ଭାରତକୁ ଅପ୍ସରା ଦେବ ଆମେରିକା । ଯକ୍ଷ ବି ପ୍ରଦାନ କରିବ ୟୁଏସ । ନିଶ୍ଚୟ ଭାବେ ଏକଥା ଶୁଣିବାକୁ ଲାଗୁଥିଲା ଆଶ୍ଚର୍ଯ୍ୟ । ହେଲେ ଦର୍ଶକ ବନ୍ଧୁ ହଁ । ଏମିତି କିଛି ଭାରତକୁ ଦେବାକୁ ଯାଉଛି ବାଇଡେନ୍ ସରକାର । ଦୀର୍ଘ ବର୍ଷ ପରେ ଆମେରିକାର ଏହି ପଦକ୍ଷେପକୁ ସମସ୍ତେ କରୁଛନ୍ତି ପ୍ରଶଂସା ।
ଆମେ କେବଳ ଗପରେ ଅପ୍ସରା ଓ ଯକ୍ଷ କଥା ଶୁଣିଥିବା । କୁଆଡେ ପରୀ ରାଇଜ ହେଉଛି ଅପ୍ସରାଙ୍କ ଘର । ହିନ୍ଦୁ ଶାସ୍ତ୍ରରେ ମଧ୍ୟ ଅନେକ ଅପ୍ସରାଙ୍କ ନାଁ ରହିଛି । ରମ୍ଭା ମେନକାଙ୍କ ଭଳି ଅପ୍ସରା ଇନ୍ଦ୍ରପ୍ରସ୍ଥରେ ଖୁବ୍ ପ୍ରସିଦ୍ଧ ବୋଲି କୁହାଯାଏ । ସେହିପରି ଯକ୍ଷ ମଧ୍ୟ ଏକ ସଜୀବ ଦ୍ରବ୍ୟ । ଯାହା ସୁନାରେ ତିଆରି । ଆଉ ଅନ୍ଧାର ରାତିରେ ସୁନାମୁଣ୍ଡା ଘୁରି ବୁଲିଲେ ତାକୁ ଯକ୍ଷ ବୋଲି କୁହନ୍ତି । ତେବେ ଆପଣ ଭାବୁଥିଲେ ଆମେରିକା ଏସବୁ ଆଣିବ କେଉଁଠି । ଏହାସହ ଏମିତି ବିରଳ ଓ ଦାମୀ ଜିନିଷ ଭାରତକୁ କାହିଁକି ଦେବ । କିନ୍ତୁ ଆମେ ଦେବୁ ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ।
ଆମେରିକା ଫେରାଇବାକୁ ଥିବା ଏହି ଯକ୍ଷ ଓ ଅପ୍ସରା ଗପରେ ପଢିଥିବା ଚରିତ୍ର ନୁହେଁ । ବରଂ ଏମାନେ ହେଉଛନ୍ତି ମୂର୍ତ୍ତି । ଯେଉଁ ସବୁ ମୂର୍ତ୍ତି ଏବେ ଆମେରିକାର ମ୍ୟୁଜିୟରେ ରହିଛି । ଆଉ ଏସବୁକୁ ଆମେରିକା ଭାରତଠୁ ଶହେ ବର୍ଷ ତଳେ ନେଇଥିଲା । ଭାରତଠୁ ବେଆଇନ ଭାବେ ଆମେରିକା ଚାଲାଣ ଏହି ଥିଲା ଆହୁରି ଅନେକ ମୂର୍ତ୍ତି । ଏବେ ଆମେରିକା ଅପ୍ସରା, ଯକ୍ଷ ସହ ଆଉ 15ଟି ପ୍ରଚୀନ କୀର୍ତ୍ତିରାଜି ଫେରାଇବାକୁ ନିଷ୍ପତ୍ତି ନେଇଛି ।
କୁହାଯାଏ ଯେ, ସୁଭାସ କପୁର ନାଁରେ ଭାରତରେ ଥିଲେ ଜଣେ ସ୍ଲଗଲର୍ । ସେ ଏହାକୁ ଚୋରାରେ କରିଥିଲେ ବିକ୍ରି । ଯାହା ଏବେ ନ୍ୟୁୟର୍କର ମେଟ୍ରୋପଲିଟିୟନ ମ୍ୟୁଜିମରେ ବଢାଉଛି ଶୋଭା । କିନ୍ତୁ ମ୍ୟୁଜିୟମ ପକ୍ଷରୁ ଭାରତ ସରକାରଙ୍କୁ ଏସବୁ ଫେରାଇ ଦିଆଯିବ ବୋଲି କୁହାଯାଇଛି । ଭାରତକୁ ଯେଉଁ ସବୁ ମୂର୍ତ୍ତି ଫେରାଯିବ, ତାହା ଆଜି କାଲିର ନୁହେଁ । ବରଂ ଏକାଦଶ ଶତାବ୍ଦୀର । ଯାହାର ପ୍ରସ୍ତୁତିରେ ଲାଗିଥିଲା ଟେରାକୋଟା, ତମ୍ବା, ଓ ଦୁର୍ଲଭ ପଥର । ଯାହାକୁ ଆମ ସରକାର ଦୀର୍ଘଦିନ ଧରି ଦେଶକୁ ଆଣିବା ପାଇଁ ଦାବି କରି ଆଶୁଥିଲେ । ଯାହା 2015ରୁ ଜୋର ଧରିଥିଲା । ପରେ ସୁଭାସ କପୁର ବିରୋଧରେ ମାମଲା ମଧ୍ୟ ଚାଲିଥିଲା । ଶେଷରେ କୋର୍ଟ ମଧ୍ୟ ମୂର୍ତ୍ତିକୁ ସ୍ଥାନାନ୍ତରିତ କରିବା ଦରକାର ବୋଲି ମ୍ୟୁଜିୟମକୁ ଦେଇଥିଲେ ନିର୍ଦ୍ଦେଶ । ତେବେ ଏସବୁ ଭାରତ ଫେରିଲେ ଦେଶର ବଡ ବଡ ମ୍ୟୁଜିୟମରେ ରଖାଯିବ ବୋଲି କହିଛନ୍ତି ସରକାର ।

