ସାଙ୍ଗ ହୋଇ ଦୁହେଁ ଫିଲ୍ମ ଦେଖିବାକୁ ଆସିଲେ । ପାଖାପାଖି ବସି ପିଲ୍ମ ଦେଖିଲେ । ହଲରେ ଏକାଠି ବସି ଖାଇଲେ ପପକର୍ଣ ଏବଂ ଫିିଲେ କୋଲ୍ଡଡ୍ରିଙ୍କସ୍ । କିନ୍ତୁ ସ୍ତ୍ରୀର ମନରେ ଚାଲିଥିଲା ଆଉ କିଛି । ଇଣ୍ଟରଭାଲରେ ବାହାନା କରି ବାହାରକୁ ପଳାଇଗଲା ସ୍ତ୍ରୀ । ଆଉ ଫେରିଲାନି । ବାହାରେ ଯାଇ ଦେଖିଲା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ସ୍ୱାମୀ । କାରଣ ଆଉ କାହା ସହ ଫେରାର ହୋଇଯାଇଥିଲା ସ୍ତ୍ରୀ । ଏମିତି କିଛି ଘଟିଛି ରାଜସ୍ଥାନର ଜୟପୁରରେ ।
ରିପୋର୍ଟ ଅନୁସାରେ, ଜୟପୁରର ସିକରରେ ରୁହନ୍ତି ମନୋଜ ନାମକ ଜଣେ ଯୁବକ । ଗତ ଜୁନ 27 ତାରିଖରେ ସେ କରିଥିଲେ ବିବାହ । ଖୁବ୍ ଧୁମଧାମରେ ହୋଇଥିଲା ବାହାଘର । ଖୁସି ଥିଲେ ଉଭୟ ପରିବାରର ସଦସ୍ୟ । ବର ସହ କନିଆଁ ମଧ୍ୟ ବାହାଘରରେ ପୁରା ଖୁସି ଥିଲା । ତେବେ ବିବାହ ପରେ ଉଭୟ ଚାଲିଯାଇଥିଲେ ହନିମୁନ୍ । ଆଉ ଫେରିଥିଲେ ଜୁଲାଇ ତିନି ତାରିଖରେ । ଗାଁକୁ ନଯାଇ ଉଭୟ ରହିଥିଲେ ଏକ ହୋଟେଲରେ । ଆଉ ଦେଖିଥିଲେ ନିଜ ଭବିଷ୍ୟତର ରଙ୍ଗୀନ ସ୍ୱପ୍ନ । କିନ୍ତୁ ସବୁ ସ୍ୱପ୍ନ ଯେ ମାଟିରେ ମିଶିଯିବ ତାହା କେବେ ଭାବିନଥିଲେ ମନୋଜ ।
ଗାଁକୁ ଯିବା ପୂର୍ବରୁ ଜିଦ୍ କରିଥିଲା ସ୍ତ୍ରୀ । ଫିଲ୍ମ ଦେଖିବ ବୋଲି ସ୍ୱାମୀକୁ କହିଥିଲା । ଆଉ ହନିମୁନରୁ ଫେରିଥିବାକୁ ଖୁବ୍ ଖୁସି ଥିଲେ ମନୋଜ । ସାଙ୍ଗେ ସାଙ୍ଗେ ହଁ କହିଥିଲେ । ଆଉ ସ୍ତ୍ରୀକୁ ଧରି ଚାଲିଯାଇଥିଲେ ଜୟପୁରର ଏକ ଫିଲ୍ମ ହଲକୁ । ଉଭୟେ ଏକାଠି ଦେଖିଥିଲେ ଫିଲ୍ନ । ଖାଇଥିଲେ ପପକର୍ଣ୍ଣ । ଏମିତିକି ହଲରେ ମଧ୍ୟ ଚାଲିଥିଲା ସେମାନଙ୍କ କଥାବାର୍ତ୍ତା । ହେଲେ ଇଣ୍ଟରଭାଲରେ ସ୍ତ୍ରୀ ଖେଳିଥିଲା ସାଙ୍ଘାତିକ ଖେଳ । ବାହାରୁ କିଛି ଖାଇବା ଆଣିବା ପାଇଁ ସ୍ୱାମୀକୁ କହିଥିଲା । ଏପରିକି ସେ ନିଜେ ଯାଇ ନେଇ ଆସିବ ବୋଲି ମଧ୍ୟ କହିଥିଲା । ଆଉ ସ୍ତ୍ରୀ କଥାରେ ରାଜି ହୋଇଯାଇଥିଲେ ମନୋଜ ।
ଏମିତି ବିତିଗଲା ପାଂଚ ମିନିଟ୍ । ଧିରେ ଧିରେ 10ରୁ 15 ମିନିଟ୍ ମଧ୍ୟ ବିତିଗଲା । ଆଉ ସ୍ୱାମୀ ମନକୁ ଛୁଇଁଲା ପାପ । ନୂଆ ବାହା ହୋଇଥିବାରୁ ସ୍ତ୍ରୀର ବେଶି ଚିନ୍ତା କରୁଥିଲା ସ୍ୱାମୀ । ସିଟ୍ ଛାଡି ବାହାରକୁ ଚାଲି ଯାଇଥିଲା । ହେଲେ କେଉଁଠି ବି ମିଳିନଥିଲା ତା ସ୍ତ୍ରୀ । କଣ କରିବେ ପ୍ରଥମେ କିଛି ବୁଝି ପାରିନଥିଲେ ମନୋଜ । ବହୁତ କାନ୍ଦିଥିଲେ । ତା ପରେ ମନକୁ ବୁଝାଇ ସ୍ତ୍ରୀକୁ କରିଥିଲେ କଲ୍ । ହେଲେ ଫୋନ୍ ଆସିଥିଲା ସ୍ୱିଚ୍ ଅଫ୍ । ଘଟମା ପରେ ତାନାରେ ଅଭିଯୋଗ କରିଥିଲେ ମନୋଜ । ଜଣାପଡିଥିଲା ଯେ, ପ୍ରକୃତରେ ବାହାଘର ପରେ ଖୁସି ନଥିଲେ ସ୍ତ୍ରୀ । କାରଣ ତାଙ୍କ ମନରେ ଆଉ କିଏ ଥିଲା । ସେ ଆଉ ଜଣଙ୍କୁ ପ୍ରେମ କରୁଥିବା ଜାଣିବାକୁ ପାଇଥିଲା ପୋଲିସ । ଆଉ ପ୍ରେମିକ ସହ ଫେରାର ହୋଇଯିବା ନେଇ ଖୋଜୁଥିଲା ବାହାନା । ସେଥିପାଇଁ ଫିଲ୍ମ ଦେଖିବାକୁ ଜିଦ୍ କରିଥିଲା ସ୍ତ୍ରୀ । ପୂର୍ବଯୋଜନା ଅନୁସାରେ ଇଣ୍ଟରଭାଲ ବେଳେ ହଲ୍ ବାହାରେ ଅପେକ୍ଷା କରିଥିଲା ପ୍ରେମିକ । ଆଉ ଖାଇବା ଆଣିବାର ବାହାନା କରି ଫେରାର ହୋଇଯାଇଥିଲା 7 ଦିନ ତଳେ ବାହା ହୋଇଥିବା ସ୍ତ୍ରୀ । ତେବେ ଦର୍ଶକବନ୍ଧୁ, ଏମିତି ମହିଳାଙ୍କୁ କି ଦଣ୍ଡ ମିଳିବା ଦରକାର ଆମକୁ କମେଣ୍ଟ କରି ଜଣାନ୍ତୁ ।

