦେଶରେ ଜଳିଥିଲା ନିଆଁ । ତେବେ କଣ ଥିଲା କାରଣ । କାହିଁକି କାଳକୋଠରୀକୁ ଯାଇଥିଲେ ଭାରତର ଆଇରନ୍ ଲେଡି । ଏମିତି ଅନେକ ପ୍ରଶ୍ନ ଉତ୍ତର ମିଳିଛି ବସନ୍ଦ ଦାସଙ୍କ ଲିଖିତ ଓଡିଶା ରାଜନୀତିର ଗୋପନ କଥା ବହିରୁ ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । ଜବାହାରଲାଲ ନେହେରୁଙ୍କ ସେ ଝିଅ । ବାପାଙ୍କ ଅନ୍ତେ କିଛି ବର୍ଷ ପରେ ତାଙ୍କୁ ମିଳିଥିଲା ପ୍ରଧାନମନ୍ତ୍ରୀ ଗାଦି । ନିଜର ଶକ୍ତିଶାଳୀ ନେତୃତ୍ୱ ଓ ଦକ୍ଷତା ପାଇଁ ସେ ସଦୁବେଳେ ରହୁଥିଲେ ଚର୍ଚ୍ଚାରେ । ତାଙ୍କ କାର୍ଯ୍ୟକାଳ ଯେତିକି ଚର୍ଚ୍ଚିତ ଥିଲା, ସେତିକି ବିବାଦୀତ ମଧ୍ୟ ଥିଲା । ଏମିତିକି ତାଙ୍କୁ ଯିବାକୁ ପଡିଥିଲା ଜେଲ୍ ।

ସେତେବେଳେ ଥିଲା 1975 ମସିହା । ନିଜ କ୍ଷମତାର ଅପବ୍ୟବହାର କରି ସାରା ଦେଶରେ ଇନ୍ଦିରା ଲାଗୁ କରିଥିଲେ ଜରୁରୀକାଳିନ ପରିସ୍ଥିତି । ସବୁ ବନ୍ଦ ହୋଇଯାଇଥିଲା । ଧ୍ୱଂସ ପାଇଥିଲା ସାମ୍ବିଧାନିକ ଓ ମୌଳିକ ଅଧିକାର । ବଡ ବଡ ବିରୋଧି ନେତାଙ୍କୁ ଜେଲ୍ ପଠାଇଥିଲେ ଦେଶର ଫାଷ୍ଟ୍ ଓ୍ୱିମ୍ୟାନ୍ ପିଏମ୍ । ଦେଶରେ ବଢିଚାଲିଥିଲା ଇନ୍ଦିରା ହଟାଓ ଅଭିଯାନ । ବିରୋଧୀ ଦଳ ମଧ୍ୟ ପୁରା ଖପ୍ପା ହୋଇଯାଇଥିଲା । ଏତିକି ବେଳେ ପାର୍ଲିଆମେଣ୍ଟର ଉଠିଥିଲା ମାରୁତି ଲିମିଟେଡ୍ କମ୍ପାନୀ ବାବଦରେ କିଛି ପ୍ରଶ୍ନ । ଆଉ ଏହାକୁ ନେଇ ପାର୍ଲିଆମେଣ୍ଟ କର୍ମଚାରୀଙ୍କୁ ଧମକ ଚମକ ଦେଇଥିଲେ ଇନ୍ଦିରା । ଏମିତି କି ହଇରାଣ ହରକତ କରିବା ସହ ସେମାନଙ୍କ ନାଁରେ ମିଥ୍ୟା ମୋକଦ୍ଦମା ଚାଲିଥିଲା । ଯାହା ଥିଲା ସମ୍ପୂର୍ଣ୍ଣ ସମ୍ବିଧାନ ବିରୋଧି ।

ଏକା ମାଘକେ ଶୀତ ନଯିବା ପରି ପରବର୍ତ୍ତୀ ସମୟରେ ଶାସନକୁ ଆସିଥିଲା ଜନତା ସରକାର । ଇନ୍ଦିରାଙ୍କ ଏମରଜେନ୍ସି ଘଟଣା ତାଙ୍କୁ ଦେଇଥିଲା ବ୍ୟାକଫୁଟ୍ । ନିର୍ବାଚନରେ ଶୋଚନୀୟ ପରାସ୍ତ ହୋଇଥିଲେ ନେହରୂ ତନୟା । ଆଉ ଜନତା ସରକାର ଖୋଲିଥିଲା ଆଇରନ୍ ଲେଡିଙ୍କ ପୁରୁଣା ପେଡି । ଧମକଚମକ ଘଟଣାକୁ ସ୍ୱାଧିକାର ଭଙ୍ଗ କମିଟି ନିକଟକୁ ପଠାଇଥିଲେ ତତ୍କାଳୀନ ସରକାର । ଶେଷରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ପୂର୍ବତନ ପିଏମ୍ ।

ଏହାପରେ ଜୋରଦାର ଚାଲିଲା ଇନ୍ଦିରା ବିରୋଧୀ ପଦକ୍ଷେପ । 1978 ମସିହା ଡିସେମ୍ବର 19ରେ ଶ୍ରୀମତି ଗାନ୍ଧୀଙ୍କ ବିରୋଧରେ ପାର୍ଲିଆମେଣ୍ଟରେ ଆଗତ ହୋଇଥିଲା ବହିଷ୍କାର ପ୍ରସ୍ତାବ । ଏହାର ପୁରୋଧା ଥିଲେ ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ମୋରରାଜୀ ଦେଶାଇ । କେବଳ ବହିଷ୍କାର ନୁହେଁ, ଜେଲ ପଠାଇବା ପାଇଁ ମଧ୍ୟ ମୋରାରଜୀ ଆଣିଥିଲେ ଆଉ ଏକ ପ୍ରସ୍ତାବ । ତେବେ ପ୍ରଥମ ପ୍ରସ୍ତାବଟି ମୌଖିକ ଆଧାରରେ ଗୃହରେ ପାରୀତ ହୋଇଥିଲା । ଏହାପରେ ଜେଲ୍ ପଠାଇବା ପ୍ରସ୍ତାବ ଉପରେ ହୋଇଥିଲା ଭୋଟ୍ । ଯାହା ମଧ୍ୟ ସଫଳତାର ସହ ପାରିତ ହୋଇଥିଲା । ସେତେବେଳେ ଘଣ୍ଟାରେ ବାଜି ସାରିଥିଲା ସାଢେ ଆଠଟା । ଇନ୍ଦିରା ସାମାନ୍ୟ ବିଚଳିତ ଲାଗୁଥିଲେ । ହଠାତ ପାର୍ଲିଆମେଣ୍ଟକୁ ପ୍ରବେଶ କରିଥିଲା ପୋଲିସ । ତାଙ୍କୁ ନେଇଯାଇଥିଲା ତିହାର ଜେଲ୍ । ସେଠାରେ 7 ଦିନ ଧରି ରହିଥିଲେ ଇନ୍ଦିରା ।  ହେଲେ ନିଆଁ ଭଳି ବ୍ୟାପିଯାଇଥିଲା ଜେଲ୍ ଯିବା ଖବର । ସାରା ଦେଶରେ ଲଙ୍କାକାଣ୍ଡ ଘଟିଥିଲା । ହଜାର ହଜାର କଂଗ୍ରେସ କର୍ମୀ ବନ୍ଧା ହୋଇଥିଲେ । ଶେଷରେ 7 ଦିନ ପରେ ଇନ୍ଦିରା ଜେଲରୁ ମୁକୁଳିବା ପରେ, ଶାନ୍ତ ପଡିଥିଲା ପରସ୍ଥିତି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ