22.9 C
Odisha
Wednesday, October 29, 2025

ପରୀକ୍ଷାକୁ ନେଇ କ’ଣ କୁହନ୍ତି ଆଇଏଏସ ହିତେଶ ମୀନା

ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ନିହାତି ଭାବେ ଭାରତର ସବୁଠୁ କଠିନ ପରୀକ୍ଷା ଗୁଡିକ ମଧ୍ୟରୁ ଗୋଟିଏ । ଏହାକୁ ପାସ କରିବା ପାଇଁ ପ୍ରାର୍ଥୀଙ୍କୁ ସଠିକ ରଣନୀତି ସହ କଠିନ ପରିଶ୍ରମ କରିବାକୁ ପଡିଥାଏ । ଅନେକ ଥର ଆପଣ ଦେଖିଥିବେ ପରୀକ୍ଷାର୍ଥୀ ପ୍ରଥମ ପ୍ରୟାସରେ ପ୍ରିଲିମ୍ସ ଓ ମେନ୍ସ ରେ ସଫଳତା ଲାଭ କରନ୍ତି । ମାତ୍ର ଇଣ୍ଟରଭ୍ୟୁରେ ମାରିଯାଆନ୍ତି ଫେଲ । ତିନୋଟି ପର୍ଯ୍ୟାୟରେ ଆୟୋଜିତ ହୋଇଥାଏ ସିଭିଲ ସର୍ଭିସ ପରୀକ୍ଷା ।
ଏଥିରେ ସଫଳତା ହାସଲ କରିପାରିଲେ ଆଇଏଏସ, ଆଇପିଏସ ଓ ଆଇଏଫଏସ ଏବଂ ଅନ୍ୟ ପଦବୀରେ ପୋଷ୍ଟିଂ ମିଳିଥାଏ ।
ତେବେ ଆଜି ଆମେ ଆପଣଙ୍କୁ ଜଣେ ଏମିତି ଅଧିକାରୀଙ୍କ ବିଷୟରେ କହିବୁ, ଯିଏ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଦୁଇ ଥର ଅସଫଳ ହୋଇଛନ୍ତି । ହେଲେ ମାନିନାହାନ୍ତି ହାର୍ । ଏହାର ରେଜଲ୍ଟ ଏମିତି ଥିଲା କି, ୩ୟ ପ୍ରୟାସରେ ସେ ପାଇପାରିଥିଲେ ସଫଳତା । ଆଉ ଏହି ଆଇଏସଏସ ଅଧିକାରୀ ଜଣକ ହେଲେ ହିତେଶ ମୀନା ।
ସର୍ବପ୍ରଥମେ କହିରଖିବୁ ଯେ ହିତେଶ ଏକ ଇଣ୍ଟରଭ୍ୟୁରେ କହିଥିଲେ କି, ବହିଗୁଡିକ ମୋତେ କହିଦିଅ, ପରୀକ୍ଷା କେବେ, କେତେ ପଢିବାର ଅଛି ଏବଂ କଣ କଣ । ବାସ୍‌, ତା ପରେ ଯଦି କିଏ ମୋ ଠାରୁ ଆଗେଇଯିବ, ତାହେଲେ ମୋ ନାଁ ବଦଳାଇଦେବ ।
ବାସ୍ତବରେ ହିତେଶ ମୀନା ୨୦୧୯ ବ୍ୟାଚର ଆଇଏଏସ ଅଫିସର । ଯିଏ ୨୦୧୮ରେ ପାସ କରିଥିଲେ ୟୁପିଏସସି ଏବଂ ଏବେ ହରିୟାଣା କ୍ୟାଡରର ଆଇଏଏସ ଅଧିକାରୀ ରହିଛନ୍ତି । ୨୦୧୮ରେ ସେ ୩ୟ ପ୍ରୟାସରେ ଅଲଇଣ୍ଡିଆ ରାଙ୍କ ୪୧୭ ହାସଲ କରିଥିଲେ । ତାଙ୍କୁ ଫାଇନାଲ ଲିଷ୍ଟ ରେ ୯୭୭ ନମ୍ବର ମିଳିଥିଲା । ଖାଲି ଏତିକି ନୁହେଁ, ବାରତୀୟ ବନ ସେବା ପରୀକ୍ଷା ୨୦୧୮ରେ ସଫଳତା ସେ ପାଇଥିଲେ । ଦୁଇଟି ପ୍ରୟାସ ୨୦୧୬, ୨୦୧୭ରେ ପ୍ରିଲିମ୍ସ ଓ ମେନ୍ସ ଦୁଇଟିରେ ପାସ କରିଥିଲେ । ପରେ ତାଙ୍କୁ ଇଣ୍ଟରଭ୍ୟୁରେ ବସିବାର ମିଳିଥିଲା ସୁଯୋଗ । ହେଲେ ସେଥିରେ ସେ ଫାଇନାଲ ଲିଷ୍ଟରେ ନିଜ ସ୍ଥାନ ବନାଇପାରିନଥିଲେ । ହେଲେ ୩ୟ ପ୍ରୟାସରେ ସେ ୁଭୟ ସିବିଲ ସର୍ଭିସ ଓ ବନ ସେବା ପରୀକ୍ଷା ଇଣ୍ଟରଭ୍ୟୁରେ ଉପସ୍ଥିତ ହୋଇଥିଲେ ଏବଂ ହାସଲ କରିପାରିଥିଲେ ସଫଳତା ।
ତେବେ ହିତେଶଙ୍କ ପାଖରେ ଆଇଆଇଟି ବିଏଚୟୁ, ବାରଣାସୀରୁ ବିଟେକ୍ ଡିଗ୍ରୀ ରହିଚି । ଆଇଆଇଟି ଦିଲ୍ଲୀରୁ ସେ ଏମ ଟେକ୍ ବି କରିଛନ୍ତି । ଆଇଏଏସ ରେଣୁ ସୋଗନଙ୍କୁ ବିବାହ କରିଛନ୍ତି ହିତେଶ, ଯିଏ ୨୦୧୯ ବ୍ୟାଚର ଅଧିକାରୀ ।
ତେବେ ଦର୍ଶକବନ୍ଧୁ ଏହି ସଫଳତାର କାହାଣୀ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ