ଆଇଏଏସ ବା ଇଣ୍ଡିଆନ୍ ସିଭିଲ ସର୍ଭିସ ପରୀକ୍ଷା । ଏହା ହେଉଛି ଦେଶର ସବୁଠୁ କଠିନତମ ପରୀକ୍ଷା । ତେବେ ଆଇଏଏସ ପାଇବା ସହଜ ନୁହେଁ । ଏଥିପାଇଁ କରିବାକୁ ପଡେ ତ୍ୟାଗ ଏବଂ ଖୁବ୍ କଠିନ ପରିଶ୍ରମ । ଏମିତି ଆପଣ ବହୁତ ସଙ୍ଘର୍ଷ ଓ ସପଳତାକ କାହାଣୀ ପାଇବେ । ହେଲେ ହରିୟାଣାର ପ୍ରୀତି ବେନିଓ୍ୱାଲଙ୍କ ସହ ଯାହା ଘଟିଥିଲା ତାହା ସମସ୍ତଙ୍କର ହୃଦୟକୁ ତରଳାଇଦେବ ।
ହରିୟାଣାର ଡୁପେଦି ଗ୍ରାମରେ ଜନ୍ମ ହୋଇତିଲେ ପ୍ରୀତି । ଗାଁ ସ୍କୁଲରୁ ହିଁ ସେ ଶେଷ କରିଥିଲେ ପ୍ରାଥମିକ ଶିକ୍ଷା । ଏହାପରେ ପାନିପଥରେ ଦଶମ ଯାଏଁ ପାଠ ପଢିଥିଲେ । ଦ୍ୱାଦଶ ପୂରଣ ହେଲା ପରେ ସେ ହରିୟାଣାର ଇସରାନା କଲେଜରେ ନାଁ ଲେଖାଇଥିଲେ । ଏଠାରୁ ହିଁ ସେ ବିଟେକ୍ ଏବଂ ଏମଟେକ୍ ପାସ୍ କରିଥିଲେ । ହେଲେ ଏମଟେକ୍ ପରେ ତାଙ୍କୁ ମିଳିଥିଲା କ୍ଲର୍କ ଚାକିରୀ । 2013ରୁ 2016 ଯାଏଁ ସେ କିରାଣୀ ଭାବେ ଗ୍ରାମ୍ୟ ବ୍ୟାଙ୍କରେ କାମ କରିଥିଲେ ।
ଏହାରି ଭିତରେ ତାଙ୍କୁ ଆକୃଷ୍ଟ କରିଥିଲା ସିଭିଲ ସର୍ଭିସ । ହେଲେ ଏଫସିଆଇରେ ସେ ଏକ ପ୍ରମୋସନ ପାଇଁ ଆବେଦନ କରିଥିଲେ । ଏଥିପାଇଁ ପରୀକ୍ଷା ଦେବାକୁ ଯାଉଥିଲେ । କିନ୍ତୁ କିଛି ଅଲଗା ଲେଖିଥିଲା ବିଧାତା । ଗାଜିଆବାଦ ରେଲଓ୍ୱେ ଷ୍ଟେସନରେ ତାଙ୍କ ଗୋଡ ଖସି ଯାଇଥିଲା । ସେ ଟ୍ରାକରେ ହିଁ ପଡି ଯାଇଥିଲେ । ଆଉ ତାଙ୍କ ଗୋଡ ଉପରେ ଚଢି ଯାଇତିଲା ଟ୍ରେନ୍ । ଯେଉଁଥିରେ ତାଙ୍କ ଗୋଡ କ୍ଷତିଗ୍ରସ୍ତ ହେବା ସହ ସେ ପାରିନଥିଲେ । ଫଳରେ ହସ୍ପିଟାଲରେ ତାଙ୍କ ଗୋଡର ହୋଇତିଲା 14ଟି ଅପରେସନ୍ ।
ଏହି ଘଟଣା ପରେ ଭାଙ୍ଗି ପଡିଥିଲେ ପ୍ରୀତି । ଏମିତି କି ଶାଶୂ ଘର ଲୋକେ ପର କରିଦେଇଥିଲେ । ଘରୁ ତଡି ଦେଇଥିଲେ ପ୍ରୀତିଙ୍କ ଶାଶୂ । ଏପରିକି ତାଙ୍କ ସ୍ୱାମୀ ମଧ୍ୟ ମୁହଁ ଚାହିଁନଥିଲେ । ପ୍ରାୟ ବର୍ଷେ ଧରି ବିଶ୍ରାମ କରିଥିଲେ ହରିୟାଣାର ଏହି ଝିଅ । ଦୁଃଖ ଏବଂ ସଙ୍ଘର୍ଶ ସତ୍ତ୍ୱେ ସେ ମାନିନଥିଲେ ହାର୍ । ଆଇଏଏସ ହେବେ ବୋଲି ପ୍ରତିଜ୍ଞା କରିଥିଲେ । ଯେଉଁଥିପାଇଁ ଜୋରଦାର କରିଥିଲେ ପଢାପଢି । ଦିନ ରାତି ପରିଶ୍ରମ କରି ଲକ୍ଷ୍ୟ ହାସଲ କରିବାକୁ ଲାଗିଥିଲେ ପ୍ରୀତି । ଆଇଏଏସ ପାଇବା ତାଙ୍କ ପାଇଁ ସହଜ ନଥିଲା । ଦୁର୍ଘଟଣା ଏବଂ ପ୍ରତିକୂଳ ପରିସ୍ଥିତିରେ ବି ସେ ପଢିଥିଲେ । ବିନା କୋଚିଂରେ ସେଲଫ୍ ଷ୍ଟଡି ଉପରେ ସେ ଦେଇଥିଲେ ଫୋକସ୍ । ଆଉ 2020ରେ ସଫଳ ହୋଇଥିଲା ତାଙ୍କ ଆଶା । ବାସ୍ତବତାର ରୂପ ନେଇଥିଲା ତାଙ୍କର ସ୍ୱପ୍ନ । ସାରା ଭାରତରେ ସେ ହାସଲ କରିପାରିଥିଲେ 754 ରାଙ୍କ୍ । ବର୍ତ୍ତମାନ ସେ ବିଦେଶ ମନ୍ତ୍ରାଳୟରେ କାର୍ଯ୍ୟ କରୁଛନ୍ତି । ତେବେ ସଫଳତା ପଢରେ ନିଜ ବାପାଙ୍କ ହାତ ଥିବା କୁହନ୍ତି ପ୍ରୀତି । ବାପାଙ୍କ ପାଇଁ ତାଙ୍କ ସ୍ୱପ୍ନ ପୂରଣ ହୋଇପାରିଥିବା ଅନେକ ସମୟରେ ପ୍ରୀତି ପ୍ରକାଶ କରନ୍ତି ।

