19 C
Odisha
Saturday, March 7, 2026

ରାସନ କାର୍ଡ ଧାରୀଙ୍କ ପାଇଁ ଖୁସି ଖବର

ଦର୍ଶକବନ୍ଧୁ, ସରକାର ଜନତାଙ୍କ ପାଇଁ ବହୁତ ପ୍ରକାର ସ୍କିମ ଆରମ୍ଭ କରୁଛନ୍ତି । ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ଏହାରି ମଧ୍ୟରେ ଯେଉଁମାନଙ୍କ ପାଖରେ ଅଛି ରାସନ କାର୍ଡ ସେମାନଙ୍କ ପାଇଁ ରହିଛି ଏକ ଖୁସି ଖବର । କାରଣ ସେମାନେ ପାଇବାକୁ ଯାଉଛନ୍ତି ଅଧିକ ରାସନ । ଯେଉଁମାନଙ୍କ ପାଖରେ ରାସନ କାର୍ଡ଼ ଅଛି ସେମାନଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯଦି ଆପଣ ମାଗଣା ରାସନର ସୁବିଧାର ଲାଭ ଉଠାଉଛନ୍ତି, ତେବେ ବର୍ତ୍ତମାନ ଆପଣ ୧୦ କେଜି ଅଧିକ ରାସନ ପାଇବେ।
ଅନେକ ପ୍ରକାରର ସୁବିଧା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ରାସନ କାର୍ଡ଼ଧାରୀମାନଙ୍କୁ ଦିଆଯାଉଛି। ବର୍ତ୍ତମାନ ରାଜ୍ୟ ସରକାର ଅତିରିକ୍ତ ରାସନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଦେଶର ପ୍ରାୟ ୫୭ ଲକ୍ଷ ଲୋକ ସରକାରଙ୍କ ଏହି ନିଷ୍ପତ୍ତିର ଲାଭ ପାଇବେ।
ଜାମ୍ମୁ କାଶ୍ମୀର ସରକାର ପ୍ରଧାନମନ୍ତ୍ରୀ ଖାଦ୍ୟ ଯୋଗାଣ ଯୋଜନା ଆରମ୍ଭ କରିଥିଲେ । ଯେଉଁଥିରେ ସମସ୍ତ ଗରିବ ପରିବାରକୁ ସବସିଡି ହାରରେ ୧୦ କିଲୋ ଅତିରିକ୍ତ ରାସନ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଜାମ୍ମୁ କାଶ୍ମୀରର ଏଲଜି ମନୋଜ ସିହ୍ନା ଏହା ଘୋଷଣା କରିଛନ୍ତି।
ରାଜ୍ୟର ପରିବାର ପ୍ରତି ସଦସ୍ୟଙ୍କୁ ୪ କେଜି ମାଗଣା ରାସନର ସୁବିଧା ଦିଆଯାଉଛି। ଆଜିଠାରୁ ପ୍ରତ୍ୟେକ ପରିବାରକୁ କିଲୋଗ୍ରାମ ପିଛା ୨୫ ଟଙ୍କା ହାରରେ ୧୦ କିଲୋଗ୍ରାମ ଅତିରିକ୍ତ ରାସନର ସୁବିଧା ଦିଆଯିବ। ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ୧୪.୩୨ ଲକ୍ଷ ରାସନ କାର୍ଡ଼ଧାରୀ ଅଛନ୍ତି ଏବଂ ୫୭,୨୪,୦୦୦ ଲୋକ ଚଗୠଝଝର ଲାଭ ଉଠାଉଛନ୍ତି।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ପ୍ରାୟ ୧.୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଲଜି ମନୋଜ ସିହ୍ନା କହିଛନ୍ତି ଯେ ଗରିବ ପରିବାରର ଆର୍ଥିକ ବୋଝକୁ ଦୂର କରିବା ଏବଂ ଖାଦ୍ୟ ଏବଂ ପୁଷ୍ଟିକର ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏହାକୁ ସଂଶୋଧିତ ହାର ସହିତ ପୁନଃ ପ୍ରବର୍ତ୍ତନ କରାଯାଇଛି।
ରାସନ କାର୍ଡ଼ ଏବଂ ଆଧାର କାର୍ଡକୁ ସଂଯୋଗ କରିବା ପାଇଁ ସରକାର ଶେଷ ତାରିଖ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ସମୟସୀମା ଜୁନ୍ ୩୦ ପର‌୍ୟ୍ୟନ୍ତ ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ସେପ୍ଟେମ୍ବର ୩୦କୁ ବୃଦ୍ଧି କରାଯାଇଛି ଜ୍ଝ ଅନ୍ତୋଦୟ ହିତାଧିକାରୀଙ୍କ ପାଇଁ ରାସନ କାର୍ଡ଼କୁ ଆଧାର କାର୍ଡ଼ ସହିତ ଲିଙ୍କ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ମାଗଣା।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ