24 C
Odisha
Wednesday, October 29, 2025

ବଗି ମଝିରେ ବିପଦପୂର୍ଣ୍ଣ ଯାତ୍ରା

ଦର୍ଶକବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାର ଚକିତ କର ଭିଡିଓ ଆପଣ ଦେଖିଥିବେ । ରାତାରାତି ଏହି ଭିଡିଓ ଗୁଡିକ ଭାଇରାଲ ହୋଇଥାଏ । ବେଳେ ବେଳେ ଏଗୁଡିକ ଆମକୁ ମନୋରଂଜନର ଖୁରାକ ଯୋଗାଏ ତ ଆଉ କେତେବେଳେ ଏହାକୁ ଦେଖି ସମସ୍ତେ ତାଜୁବ ହୋଇ ରହିଯାଆନ୍ତି । ରେଳ ପ୍ଲାଟଫର୍ମ କିମ୍ବା ଟ୍ରେନକୁ ନେଇ ବହୁତ ଇଂଟରନେଟରେ ଅନେକ ଭିଡିଓ ଭରପୂର ହୋଇ ରହିଚି । ଯାହାଭିତରେ ଅନେକ ବିପଦଜନକ ଦୃଶ୍ୟ ରେକର୍ଡ ହୋଇ ରହିଛି । ଏ ସବୁକୁ ଦେଖିଲେ ଆପଣ ବି ନିଜେ ବିଶ୍ୱାସ କରିପାରିବେନି ନିଜ ଆଖିକୁ ।
ବର୍ତମାନ ନଜର ପକାନ୍ତୁ ଏହି ଭିଡିଓ ଉପରେ । ଏଠି ଜଣ ମହିଳା କିଭଳି ଭାବେ ଯାତ୍ରା କରୁଛନ୍ତି । ଏହା ଟ୍ରେନ ଭିତରର ଦୃଶ୍ୟ ନୁହେଁ । ବରଂ ଟ୍ରେନର ଦୁଇଟି ବଗି ଯୋଉଠି ଜେଣ୍ଟ ହୋଇଛି ସେଠି ଏ ମହିଳା ଜଣକ ଏକ ଛୋଟ ଶିଶୁକୁ ଧରି ଯାତ୍ରା କରୁଛନ୍ତି । ଗୋଟିଏ ହାତରେ ଧରିଛନ୍ତି ଶିଶୁକୁ ଏବଂ ।ଉ ଗୋଟିଏ ହାତରେ ଧରିଛନ୍ତି ଟ୍ରେନ । ଦେଖିବା ପରେ ତ ଯେ କୌଣସି ବ୍ୟକ୍ତିଙ୍କୁ ଭୟ ଲାଗିବ । କାରଣ ଟ୍ରେନର ସ୍ପିଡ୍ ହିସାବରେ ଏମିତି ବସି ଯବା ସହଜ କଥା ନୁହେଁ । ତା ପୁଣି ଗୋଟିଏ ସିଶୁକୁ କୋଳରେ ଏମିତି ଧରି । ନିହାତି ଭାବେ ଚ୍ୟାଲେଂଜପୂର୍ଣ୍ଣ କଥା . ହେଲେ ଏ ମହିଳାଙ୍କର ସାହସକୁ ମାନିବାକୁ ପଡିବ । ଏ ଦୃଶ୍ୟ ଦେଖି ଲାଗୁଚି ବୋଧେ ନିଜ ଜୀବନ ପ୍ରତି ତାଙ୍କର ଲୋଭ ନାହିଁ କି ଛୋଟ ଛୁଆର ଜୀବନକୁ ବି ଲୋଭ ନାହିଁ । ଯାହା ହେଉ ଯାଉ ପଚେ କିନ୍ତୁ ଏମିତି ସେ ଯାତ୍ରା କରିବେ ବୋଲି ଭାବି ନେଇଛନ୍ତି ।
ଟ୍ରେନ ଭିତରେ ଆରାମରେ ଯାତ୍ରା କରିବା ବେଲେ ଯଦି ବଡ ବଡ ଦୁର୍ଘଟଣାମାନ ଘଟିପାରୁଚି, ଏମିତି ଯାତ୍ରା କରିବା କେତେ ଭୟାନକ ଟିକିଏ ଚିନ୍ତା କରନ୍ତୁ । ଭାରତୀୟ ରେଳ ବିଭାଗ ପକ୍ଷରୁ ଲଗାତର ଭାବେ ସଚେତନ ଅଭିଯାନ କରାଯିବା ପରେ ବି ଯାତ୍ରୀମାନେ କିଛି ଏମିତି ବାବେ ଦାୟିତ୍ୱହୀନତା କାମ କରି ସମସ୍ତଙ୍କୁ ବିପଦରେ ପକାଉଛନ୍ତି । ଯେଉଁକାରଣ ପାଇଁ ବଡ ବଡ ଦୁର୍ଘଟଣାମାନ ଘଟୁଛି ।
ତେବେ ସେ ଯାହା ବି ହେଉ ଏ ଦୃଶ୍ୟ ଉପରେ ଅନେକ ୟୁଜର ଭିନ୍ନ ଭିନ୍ନ ମତପୋଷଣ କରିଛନ୍ତି । ଅବଶ୍ୟ ଏ ଭିଡିଓକୁ ଦେଖିଲେ ଲାଗୁଛି କି, ଆଉ କିଏ ଜଣ ମଧ୍ୟ ସେହି ସ୍ଥାନରେ ଥିଲେ, ଯିଏ ଏ ଦୃଶ୍ୟକୁ କ୍ୟାମେରା ଫ୍ରେମରେ ରେକର୍ଡ କରିଥିଲେ । ଲୋକେ ଟ୍ରେନ ଦୁର୍ଘଟଣାରୁ ଶିକ୍ଷା ନେବା ପରିବର୍ତେ ସାମନ ଭୁଲ ବାରମ୍ବାର ଦୋହରାଉଥିବା ଦେଖାଯାଉଛି । ପୂର୍ବରି ବି ଦେଖାଯାଇଛି କି ଲୋକେ ଟ୍ରେନ ଗେଟ ପାଖରେ ଓହଳି ଓହଲି ଯାତ୍ରା କରୁଛନ୍ତି ।
ଅବଶ୍ୟ ଏହି ଭିଡିଓଟିକୁ ସେୟାର କରିଥିବା ୟୁଜର ଜଣକ କ୍ୟାପସନ ଦେଇଛନ୍ତି କି ମହିଳାଙ୍କ ପାଖରେ ଟଙ୍କା ନାହିଁ ଟ୍ରେନ ଟିକେଟ କିଣିବାକୁ । ଯଦି ଟଙ୍କା ନାହିଁ ଟିକେଟ ପାଇଁ ତା ବୋଲି ଏମିତି ଯାତ୍ରା କରିବା କେତେଦୂର ଠିକ । ନିଜ ମତାମତ ଆମକୁ କମେଣ୍ଟ ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ