ସକାଳ ହେଲା ମାନେ, ଘରୁ ବାହାରି ଯାଆନ୍ତି ଜଣେ ବ୍ୟକ୍ତି । ହାତରେ ଖଣ୍ଡେ ଝାଡୁ ଧରି ସହରକୁ କରନ୍ତି ସଫା । ଏହା ତାଙ୍କର ନୀତି ଦିନିଆ କାମ । ଦିନରେ କାମରେ ଢିଲା କଲେ କଟିଯାଏ ଦରମା । ଯାହା ବୋଝ ଉପରେ ଲଳିତା ବିଡା ଭଳି । କାମକୁ ନଗଲେ ଆଉ କିଛି ଉପାୟ ନାହିଁ । ପରିବାର ଭୋକରେ ଶୋଇବ । ଏସବୁ ଦୁଃଖ କଷ୍ଟ ଭିତରେ ବଡ ସ୍ବପ୍ନ ଦେଖୁଥିଲେ ସେହି ବ୍ୟକ୍ତି । ନିଜ ପୁଅକୁ ଦି ଅକ୍ଷର ପାଠ ପଢାଇ ବଢ ମଣିଷ କରିବେ । ଏହା ଥିଲା ତାଙ୍କର ଇଚ୍ଛା । ତେଣୁ ଯେତେ କଷ୍ଟ ହେଲେ ବି ପୁଅର ପାଠ ପଡାରେ କେବେ ହେଳେ ହେଳା କରୁନଥିଲେ ସେ । ଶେଷରେ ସତ ହୋଇଥିଲା ବ୍ୟକ୍ତିଙ୍କ ଇଚ୍ଛା ଆଉ ସ୍ବପ୍ନ । ସବୁ ଝଡଝଞ୍ଜାକୁ ପାର୍ କରି ତାଙ୍କ ପୁଅ ପାଇଲା ଆଇଏଏସ ।
ତେବେ ଦର୍ଶଖବନ୍ଧୁ, ଆମେ କହୁଛୁ ତେଲେଙ୍ଗାନାର ଏକ ଛୋଟିଆ ଗାଁ କାସିମପଲ୍ଲୀ କଥା । ଏହି ଗାଁ କିଛି ଦିନ ଆଗରୁ ଥିଲା ଅଖ୍ୟାତ ପଲ୍ଲୀ । ଏବେ କିନ୍ତୁ ଜଣେ ଯୁବକଙ୍କ ପାଇଁ ଏବେ ଗାଁ ସାରା ଦେଶରେ ବିଖ୍ୟାତ । କାରଣ ଏହି ଛୋଟ ଗାଁର ଟେକ ରଖିଛନ୍ତି 29 ବର୍ଷୀୟ ଅକୁନୁରି ନରେଶ । ୟିଏ କି ପାଇଛନ୍ତି ଆଇଏଏସ । ଆଇଆଇଟିଆନ୍ ହୋଇଥିଲେ ବି ଦେଶସେବା ପାଇଁ ମନ ବଳାଇଥିଲେ ନରେଶ । ଆଉ କଷ୍ଟ କରି ପାଇଥିଲେ ଆଇଏଏସ୍ । ତେବେ ସେ ହେଲେ ଜଣେ ଝାଦୁଦାରଙ୍କ ପୁଅ । ଅତି ଗରିବ ପରିବାରରୁ ଆସି ସେ ଏବେ ଅନେକଙ୍କ ପାଇଁ ପାଲଟିଛନ୍ତି ୟୁଥ୍ ଆଇକନ୍ । ତେବେ ଆସନ୍ତୁ ଜାଣିବା ନରେଶଙ୍କ ସଙ୍ଘର୍ଷ ଜର୍ଜରିତ ସଫଳତାର କାହାଣୀ ।
1993 ମସିହାରେ କାସିମପଲ୍ଲୀରେ ଜନ୍ମ ହୋଇଥିଲେ ନରେଶ । ପିଲାଦିନ ତାଙ୍କର ଖୁବ୍ କଷ୍ଟରେ କଟିଥିଲା । ପରିବାରର ରୋଜଗାରର ଏକମାତ୍ର ଉତ୍ସ ଥିଲେ ତାଙ୍କ ବାପା । ପେଶାରେ ସେ ଥିଲେ ଝାଦୁଦାର । ଆଜିକା ସମୟରେ ଝାଦୁଦାରଙ୍କୁ ଅତି ହୀନ ଦୃଷ୍ଟିରେ ଦେଖାଯଏ । ତେଣୁ ତାଙ୍କ ଦରମା ବି ଖୁବ୍ କମ୍ । ଏମିତି ବିଷମ ପରିସ୍ଥିତିରେ ଗାଁ ସ୍ତୁଲରେ ପଂଚମ କ୍ଲାସ୍ ଯାଏଁ ପଢିଥିଲେ ନରେଶ । ଏହାପରେ ଗାଁ ପାଖରେ ଥିବା ଏଖ ହାଇସ୍କୁଲରୁ ପାସ୍ କରିଥିଲେ ମାଟ୍ରିକ୍ । ଦଶମ ପରେ ବିଜ୍ଞାନ ପଢିବାକୁ ତାଙ୍କର ଇଚ୍ଛା ଥିଲା । ହେଲେ ପରିବାରର ଆର୍ଥିକ ସ୍ଥିତ ସେ ଭଲ ଭାବେ ବୁଝିଥିଲେ । ତେଣୁ କଳାରେ ନାଁ ଲେଖାଇବେ ବୋଲି ଭାବିଥିଲେ । କିନ୍ତୁ ବଳ ଯୋଗାଇଥିଲେ ତାଙ୍କର ଝାଦୁଦାର ବାପା । ପୁଅକୁ ଚିକୁର ପଠାଇଥିଲେ । ସେଠାରେ ୟୁକ୍ତ ଦୁଇ ବିଜ୍ଞାନ ପାସ୍ କରିଥିଲେ ନରେଶ ଆଇ ଆଇଆଇଟି ପାଇ ଚାଲି ଯାଇଥିଲେ ମାଡ୍ରାସ୍ ।
ଆଇଆଇଟି ପରେ ସିଟି ବ୍ୟାଙ୍କରେ ତାଙ୍କୁ ମିଳିଥିଲା ଚାକିରୀ । ଭଲ ଦରମା ବି ଥିଲା । କିନ୍ତୁ ତାଙ୍କର ଇଚ୍ଛା ଥିଲା ଆଇଏଏସ ହେବ ଆଉ ଲୋକଙ୍କ ସେବା କରିବେ । ତେଣୁ ସେ ଚାକିରୀ ସହ ଆମ୍ଭ କରିଥିଲେ ପଢାପଢି । ଆଉ 2017 ମସିହାରେ ଦେଇତିଲେ ଫାଷ୍ଟ୍ ଆଟେମ୍ପଟ୍ । ଏଥିରେ ହିଁ ସେ ପାଇଥିଲେ 782 ରାଙ୍କ୍ । ତାଙ୍କୁ ମିଳିଥିଲା ଇଣ୍ଡିଆନ୍ ରେଲଓ୍ୱେ ପର୍ସନାଲ ସର୍ଭିସ କ୍ୟାଡର୍ । ହେଲେ ଆଇଏଏସ ପାଇବାର ଇଚ୍ଛା ତାଙ୍କୁ ଛାଡିନଥିଲା ।
2021ରେ ପୁଣି ଥରେ ଇଣ୍ଡିଆନ୍ ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ ନରେଶ । ଏଥର ତାଙ୍କୁ ମିଳିଥିଲା 117 ରାଙ୍କ୍ । ଶେଷରେ ସେ ସ୍ବପ୍ନ କରିଥିଲେ ଆଇଏଏସ ହେବାର ସ୍ୱପ୍ନ । ନିଜ ସହ ବାପାଙ୍କ ଇଚ୍ଛା ମଧ୍ୟ ପୂରଣ କରିଥିଲେ ନରେଶ । ତାଙ୍କ ସଫଳତାରେ ଖୁସି ହୋଇଯାଇଥିଲା ପୁରା କାସିମପଲ୍ଲୀ ଗାଁ । ଆଉ ଲୋକେ କହିଥିଲେ, ବାପା ସିନା ଝାଦୁଦାର, କିନ୍ତୁ ପୁଅ ଏବେ କଲେକ୍ଟର ।

