23.3 C
Odisha
Friday, March 6, 2026

ହାର୍ଦ୍ଦିକଙ୍କ ବଢିଗଲାଣି ଗର୍ବ

ଭାରତୀୟ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ମୁମ୍ବାଇରେ ଦିନିକିଆ ସିରିଜର ଖେଳିଥିଲା ପ୍ରଥମ ମ୍ୟାଚ୍ । ରୋହିତ ଶର୍ମା ଏହି ମ୍ୟାଚରୁ ବିଶ୍ରାମ ନେଇଥିଲେ । ଯେଉଁଥିପାଇଁ ଦାୟିତ୍ୱ ଥିଲା ଉପଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ହାତରେ । ହାର୍ଦିକ ଟସ୍ ଜିତି ପ୍ରଥମ ବୋଲିଂ କରିବା ନେଇ ନିଷ୍ପତି ନେଇଥିଲେ । ଏମିତିରେ ସମସ୍ତଙ୍କୁ ଜଣାଅଛି କି, ହାର୍ଦିକ ଆଉ ବିବାଦ ଅନେକ ସମୟରେ ଏକାସାଙ୍ଗରେ ଥାଆନ୍ତି । ଏବେ ପୁଣି ଥରେ ସେ ବିରାଟ କୋହଲୀଙ୍କ ସହ ଦୁର୍ବବ୍ୟବହାର କରିଥିବା ନେଇ ଚର୍ଚା ହେଉଛିି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ଏହା ହେଉଚି ୨୧ ଓଭର ସମୟର ଘଟଣା । ଜୋସ୍ ଇଂଲିଶ କ୍ରିଜରେ ଥିଲେ । ଆଉ ବଲ ଥିଲା କୁଲଦୀପ ଯାଦବଙ୍କ ହାତରେ । ବିରାଟଙ୍କ ସହ ହାର୍ଦିକ ଛିଡା ହୋଇ ଫିଲ୍‌ଡ ସେଟ୍ କରୁଥିଲେ । ଏହାରି ଭିତରେ ବିରାଟ ହାର୍ଦିକଙ୍କୁ କିଛି ପରାମର୍ଶ ଦେଇଥିଲେ । ହେଲେ ବିରାଟଙ୍କ ଆଡକୁ ଅନାଇନଥିଲେ ହାର୍ଦିକ । ଫିଲ୍ଡରଙ୍କୁ ନିଜ ହିସାବରେ ଇସାରା କରି ହାର୍ଦିକ ସେଠାରୁ ଚାଲି ଯାଇଥିଲେ । ଅଣଦେଖାର ଶିକାର ହୋଇତିଲା ବିରାଟ । ଏହାପରେ ବିରାଟ ନିରାଶା ହୋଇ ଦୁଃଖ ପ୍ରକାଶ କରି ନିଜ ଫିଲ୍ଡିଂ ପୋଜିସନକୁ ଚାଲି ଯାଇଥିଲେ ।
ତେବେ ବିରାଟ ଓ ହାର୍ଦିକଙ୍କ ଭିତରେ ଏମିତି ହେବା ନେଇ ଖବର ଅନେକ ଦିନ ଧରି ଚାଲି ଆସୁଛି । ଶ୍ରୀଲଙ୍କା ବିପକ୍ଷ ସିରିଜରେ ବି ଦୁହିଁଙ୍କ ଭିତରେ ବିବାଦ ଦେଖିବାକୁ ମିଳିଥିଲା । ଗୁଆହାଟୀରେ ହୋଇଥିବା ମୁକାବିଲାରେ ଅତି ସହଜରେ ଦୁଇ ରନ ହୋଇପାରିଥାନ୍ତା । ହେଲେ ସେତେବେଲେ ରନ ନେବାକୁ ବିରାଟଙ୍କୁ ମନା କରିଥିଲେ ହାର୍ଦିକ । ଯେତେବେଳେ କି କୋହଲୀ ଅଧା ପିଚ୍ କୁ ଆସି ଯାଇତିଲେ । ଖାଲି ଏତିକି ନୁହେଁ ଗୁଆହାଟୀ ମୁକାବିଲା ପରେ ଭାରତ ଓ ଶ୍ରୀଲଙ୍କା ଟକ୍କର ହୋଇତିଲା କୋଲକାତାରେ । ଏହି ମ୍ୟାଚରେ ବି ବିରାଟଙ୍କୁ ହାର୍ଦିକ ଅଣଦେଖା କରିଥିଲେ । ଏହାପରେ ଦୁଇ ଖେଳାଲୀଙ୍କ ଭିତରେ କିଛି ଠିକ ଚାଲିନତିବା ନେଇ ଖବର ଆସିଥିଲା । ଆଉ ଏବେ ପୁଣି ଥରେ କିଛି ଏମିତି ଦେଖିବାକୁ ମିଳିଚି । ତେବେ ଜଣେ ସିନିୟର ଖେଳାଳୀଙ୍କୁ ହାର୍ଦିକଙ୍କ ଏମିତି ବ୍ୟବହାର ନେଇ ଆପଣଙ୍କୁ କଣ ଲାଗୁଚି ନିହାତି ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ