23.3 C
Odisha
Friday, March 6, 2026

ମାଡିଲା କରୋନା ବନ୍ଦ ହେବ ଆଇପିଏଲ !

ଏବେ ବଢିବାରେ ଲାଗିଛି ମହାମାରୀ କରୋନା । ପ୍ରତିଦିନ ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯେଉଁ ରାଜ୍ୟରେ ସଂକ୍ରମଣ ସାମାନ୍ୟ ବଢୁଛି ସେଠି ସରକାର ସ୍କୁଲ ମଧ୍ୟ ବନ୍ଦ କରିଦେଉଛନ୍ତି । ଦିଲୀ, ମହାରଷ୍ଟ୍ର ସମେତ ଦେଶର ଅନେକ ରାଜ୍ୟରେ ସ୍ୱାଇନ ଫ୍ଲୁ ର ମୁଟେଣ୍ଟ ଏଚ୩ଏନ୨ ଦୃତ ମାତ୍ରାରେ ବଢି ଚାଲିଛି । ମହାରଷ୍ଟ୍ରରେ ୧ ଜାନୁୟାରୀରୁ ୧୫ ମାର୍ଚ ଭିତରେ ଏଚ୩ଏନ୨ର ୧୧୯ ଓ ଏଚ୧ଏନ୧ ର ୩୨୪ଟି ମାମଲା ସାମ୍ନାକୁ ଆସିଛି । ତେବେ ଏ ସବୁ ଭିତରେ କରୋନାକୁ ନେଇ ଆଇପିଏଲ ୨୦୨୩ ଉପରେ ଦେଖାଦେଇଛି ସଂକଟ । ଯଦି ସଂକ୍ରମଣ ବଢେ ହୁଏତ ଆଇପିଏଲ ବାତିଲ୍ ହୋଇପାରେ । ହେଲେ ତା ପୂର୍ବରୁ ଟୁର୍ଣ୍ଣାମେଣ୍ଟରେ କୋଭିଡ ୧୯ ସହ ଜଡିତ ପ୍ରୋଟକଲ ସାମ୍ନାକୁ ଆସିଛି । ଗୋଟିଏପଟେ ବିଶ୍ୱର ସ୍ପୋର୍ଟସ ଅଥରିଟି କରୋନା ସଂକ୍ରମିତ ଚିହ୍ନଟ ପରେ ଖେଳିବାକୁ ଅନୁମତି ଦେଇଥିବା ବେଳେ ଆଇପିଏଲରେ ପୁରୁଣା ପ୍ରୋଟୋକଲ ଜାରି ରଖିବା ନେଇ ଘୋଷଣା ହୋଇଛି । ରିପୋର୍ଟ ହିସାବରେ, ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଯଦି କୌଣସି ଖେଲାଳୀ କରୋନା ପଜିଟିଭ ଜଣାପଡନ୍ତି, ତେବେ ସେମାନଙ୍କୁ ଅତି କମରେ ୭ ଦିନ ପାଇଁ ଆଇସୋଲେସନ ରେ ରହିବାକୁ ପଡିବ ଏବଂ ଦୁଇଟି ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିବା ପରେ ସେ ଟିସ ସହ ଜଡିତ ହୋଇପାରିବେ । ତେବେ ଏହି ନିୟମ ଖେଳାଳୀଙ୍କ ସହ ସପୋର୍ଟ ଷ୍ଟାଫମାନଙ୍କ ପାଇଁ ବି ଲାଗୁ ହେବ ।
ଭାରତରେ କୋଭିଡ ୧୯ ମାମଲାରେ ହ୍ରାସ ଥିଲେ ବି ସାବଧାନତା ଜରୁରୀ । ଯିଏ ବି ସଂକ୍ରମିତ ଥିବା ଜଣାପଡିବେ ସେମାନଙ୍କୁ ସଂଗରୋଧରେ ରଖାଯିବ । ଏହି ନିୟମରେ କୌଣସି ପ୍ରକାର ଖିଲାପ କରାଯିବ ନାହିଁ ବୋଲି କୁହାଯାଇଛି । ଆଇପିଏଲ କହିଛି କି, ପରୀକ୍ଷଣ କେବଳ ସେହି ଲୋକଙ୍କ ପାଇଁ କରାଯିବ, ଯେଉଁମାନଙ୍କ ନିକଟରେ ପ୍ରକୃତରେ କୋଭିଡ ଲକ୍ଷଣ ଦେଖାଯିବ । ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଯେ କୌଣସି ବ୍ୟକ୍ତି ୭ ଦିନ ପରେ ପଜିଟିଭ ଆସିଲେ, ଟିମ ସହ ଯୋଡି ହେବାର ୧୨ ଘଣ୍ଟା ପୂର୍ବରୁ ଦୁଇଟି ଆରଟି ପିସିଆର ଟେଷ୍ଟ କରେଇବାକୁ ହେବ । ଗତବର୍ଷ ଅଗଷ୍ଟରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ତାହଲିଆ ମ୍ୟାକଗ୍ରା ଭାରତ ବିପକ୍ଷରେ ଟି୨୦ ଫାଇନାଲରେ କୋଭିଡ ୧୯ରେ ସଂକ୍ରମିତ ଥିବା ଜଣାପଡିଥିଲେ । ହେଲେ ତା ପରେ ବି ସେ ମ୍ୟାଚ ଖେଳିଥିବା ପ୍ରଥମ କ୍ରିକେଟର ବନିଛନ୍ତି । କିଛି ମାସ ପରେ ପୁରୁଷ ଟି୨୦ ବିଶ୍ୱକପରେ ମାଥ୍ୟୁ ବେଡ ବି କରୋନାରେ ସଂକ୍ରମିତ ହେବା ପରେ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ଚୟନ ହୋଇଥିଲେ । ଅବଶ୍ୟ ମ୍ୟାଚ ରେ ବର୍ଷା ବାଧା ସୃଷ୍ଟି କରିଥିଲା । ସେହପରି ଜାନୁୟାରୀରେ ଅଷ୍ଟ୍ରେଲିଆର ସଲାମୀ ବ୍ୟାଟ୍ସମ୍ୟାନ ମ୍ୟାଟ୍ ରେନ ସ, ସିଡନୀରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଟସ୍ ପୂର୍ବରୁ ପଜିଟିଭ ଜଣାପଡିବା ପରେ ବି ସେ ମ୍ୟାଚ ଖେଳିଥିଲେ । ଆଇସିସି ଖେଳାଳୀଙ୍କୁ ଗତବର୍ଷ ଇଂଲଣ୍ଡରେ ସିଡବ୍ଲୁଜି ଓ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ ସହ ବୈଷୟିକ ଆୟୋଜନରେ ମ୍ୟାଚରେ ଭାଗନେବାକୁ ଅନୁମତି ଦେଇଚି । ହେଲେ ଏବେ ଦେଖିବାର କଥା କି, ଚଳିତ ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ମଧ୍ୟରେ ସେହି ପ୍ରକ୍ରିୟା ଜାରି ରହୁଛି କି ନାହିଁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ