16.1 C
Odisha
Friday, January 16, 2026

ସ୍ୱର୍ଣ୍ଣ ମନ୍ଦିରରେ ଦେଶଦ୍ରୋହୀ, ତ୍ରିରଙ୍ଗା ଆଙ୍କିଥିବା ଲୋକଙ୍କୁ ନୋ ଏଣ୍ଟ୍ରି

ସ୍ୱର୍ଣ୍ଣ ମନ୍ଦିରରେ ଅଭାବନୀୟ ଘଟଣା । ହରିୟାଣାର ଜଣେ ଯୁବତୀଙ୍କ ସହ ଅସଦାଚରଣ କଲେ ମନ୍ଦିର କର୍ମଚାରୀ । ତେବେ ଯୁବତୀଙ୍କର କେବଳ ଭୁଲ ଥିଲା, ସେ ମୁହଁରେ ଆଙ୍କିଥିଲେ ତ୍ରିରଙ୍ଗାର ଚିତ୍ର । ଯାହାରୁ ବିରୋଧ କରିଥିଲେ ମନ୍ଦିରର ଗୁଣ୍ଡା । ଓଲଟା ଏହା ପଞ୍ଜାବ, ଭାରତ ନୁହେଁ ବୋଲି ସିଧାସିଧା ଶୁଣାଇଥିଲେ । ଏହି ଘଟମା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ବିରୋଧ କରିଛନ୍ତି ଲକ୍ଷ ଲକ୍ଷ ଭାରତୀୟ ।

ସୋମବାର ଘଟଥିଲା ଏହି ଘଟଣା । ହରିୟାଣାର ଜଣେ ଯୁବତୀ ଅମୃତସରରେ ଥିବା ସୂର୍ଣ୍ଣ ମନ୍ଦିର ବୁଲିବାକୁ ଆସିଥିଲେ । ତାଙ୍କ ସହ ଜଣେ ବନ୍ଧୁ ମଧ୍ୟ ଥିଲେ । ମନ୍ଦିରରେ ଗୁରୁଙ୍କୁ ପୂଜା କରିବେ ଓ ଆଶୀର୍ବାଦ ମାଗିବେ ବୋଲି ଆଶା କରିଥିଲେ ଯୁବତୀ । ହେଲେ ମନ୍ଦିରରେ ଏଣ୍ଟ୍ରି କରୁ କରୁ ତାଙ୍କୁ ଅଟକାଇଥିଲେ ମନ୍ଦିରର କର୍ମଚାରୀ । ସିଧା ସିଧା ଏଠାରୁ ତାଲିଯାଅ ବୋଲି ଧମକ ଦେଇଥିଲେ ।

ପ୍ରଥମେ କିଛି ବୁଝିପାରିନଥିଲେ ଯୁବତୀ । ଏମିତି କାହିଁକି କହୁଛ ବୋଲି ପ୍ରଶ୍ନ କରିଥିଲେ । ତେବେ କର୍ମଚାରୀ ଜଣଙ୍କ ଯାହା ଉତ୍ତର ଦେଇଥିଲେ ତାହା ସମସ୍ତଙ୍କୁ ତାଜୁବ କରିଥିଲେ । ତ୍ରିରଙ୍ଗା ଆଙ୍କି ମନ୍ଦିରରେ ପ୍ରବେଶ ହୋଇପାରିବ ନାହିଁ ବୋଲି କହିଥିଲେ କର୍ମଚାରୀ । ଆହୁରି ମଧ୍ୟ ଏହା ପଞ୍ଜାବ, ଭାରତ ନୁହେଁ ବୋଲି ସିଧା ସିଧା ଶୁଣାଇଥିଲେ ।

ଯାହା ଶୁଣିବା ପରେ ଯୁବତୀ ଜଣଙ୍କ ଉତକ୍ଷିପ୍ତ ହୋଇଯାଇଥିଲେ । ପଞ୍ଜାବ କଣ ଭାରତର ନୁହେଁ କି ବୋଲି ପଚାରିଥିଲେ । ଏହାର ଉତ୍ତରରେ ବଡ ପାଟିରେ ନା ବୋଲି କହିଥିଲେ କର୍ମଚାରୀ । ଏମିତିକି ଯୁବତୀଙ୍କ ହାତକୁ ଟାଣି ମୋବାଇଲ ଛଡାଇବାକୁ ଚେଷ୍ଟା କରିଥିଲେ । ତେବେ ଏ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ସୂର୍ଣ୍ଣ ମନ୍ଦିର ହେଉଛି ଭାରତର ଏକ ପବିତ୍ରସ୍ଥାନ । ଏହା ଶିଖ ସମୁଦାୟର ବଳୀଦାନ କଥା କୁହେ । ଯେଉଁ ଶିଖ୍ ମାନେ ଭାରତମାତା ପାଇଁ ଦେଇଥିଲେ ପ୍ରାଣବଳୀ ଓ ଲଢିଥିଲେ ଅନେକ ଯୁଦ୍ଧ । ଏମିତି ଏକ ସ୍ଥାନରେ ଭାରତୀୟଙ୍କୁ ଅସଦାଚରଣ ତାଜୁବ କରିଛି । ପଞ୍ଜାବର ପବିତ୍ରସ୍ଥାନ ଏବ ଦେଶଦ୍ରୋହୀଙ୍କ ଆଡ୍ଡା ପାଲଟିଯାଇଚି ବୋଲି କେହିକେହି କହିବା ଆରମ୍ଭ କଲେଣି । ଯଦି ଏମିତି ପରିସ୍ଥିତି ଲାଗି ରହେ ତାହାଲେ ସୂର୍ଣ୍ଣ ମନ୍ଦିରରେ ଯେ ଭାରତ ବିରୋଧୀ ପ୍ରୋପୁାଗଣ୍ଡା ଚାଲୁଛି, ତାହା ସ୍ପଷ୍ଟ ହୋଇଯିବ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ