19 C
Odisha
Saturday, March 7, 2026

ବର୍ଷା ହେଲେ ମାଟିରୁ ବାହାରୁଛି ହୀରା

ଦର୍ଶକ ବନ୍ଧୁ , ସୁନା ଗହଣା ହୀରା କାହାକୁ ଅବା ଦରକାର ନାହିଁ । ସମସ୍ତେ ଚାହାନ୍ତି ଏହି ଦାମୀ ଜିନିଷ କିଣିବାକୁ । ବିଶେଷ କରି ମହିଳାଙ୍କୁ ଏ ସବୁ ଜିନିଷ ଭାରି ପସନ୍ଦ । ଆଜିକାଲି ସୁନା ହୀରା ର ଦାମ ଯାହା ହେଲାଣି କିଣିବା ଭାରି କଷ୍ଟ । ଏମିତି ଏକ ସ୍ଥାନ ଅଛି ଯେଉଁଠି ଲୋକେ ହୀରା ଖୋଳିବା ପାଇଁ ଅପେକ୍ଷା କରନ୍ତି । ଏହା ଶୁଣି ଆପଣଙ୍କୁ ସାମାନ୍ୟ ଅଜବ ଲାଗୁଥାଇ ପାରେ । ମାତ୍ର କଥାଟି କିନ୍ତୁ ସତ । ଖାସ କଥା ହେଲା ସେହି ସ୍ଥାନ ରେ ବର୍ଷାଦିନେ ହିଁ ମିଳିଥାଏ ହୀରା । ସେଇଥିପାଇଁ ମୌସୁମିକୁ ଚାତକ ଭଳି ଅପେକ୍ଷା କରି ବସିଥାନ୍ତି ଏହି ଗାଁର ଲୋକ । ଆଉ ବର୍ଷା ଋତୁ ଆସିବା କ୍ଷଣି ଏଠି ଆରମ୍ଭ ହୋଇଯାଏ ହୀରା ଖୋଜିବା ପ୍ରତିଯୋଗିତା । ବର୍ଷା ହେଉଣୁ ସମସ୍ତେ ଲାଗିପଡନ୍ତି ହୀରା ଖୋଜିବା ପାଇଁ । କହିରଖିବୁ ଛୁଆ ଠାରୁ ବୟସ୍କ ସମସ୍ତେ ହୀରା ଖୋଜିବାରେ ଲାଗିପଡନ୍ତି । କାରଣ ଲୋକଙ୍କ ବିଶ୍ବାସ ରହିଛି, କେବଳ ଗୋଟିଏ ହୀରା ମିଳିଗଲେ ବଦଳିଯିବ ସେମାନଙ୍କ ଭାଗ୍ୟ ।

ତେବେ ଏମିତି କାମ ବାହାର ଦେଶ ରେ ନୁହେଁ ବରଂ ଏହି ହୀରା ଖୋଜା ପ୍ରତିଯୋଗିତା ଚାଲେ ଆମ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବେଲ୍ଲାମକୋଣ୍ଡା ଅଞ୍ଚଳରେ । ଏଠାରେ ପ୍ରଚୁର ପରିମାଣର ନାଲି ମାଟି ଦେଖିବାକୁ ମିଳେ । ତେଣୁ ସେଠାରେ ବିପୁଳ ପରିମାଣର ହୀରା ତଥା ମୂଲ୍ୟବାନ ପଥର ସବୁ ରହିଥିବା କୁହନ୍ତି ଲୋକେ । ବର୍ଷା ହେଲେ ମାଟିର ସ୍ତର ବଦଳିବା ସହିତ ହୀରା ଓ ମୂଲ୍ୟବାନ ପଥର ସବୁ ମିଳୁଥିବା ସ୍ଥାନୀୟ ଲୋକେ କୁହନ୍ତି । ଏହି କାରଣ ପାଇଁ ବର୍ଷା ହେବା ମାତ୍ରେ ସେଠାରେ ଆରମ୍ଭ ହୋଇଯାଏ ହୀରା ଖୋଜିବା ପ୍ରକ୍ରିୟା ।

ତେବେ କୌତୁହଳର କଥା ହେଉଛି, ବାସଭମ୍ମା ଅଞ୍ଚଳରେ ଏକ ନିର୍ମାଣ କାର‌୍ୟ୍ୟ ପାଇଁ ପ୍ରଚୁର ପରିମାଣର ମାଟି ଆବଶ୍ୟକତା ହୋଇଥିଲା । ତେଣୁ ବେଲ୍ଲାମକୋଣ୍ଡା ଅଞ୍ଚଳରୁ ମାଟି ଆସି ନିର୍ମାଣ କାର‌୍ୟ୍ୟରେ ଲାଗିବାକୁ ନିଆଯାଇଥିଲା ନିଷ୍ପତ୍ତି । ପରେ ଏ ନେଇ କିଛି ବ୍ୟକ୍ତି ଖବର ପାଇଯାଇଥିଲେ । ଆଉ ଏହା ପରେ ସଂପୃକ୍ତ ଅଞ୍ଚଳରେ ଲାଗିଥିଲା ପ୍ରବଳ ଭିଡ । ମାଟି ଉଠାଯିବା ବେଳେ ହୀରା ଖୋଜିବା ପାଇଁ ଆଖପାଖ ଗାଁ ର ଲୋକେ ଏକାଠି ହୋଇ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ କରିଦେଇଥିଲେ । କେବଳ ସେତାନପଲ୍ଳୀ ନୁହେଁ ନରସରଓପେଟ୍, ଚିଲକଲୁରୀପେଟ୍, ଓନଗୋଲୁ ଏବଂ ଭିନୁକୋଣ୍ଡା ସମେତ ଆଖପାଖ ଗାଁର ଶହ ଶହ ସଂଖ୍ୟାରେ ଲୋକ ହୀରା ଖୋଜିବା ଆରମ୍ଭ କରିଦେଇଥିଲେ ।

ତେବେ ହୀରା ଖଣ୍ଡ ମିଳିବା ପରେ ସେମାନେ ତାକୁ ନେଇ ହୀରା ବ୍ୟବସାୟୀଙ୍କୁ ବିକ୍ରି କରିଥାନ୍ତି । ଓଜନ, ଗୁଣବତ୍ତା, ରଙ୍ଗ ତଥା କ୍ୟାରେଟ୍‌କୁ ନେଇ ମୂଲ୍ୟ ନିର୍ଦ୍ଧାରଣ କରିଥାନ୍ତି ବ୍ୟବସାୟୀ । ସେଠାକାର ଲୋକଙ୍କ ବିଶ୍ବାସ ରହିଛି କି, ମାତ୍ର ଗୋଟିଏ ହୀରା ଖଣ୍ଡ ତାଙ୍କ ଭାଗ୍ୟ ବଦଳାଇ ଦେବା ସହିତ ଖୁବ କମ୍ ସମୟ ମଧ୍ୟରେ କରିଦେବ କୋଟିପତି । ପୂର୍ବରୁ ଆନ୍ଧ୍ରପ୍ରଦେଶର କୋଲ୍ଳୁରୁ ଅଞ୍ଚଳରେ ହୀରା ମିଳିଥିବାର ଉଦାହରଣ ରହିଛି । ଏପରିକି ସେଠାରେ କିଛି ଲୋକ ଶ୍ରମିକଙ୍କୁ ନିୟୋଜିତ କରି ମଧ୍ୟ ହୀରା ଖୋଜୁତିବା ନଜିର ରହିଛି । ତେବେ ଦର୍ଶକ ବନ୍ଧୁ ଏହି ଖବର ଉପରେ ଆପଣ ଙ୍କ ମତାମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ