16.1 C
Odisha
Friday, January 16, 2026

ଆଉ ଥରେ ସର୍ଜିକାଲ ଷ୍ଟ୍ରାଇକ୍ କରିବ ଭାରତ, ଚିନ୍ତାରେ ପାକିସ୍ତାନ

ଜମ୍ମୁ-କାଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ଆତଙ୍କବାଦୀ ଘଟାଇଛନ୍ତି ଭୟଙ୍କର ଘଟଣା । ଯେଉଁଥିରେ ସହିଦ ହୋଇଛନ୍ତି 5 ଭାରତୀୟ ଯବାନ । ଯବାନଙ୍କ ଗାଡିକୁ ଗ୍ରେନେଡ୍ ମାଡ କରିଥିଲେ ଆତଙ୍କୀ । ଯେଉଁଥିରେ ସହିଦ ହୋଇଥିଲେ ପାଞ୍ଚ ବୀର ଯବାନ । ତେବେ ଘଟଣା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛ ଭାରତ । ଆକ୍ରମଣକାରୀ ରକ୍ଷା ପାଇବେନି ବୋଲି ସିଧାସିଧା ଧମକ ଦେଇଛି ସେନା ।

ମାସେ କି ବର୍ଷେ ନୁହେଁ, ଦଶନ୍ଧ ଦଶନ୍ଧି ଧରି ଆତଙ୍କବାଦର ଶିକାର ହେଉଛି ସେନା । ପୂର୍ବରୁ ଆତଙ୍କବାଦୀ ଆକ୍ରମଣ କରି ଖସି ଯାଉଥିଲେ । ହେଲେ 2017 ପରଠୁ ବଦଳିଥିଲା ସ୍ଥିତି । ଯେତେବେଳେ ଭାରତ କରିଥିଲା ପ୍ରଥମ ସର୍ଜିକାଲ । ଶତ୍ରୁର ଘରେ ପଶି ଆକ୍ରମଣ କରିଥିଲେ ଯବାନ । ଯେଉଁଥିରେ ନିହତ ହୋଇଥିଲେ 200ରୁ ଅଧିକ ଆତଙ୍କବାଦୀ ।

ହେଲେ ଏତିକିରେ ଥମିନଥିଲା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ । ପୁଣି ପୁଲଓ୍ୱାମାରେ ସିଆରପିଏଫର ଏକ କାରକେଡ୍ ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲେ ସୀମାପାର ଆତଙ୍କବାଦୀ । ସେମାନଙ୍କ ନେଟଓ୍ୱର୍କ ପାକିସ୍ତାନରୁ ଅପରେଟ୍ ହେଉଥିଲା । ଯାହା ଜାଣିବା ପରେ ଦ୍ୱିତୀୟ ଷ୍ଟ୍ରାଇକ୍ କରିଥିଲା ଭାରତ । ଭାରତର ବାୟୁସେନା ପାକିସ୍ତାନ ସୀମାରେ ପଶି ଆକ୍ରମଣ କରିଥିଲେ । ଉଡାଇଦେଇଥିଲେ ଆତଙ୍କବାଦୀଙ୍କ ଆଡ୍ଡା । 10କି 15 ନୁହେଁ, 400ରୁ 500 ଆତଙ୍କବାଦୀ ସଫା ହୋଇଯାଇଥିଲେ ।

ଏତେ ସବୁ ସତ୍ତ୍ୱେ ସୁଧୁରି ନାହାଁନ୍ତି ଆକଙ୍କବାଦୀ । ଗୁରୁବାର ସେମାନେ ସେନାର ଏକ ଟ୍ରକକୁ କରିଥିଲେ ଟାର୍ଗେଟ୍ । ଯେଉଁଥିରେ 5 ଜଣ ଯବାନ ସହିଦ ହୋଇଛନ୍ତି । ପ୍ରଥମେ ଗାଡି ଉପରେ ଗ୍ରେନେଡ୍ ମାଡ କରିଥିଲେ ଆତଙ୍କୀ । ଏହାପରେ ଆମ୍ବୁସ୍ ଲଗାଇ ଚାରିଆଢୁ ଗୁଳିମାଡ କରିଥିଲେ । ଯେଉଁଥିରେ ସାମିଲ ଥିଲେ 20ରୁ ଅଧିକ ଆତଙ୍କବାଦୀ । ଏହି କାଣ୍ଡ ଭିଆଇବା ପରେ ଏବେ ପ୍ରତିଶୋଧ ନେବାକୁ ବସିଛି ସେନା । ଘାଟିର ଅନେକ ସ୍ଥାନରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି । ସେପଟେ ଆକ୍ରମଣ ପଛରେ ପିଓକେରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ହାତ ରହିଛି । ତେଣୁ ଭାରତ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ ଲକ୍ଷ୍ୟରେ ରହିଛି । କିନ୍ତୁ ଏଥରର ଷ୍ଟ୍ରାଇକ୍ ପୂର୍ବାପେକ୍ଷା ଘାତକ ହୋଇପାରେ । ଏବେ ଭାରତ ଆତଙ୍କବାଦୀଙ୍କ ବିରୋଧରେ ଅନ୍ତିମ ଲଢେଇ ଲଢିବାକୁ ପ୍ରସ୍ତୁତ । ତେବେ କେବଳ ସମୟ ଏବଂ ସୁଯୋଗକୁ ଅପେକ୍ଷା କରିଛି ଭାରତୀୟ ସେନା ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ