ନରମିଲା ଚାଇନା । ଭାରତ ଆଗରେ ମୁଣ୍ଡ ନୁଆଁବାକୁ ହେଲା ବାଧ୍ୟ । ଆଉ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ନେଲା ବଡ ନିଷ୍ପତ୍ତି । ତେବେ ଗତ ଦୁଇ ବର୍ଷ ହେଲା ଭାରତ-ଚୀନ ସୀମାରେ ଲାଗିଥିବା ଉତ୍ତେଜନା ଏବେ କମିଛି । ଏକଥା ନିଜେ କହିଛନ୍ତି ଚୀନର ଜଣେ ବରିଷ୍ଠ ଅଧିକାରୀ । ଦୁଇ ଦେଶ ଏବେ ବନ୍ଧୁତ୍ୱପୂର୍ଣ୍ଣ ଦିଗରେ ଆଗକୁ ବଢୁଥିବା ମତ ଦେଇଛନ୍ତି ସେ ।
ଭାରତ ସୀମା ମଧ୍ୟରୁ ଲଗାତର ଅନୁପ୍ରବେଶ କରୁଥିଲା ଡ୍ରାଗନ୍ । ଆମ ଦେଶର ଅନେକ ଜାଗାକୁ କହୁଥିଲା ନିଜର । ଚୀନର ଏହି ଦୁଃସାହସ ଗତ ଦୁଇ ବର୍ଷ ହେଲା ଜୋର ଧରିଥିଲା । ଗଲଓ୍ୱାନ ସଙ୍ଘର୍ଷ ପରେ ଯାହା ନେଇଥିଲେ ଉଗ୍ରରୂପ । ଯେଉଁଥିରେ ସହିଦ ହୋଇଥିଲେ ଭାରତର 20 ଯବାନ । ଚୀନ ମଧ୍ୟ ହରାଇଥିଲା ନିଜର 50ରୁ ଅଧିକ ସୈନ୍ୟ । ତାପରଠୁ ଘନେଇବାରେ ଲାଗିଥିଲା ସୀମା ବିବାଦ ।
ତେବେ ଡ୍ରାଗନର ବିସ୍ତାରବାଦୀ ଓ ବେଆଇନ କାମକୁ ଜୋରଦାର କାଉଣ୍ଟର ଦେଇଥିଲା ଭାରତୀୟ ସେନା । ସୀମାରେ ମୁତୟନ କରିଥିଲା ଅଧିକ ସୈନ୍ୟ ଓ ଟ୍ୟାଙ୍କ୍ । ସଫାସଫା ସୀମା ମଧ୍ୟକୁ ଅନୁପ୍ରବେଶ କଲେ ଭୟଙ୍କର ପରିସ୍ଥିତି ହେବ ବୋଲି ଧମକ ଦେଇଥିଲା ଭାରତ । ତଥାପି ଚୀନ ଓହରି ନଥିଲା । ନିକଟରେ ଅରୁଣାଚଳ ପ୍ରଦେଶର କିଛି ଗାଁରେ ଅନୁପ୍ରବେଶ କରିଥିଲେ ଚୀନା ଯବାନ । ସେଠାରୁ ମଧ୍ୟ ସେମାନଙ୍କୁ ତଡିଥିଲା ଭାରତ । ଚୀନର ପ୍ରତିଟି ଗୋଟିଚାଳନାତୁ ଚେକ୍ ଦେଇଥିଲେ ଆମ ଯବାନ ।
ହେଲେ ଏବେ ଦୁଇ ଦେଶ ମଧ୍ୟରେ ଶାନ୍ତି ରହିଥିବା କହିଛନ୍ତି ଚୀନ ଅଧିକାରୀ । ଭାରତରେ ଅବସ୍ଥିତ ଚୀନ୍ ବୈଦେଶିକ ଅଧିକାରୀ ଚେନ୍ ଜିୟାନଜୁନ୍ ରଖିଛନ୍ତି ମତ । ତାଙ୍କ କହିବା କଥା ହେଲା, ସୀମାରେ ଗରମାଗରମ ପରିସ୍ଥିତି ଏବେ ଥଣ୍ଡା ପଡିଛି । ଆଉ ଆଗ ଭଳି ଜରୁରୀକାଳୀନ ସ୍ଥିତି ନାହିଁ । ଏସିଆର ଦୁଇ ବୃହତ ଶକ୍ତି ଏବେ ପରସ୍ପରର ନିକଟତର ହେଉଛନନ୍ତି । ଓ କୂଟନୈତିକ ସ୍ତରରେ ଆଲୋଚନା ସଫଳ ହୋଇଥିବା ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚୀନ ସର୍ବଦା ଭାରତ ସହ ସମ୍ପର୍କ ସୁଧାରିବାକୁ ଚାହୁଁଛି । ଭାରତ ହେଉଛି ଗ୍ଲୋବାଲ୍ ହବ୍ । ଏଠାରେ ବଡ ବଜାର ରହିଛି । ତେବେ ସମ୍ପର୍କରେ ବେଳେବେଳେ ତିକ୍ତତା ଆସେ । କିନ୍ତୁ ସେ ସବୁକୁ ପଛରେ ପକାଇ ବିକାଶ ଦିଗରେ ଦୁଇ ଦେଶ ଏବେ ଆଘକୁ ବଢିବେ । ଏହାସହ ଅନ୍ତରାଷ୍ଟ୍ରୀୟ ସ୍ତରରେ ସ୍ଥିରତା ବଜାୟ ରଖିବାକୁ ଭାରତ-ଚୀନ ଏକାଠି ହେବା ଜରୁରୀ ବୋଲି ସେ କହିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ, ଚୀନ କେବେ ହେଲେ ବିଶ୍ୱାସଯୋଗ୍ୟ ନୁହେଁ । ସ୍ୱାଧିନତା ପରଠୁ ଭାରତର ସୀମାରେ ଅନୁପ୍ରବେଶ କରି ଆଶୁଛି ଡ୍ରାଗନ୍ । ଅନେକ ସମୟରେ ଦୁଇ ଦେଶ ମୁହା୍ଁମୁହିଁ ହୋଇଛନ୍ତି । ଏବେ ଚୀନ୍ ଅଧିକାରୀ ଦେଇଥିବା ମତ କେତେ ଦିନ ଯାଏ ସତ ହୋଇ ରହୁଛି ତାହା କହିବା ମୁସ୍କିଲ ।

