ମାତ୍ର ୨୫ ଦିନରେ ମିଳିଯିବ ଗ୍ୟାସ୍ : ସରକାର ଆଣିଲେ ନୂଆ ନିୟମ, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ରନ୍ଧନ ଗ୍ୟାସ୍ ସିଲିଣ୍ଡର ପୁଣିଥରେ ବୁକ୍ କରିବା ପାଇଁ ଆଉ ୪୫ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ବୁକିଂ ବ୍ୟବଧାନକୁ କମାଇ ସରକାର ଏବେ ୨୫ ଦିନ କରିଛନ୍ତି। ଫଳରେ ଆବଶ୍ୟକତା ଅଧିକ ଥିବା ପରିବାରଗୁଡ଼ିକ ଅଳ୍ପ ସମୟ ମଧ୍ୟରେ ଦ୍ୱିତୀୟ ସିଲିଣ୍ଡର ନେଇପାରିବେ।

ସାରା ଦେଶରେ ଲାଗୁ ନୂଆ ନିୟମ

ସରକାରଙ୍କ ଏହି ପରିବର୍ତ୍ତିତ ବ୍ୟବସ୍ଥା ସୋମବାରଠାରୁ ଦେଶବ୍ୟାପୀ ଲାଗୁ ହୋଇଛି। ପୂର୍ବରୁ ଗ୍ରାମାଞ୍ଚଳର ଗ୍ରାହକଙ୍କ ପାଇଁ ସିଲିଣ୍ଡର ବୁକିଂ ମଧ୍ୟରେ ୪୫ ଦିନର ବ୍ୟବଧାନ ରହିଥିଲା। ଅନ୍ୟପଟେ ସହରାଞ୍ଚଳରେ ଏହି ସମୟସୀମା ୨୫ ଦିନ ଥିଲା। ଏବେ ଉଭୟ ସହର ଓ ଗ୍ରାମାଞ୍ଚଳ ପାଇଁ ୨୫ ଦିନର ନିୟମ ଲାଗୁ କରାଯାଇଛି।

ସୁରେଶ ଗୋପୀ ଦେଲେ ସୂଚନା

କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ପର୍ଯ୍ୟଟନ ପ୍ରତିମନ୍ତ୍ରୀ ସୁରେଶ ଗୋପୀ ସୋସିଆଲ ମିଡିଆ ମାଧ୍ୟମରେ ଏହି ପରିବର୍ତ୍ତନ ସମ୍ପର୍କରେ ଜଣାଇଛନ୍ତି। ସମସ୍ତ ତୈଳ ବିପଣନ କମ୍ପାନୀ (OMCs) ଏହି ନୂଆ ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବାକୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି।

ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଅସ୍ଥିରତା ଏବଂ ଜର୍ମୁଜ ଷ୍ଟ୍ରେଟ୍‌ରେ ଯାତାୟାତ ବାଧାପ୍ରାପ୍ତ ହେବାର ଆଶଙ୍କା ଯୋଗୁଁ ଏଲପିଜି ଯୋଗାଣ ଉପରେ ପ୍ରଭାବ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ କମାଇବା ପାଇଁ ବୁକିଂରେ ଭିନ୍ନ ଭିନ୍ନ ସମୟସୀମା ରଖାଯାଇଥିଲା।

ବଡ଼ ପରିବାର ପାଇଁ ମିଳିବ ଆଶ୍ୱସ୍ତି

୪୫ ଦିନର ବ୍ୟବଧାନ ହେତୁ ଅନେକ ପରିବାରରେ ଗ୍ୟାସ୍ ସରିଯିବା ପରେ ନୂଆ ସିଲିଣ୍ଡର ପାଇବାରେ ସମସ୍ୟା ହେଉଥିଲା। ବିଶେଷକରି ଅଧିକ ସଦସ୍ୟ ଥିବା ପରିବାରରେ ଗୋଟିଏ ସିଲିଣ୍ଡରକୁ ୪୫ ଦିନ ପର୍ଯ୍ୟନ୍ତ ଚଳାଇବା କଷ୍ଟକର ହେଉଥିଲା।

ନୂଆ ନିୟମ ଲାଗୁ ହେବା ପରେ ଏହି ସମସ୍ୟାରେ ଅନେକ ମାତ୍ରାରେ ହ୍ରାସ ଆସିବ ବୋଲି ଆଶା କରାଯାଉଛି। ୨୫ ଦିନ ପରେ ପୁଣି ସିଲିଣ୍ଡର ବୁକ୍ କରିବାର ସୁଯୋଗ ମିଳିବାରୁ ଦେଶର କୋଟି କୋଟି ଏଲପିଜି ଗ୍ରାହକ ଏଥିରୁ ଲାଭ ପାଇବେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ