16.1 C
Odisha
Friday, January 16, 2026

ପ୍ରେମିକା ଧୋକା ଦେଲା ପରେ ପାଇଲେ ଆଇଏଏସ

ପ୍ରେମରେ ପଡିବା ସାଧାରଣ କଥା । ହେଲେ ବେଶୀ ଦୁଃଖ ଦିଏ ବ୍ରେକ୍ ଅପ୍ । ଯଦି କେଉଁ ଯୁବତୀ ପ୍ରେମିକକୁ ଧୋକା ଦିଏ ତାହାଲେ ଦେଖିବାକୁ ମିଳେ ଦୁଇଟି କଥା । ହୁଏତ ପ୍ରେମିକଟି ପୁରା ଦୁଃଖରେ ବୁଡି ରହି ନିଜକୁ ବରବାଦ କରେ, ଅନ୍ୟଦିଗରେ ପ୍ରେମିକଟି ଏହାକୁ ଚ୍ୟାଲେଞ୍ଜ୍ ଭାବେ ନିଏ, ଏବଂ ପୁରା କରେ ସ୍ୱପ୍ନ । ଅଧିକାଂଶ କ୍ଷେତ୍ରରେ ପ୍ରଥମ ବିକଳ୍ପ ବାଛନ୍ତି ଅନେକ । ହେଲେ ଦ୍ୱିତୀୟ ବିକଳ୍ପ ବାଛିଥିବା ପ୍ରେମିକ ସୃଷ୍ଟି କରେ ଇତିହାସ । ଯାହା ଗୁଜୁରାଟର ଜଣେ ଯୁବକଙ୍କ ସହ ଘଟିଥିଲା ।

ଆପଣ ଠୁକରାକେ ମେରା ପ୍ୟାର୍ ଗୀତ ଶୁଣିଥିବେ । ଏଥିରେ କେମିତି ଧୋକା ଖାଇବା ପରେ ଆଇଏଏସ ହୋଇଛି ପ୍ରେମିକ । ଆଉ ନିଜ ଦକ୍ଷତାକୁ ପ୍ରମାଣିତ କରୁଛି । ଯାହାର ବାସ୍ତବ ଦୁନିଆରେ ଦେଖାଦେଇଛି ଏକ ଉଦାହରଣ । ପଢିବା ବେଳେ ଧୋକା ଖାଇବା ପରେ ଆଇଏଏଶ ହୋଇଛନ୍ତି ଗୁଜୁରାଟର ଆଦିତ୍ୟ ପାଣ୍ଡେ । ଆଉ ପୂରଣ କରିଛନ୍ତି ନିଜର ଜିଦ୍ ଏବଂ ଚ୍ୟାଲେଞ୍ଜ୍ ।

ଗୁଜୁରାଟର ଜମନଗରରେ ଜନ୍ମ ହୋଇଥିଲେ ଆଦିତ୍ୟ । ପିଲାଦିନେ ସେ ଏତେ ଭଲ ପଢୁନଥିଲେ । ତେଣୁ ସବୁବେଳେ ଚିନ୍ତାରେ ରହୁଥିଲେ ଆଦିତ୍ୟଙ୍କ ବାପା ଏବଂ ମାଆ । ଏମିତିକ ତାଙ୍କୁ କେହି କେହି କୁଳାଙ୍ଗାର ବୋଲି ମଧ୍ୟ କହୁଥିଲେ । ଆଉ ସେମିତି କିଛି କାରନାମା କରୁଥିଲେ ଆଦିତ୍ୟ । ପାଠପଢୁନଥିଲେ, କେବଳ ବୁଲାବୁଲିରେ କାଟୁଥିଲେ ସମୟ । ଏମିତିରେ ଧିରେ ଧିରେ ବଡ ହୋଇଥିଲେ ,ସେ । ଦଶମ ପାସ୍ ପରେ ସେ ଲବଳି ପ୍ରଫେସନାଲ ୟୁନିଭର୍ସିଟିରେ ନେଇଥିଲେ ଆଡମିଶନ୍ । ଏହି ଶିକ୍ଷାନୁଷ୍ଠାନ ହିଁ ତାଙ୍କ ଜୀବନରେ ଆଣିଦେଇଥିଲା ପରିବର୍ତ୍ତନ ।

ପଢିବା ବେଳେ ଦ୍ୱିତୀୟ ସେମିଷ୍ଟାରରେ ଜଣେ ଯୁବତୀଙ୍କ ପ୍ରେମରେ ପଡି ଯାଇଥିଲେ ଆଦିତ୍ୟ । ଭଭୟ ଏକାଠି ଖୁବ୍ ମିଳାମିଶା କରୁଥିଲେ । ହେଲେ ବେଶୀ ଦିନ ଚାଲିନଥିଲା ସମ୍ପର୍କ । ଆଦିତ୍ୟଙ୍କୁ ଦୋକା ଦେଇଥିଲେ ତାଙ୍କ ପ୍ରେମିକା । ତୁମେ ଭଲ ନୁହେଁ, ତୁମର ଭବିଷ୍ୟତ ନାହିଁ ବୋଲି କହିଥିଲେ ପ୍ରେମିକା । ଏହାସହ ସିଧାସଧା ସମ୍ପର୍କ ଭାଙ୍ଗି ଦେଇଥିଲା । ହେଲେ ପ୍ରେମିକାକୁ ଚ୍ୟାଲେଞ୍ଜ୍ ଦେଇଥିଲେ ଆଦିତ୍ୟ । ୟୁପିଏସସି ପାସ୍ କରି ଦେଖାଇବେ ବୋଲି କହିଥିଲେ । ଯାହା ପରେ ସେ ମନ ଦେଇ ପଢିବାକୁ ଲାଗିଥିଲେ ।

ଧିରେ ଧିରେ ଅଧିକରୁ ଅଧିକ ପାଠ ପଢିଥିଲେ ଆଦିତ୍ୟ । ଡିଗ୍ରୀ ଶେଷ କରିବା ପରେ ଆଇଏଏସ ପାଇଁ ଆରମ୍ଭ କରିଥିଲେ ପଢାପଢି । ଯାହା ତାଙ୍କୁ ଦେଇଥିଲା ସଫଳତା । ଶେଷରେ ଚୂଡାନ୍ତ ରୂପ ନେଇଥିଲା ଆଦିତ୍ୟଙ୍କ ସଙ୍ଘର୍ଷ । ଆଉ ପାଇତିଲେ ସଫଳତା । 2021 ମସିହାରେ ସେ ଦେଇଥିଲେ ଆଇସିଏସ୍ ପରୀକ୍ଷା । ପରୀକ୍ଷାରେ ତାଙ୍କୁ ମିଳିଥିଲା ରାଙ୍କ୍ । 2022ରେ ରେଜଲ୍ଟ ଆଶିବା ପରେ ଖୁସି ହୋଇଯାଇଥିଲେ ଆଦିତ୍ୟ । ତାଙ୍କୁ ମିଳିଥିଲା 48 ରାଙ୍କ୍ । ପୁଅର ସଫଳତା ପରେ ଖୁସିରେ କାନ୍ଦି ପକାଇଥିଲେ ତାଙ୍କର ବାପା ଏବଂ ମାଆ । ଆଉ କହିଥିଲେ ଆଇଏଏସ ପାଇଲା କୁଳାଙ୍ଗାର ପୁଅ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ