ଭାରତୀୟ ଟିମରେ ଏମିତି ଅନେକ କ୍ରିକେଟର ଅଛନ୍ତି, ଯେଉଁମାନେ ନିଜର ଭଲ ଓ ଖରାପ ଅଭ୍ୟାସ ପାଇଁ ସବୁଠି ପରିଚିତ । କିଛି କ୍ରିକେଟରଙ୍କୁ ଗାଡି ଭଲ ଲାଗେ ତ ଆଉ କାହାକୁ ଖାଇବା ପିଇବା ଭାରି ପସନ୍ଦ । ହେଲେ କିଛି କ୍ରିକେଟର ଏମିତି ବି ଅଛନ୍ତି, ଯେଉଁମାନେ କେବଳ ।ଉ କେବଳ ପିଇବାକୁ ହିଁ ଇଚ୍ଛା ରଖନ୍ତି । ତେବେ ପିଇବା ଅର୍ଥ ଆମେ କୋଲ୍ଡଡ୍ରିଙ୍କ କିମ୍ବା ଚା କଫି କଥା କହୁନାହୁଁ । ବରଂ କହୁଛୁ ମଦ୍ୟପାନ କଥା । ଏହାଶୁଣି ଏବେ ଆପଣଙ୍କୁ ଇଚ୍ଛା ହେଉତିବ କିଏ ସେହି କ୍ରିକେଟର, ଯେଉଁମାନେ ଆଲକୋହଲ ନେବାକୁ ପସନ୍ଦ କରନ୍ତି । ଏ ସଂପୂର୍ଣ୍ଣ ଖବରଟି ଜାମିବା ପାଇଁ ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ ।
ପ୍ରଥମେ କହିବା ରବି ଶାସ୍ତ୍ରୀଙ୍କ ବିଷୟରେ । ଭାରତୀୟ ଟିମର ଏ ହେଉଛନ୍ତି ଜଣେ ଅଭିଜ୍ଞ କ୍ରିକେଟର ଏବଂ ପୂର୍ବତନ ମୁଖ୍ୟ କୋଚ୍ । ଭାରତ ପାଇଁ ସେ ୨୩୦ଟି ଇଣ୍ଟରନ୍ୟାସନାଲ ମୁକାବିଲା ଖେଳିସାରିଛନ୍ତି । ଏହାବାଦ କମେଣ୍ଟ୍ରି ପାଇଁ ବିଶ୍ୱପ୍ରସିଦ୍ଧ ରବି ଶାସ୍ତ୍ରୀ । ଭାରତକୁ ୧୯୮୩ରେ ବିଶ୍ୱକପ ଜିତାଇବାରେ ଦଳର ଏକ ଅଂଶ ଥିଲେ ଶାସ୍ତ୍ରୀ । ତେବେ ନିଜ ବୟାନକୁ ନେଇ ଅନେକ ସମୟରେ ସେ ଚର୍ଚ୍ଚାରେ ଥାଆନ୍ତି । ଏହାବ୍ୟତୀତ ପିଇବା ଅଭ୍ୟାସ ପାଇଁ ବି ସମସ୍ତେ ତାଙ୍କୁ ଜାଣନ୍ତି । ପିଆପିଇରେ ମାହିର ରବିଶାସ୍ତ୍ରୀ । ଅନେକ ସମୟରେ ରବି ଙ୍କୁ ନିଶାଶକ୍ତ ଅବସ୍ଥାରେ ବି ସ୍ପଟ୍ କରାଯାଇଛି । ଯାହାର ଫଟୋ ସୋସିଆଲ ମିଡିଆରେ ବାଇରାଲ ହୋଇଛି ।
୨ୟରେ ଆସିବେ ଅଜୟ ଜାଡେଜା । ଅହମଦାବାଦର ଜାମନଗରରେ ଜନ୍ମ ଗ୍ରହଣ କରିଥିବା ଅଜୟ ଜାଡେଜାଙ୍କ ନାମ ବି ଏହି ଲିଷ୍ଟରେ ସାମିଲ ଅଛି । ଗୋଟିଏ ସମୟ ଏମିତି ଥିଲା, ଯେତେବେଲେ ତାଙ୍କୁ ପାର୍ଟି କରିବା ଥିଲା ବହୁତ ପସନ୍ଦ । ଅନେକ ସମୟରେ ପାର୍ଟିରେ ସେ ମଉଜ ମସ୍ତି କରୁଥିବା ଦେଖାଯାଏ । ଏହାସହ ଚାଲିଥାଏ ପିଆପିଇ କାର୍ଯ୍ୟକ୍ରମ । ଭାରତୀୟ ଟିମର ଏହି ପ୍ଲେୟାର ଅନେକ ସ୍ମରଣୀୟ ପାରି ଖେଳି ସାଉଁଟିଛନ୍ତି ଡେରସାରା ପ୍ରଂଶସା ।
୩ୟରେ ଆସିବେ ୟୁଜଭେନ୍ଦ୍ର ଚହଲ । ଟିମ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ବି ଆଲକୋହଲ ଅଭ୍ୟାସ ରଖନ୍ତି । ଅନେକ ସ୍ଥାନରେ ତାଙ୍କୁ ନିଶାସକ୍ତ ଅବସ୍ଥାରେ ସ୍ପଟ କରାଯାଇଛି । ନିକଟରେ ତାଙ୍କର ଏକ ଭିଡିଓ କାଫିମାତ୍ରାରେ ଭାଇରାଲ ହୋଇଥିଲା । ଯେଉଁଠି ସେ ରୋହିତ ଶର୍ମାଙ୍କ ବାର୍ଥ ଡେ ପାର୍ଟିରୁ ନିଶାସକ୍ତ ଅବସ୍ଥାରେ ବାହାରିଥିଲେ । କୁହାଯାଏ ଚହଲ ସେହି କେଳାଳୀଙ୍କ ମଧ୍ୟରେ ସାମିଲ, ଯିଏ ନିଶା ବିନା ଗୋଟିଏ ମିନିଟ ବି ରହିପାରନ୍ତିନି ।
୪ର୍ଥରେ ଆସିବେ ବାରତୀୟ କ୍ରିକେଟ ଟିମର ସିକ୍ସର କିଙ୍ଗ ୟୁବରାଜ । କ୍ରିକେଟର ତାଙ୍କର ଯୋଗଦାନକୁ କିଏ ଅବା ଭୁଲିପାରିବ ନା ମନରୁ ପାସୋରିହେବ ୨୦୧୧ ବିଶ୍ୱକପ । ଏକା ୟୁବରାଜ ହିଁ ପୁରା ଦେଶବାସୀଙ୍କୁ ନିଜ ଦମରେ ଖୁସିରେ ନାଚିବାର ସୁଯୋଗ ଦେଇଥିଲେ । ଅବଶ୍ୟ ଏକ ଇଣ୍ଟରଭ୍ୟୁରେ ୟୁବିଙ୍କ ଭାଉଜ ଆକାଂକ୍ଷା କହିଥିଲେ କି, ସୁପରଷ୍ଟାର କ୍ରିକେଟର ଡ୍ରଗ ଆଡିକ୍ଟେଡ । ହେଲେ ୟୁବରାଜଙ୍କ ପିତା ଏହାକୁ ଖଣ୍ଡନ କରିଥିଲେ । ମାତ୍ର ୟୁଭିଙ୍କୁ ଅନେକ ପାର୍ଟି କ୍ଲବରେ ଓାଇନ ଗ୍ଲାସ ସହ ଦେଖାଯାଇଛି ।
୍ଣଶଷରେ ଆସିବେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । ମଦ ସିଗାରେଟ ପାଇଁ ସଉକ ରଖୁଥିବା କ୍ରିକେଟରଙ୍କ ଲିଷ୍ଟରେ ଏହି ନାଁ ଶୁଣି ଆପଣ ଚକିତ ହେଉତିବେ ନିଶ୍ଚୟ । ଏମିତିରେ ଏହି ନାଁ ଟି ସବୁବେଳେ କ୍ରିକେଟର ମହାନ ରେକର୍ଡରେ ହିଁ ଦେଖିବାକୁ ମିଳେ । କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଭାରତ ପାଇଁ ଖେଳି ଅନେକ ରନ ସହ କରିଛନ୍ତି ବଡ ବଡ ରେକର୍ଡ । ତାଙ୍କ ନାମରେ ୧୦୦ ଶତକର ବିଶ୍ୱ ରେକର୍ଡ ରହିଛି । ତେବେ ଆପଣ ବେଶି ଚିନ୍ତା କରନ୍ତୁନି । ଆମେ କହୁଛୁ ସେ କାହିଁକି ମଦ ପିଅନ୍ତି । କେବଳ ରେଷ୍ଟ କରିବା ପାଇଁ ବିଅର ପିଅନ୍ତି ସଚିନ ।
ଏହାଥିଲା କିଛି ନାମୀଦାମୀ ଖେଳାଳୀଙ୍କ ଖରାପ ଅଭ୍ୟାସ । ଅବଶ୍ୟ ସେମାନେ କେବେ ନିଜେ ଏହାକୁ ଖୁଲାସା କରି କହିନାହାନ୍ତି । ରିପୋର୍ଟରୁ ଯାହା ଜଣାପଡେ ଏମିତି କିଛି ଅଭ୍ୟାସ ରଖନ୍ତି ଏହି ଭାରତୀୟ ଖେଳାଳୀ । ତେବେ ଏହି ଖବର ଉପରେ ଆପମଙ୍କ ମତାମତ କଣ, ଏମାନଙ୍କ ଭିତରୁ କିଏ ଆପଣଙ୍କ ପ୍ରିୟ ପ୍ଲେୟାର ଆମକୁ କମେଣ୍ଟ କରି ଜଣାନ୍ତୁ ।

