ପଦ୍ମ ଧରିବେ ଗଞ୍ଜାମ କଂଗ୍ରେସର ଟାଣୁଆ ନେତା !

ଗଞ୍ଜାମ : କିଛି ଦିନ ହେଲା ବିଜୁ ଜନତା ଦଳର ଅନେକ ନେତା ଆଉ ସାଂସଦ ଭାରତୀୟ ଜନତା ପାର୍ଟିରେ ସାମିଲ ହେଉଛନ୍ତି । ବିଜେଡିର ଅବସ୍ଥା ବେହାଲ ହେବାକୁ ବସିଲାଣି । ଏବେ କିନ୍ତୁ କଂଗ୍ରେସର ଜଣେ ଟାଣୁଆ ନେତା ପଦ୍ମ ପୋଖରୀରେ ଲମ୍ଫ ମାରିବେ ବୋଲି ଚର୍ଚ୍ଚା ହେଉଛି । ଏହି ନେତା ଜଣଙ୍କ ଗଞ୍ଜାମ ରାଜନୀତିରେ ବେଶ୍ ଦବଦବା ରଖନ୍ତି ।

ଚର୍ଚ୍ଚା ହେଉଛି ଯେ କଂଗ୍ରେସ ଜଣେ ନିଲମ୍ବିତ ବିଧାୟକ ଖୁବ୍ ଶୀଘ୍ର ବିଜେପିରେ ମିଶିବେ । ଏନେଇ କୁଆଡେ ସବୁ ପ୍ଲାନ୍ ସରିଛି । କେବଳ ଔପଚାରିକ ଘୋଷଣା ବାକି ରହିଛି । କାରଣ ଏବେ ସେ ଆଉ କଂଗ୍ରେସର ସଭା ସମିତିରେ ଦେଖା ଦେଉ ନାହାନ୍ତି । ଦଳୀୟ କାର୍ଯ୍ୟକ୍ରମରୁ ଦୂରରେ ରହୁଛନ୍ତି ।

ଗଞ୍ଜାମ ଜିଲାର ଏହି ନେତା ଖୁବ୍ ପୁରୁଣା । ସେ ୨୦୦୯ ରେ ବିଧାୟକ ଭାବେ ବିଜୟୀ ହୋଇଥିଲେ । ବିଜେଡି ସରକାର ବେଳେ ବି କଂଗ୍ରେସର ଗଡ଼ ରକ୍ଷା କରିଥିଲେ ।।ପୁଣି ୨୦୧୯ ଏବଂ ୨୦୨୪ ରେ ସେ ଜିତିବା ସହ କଂଗ୍ରେସର ସମ୍ମାନ ବଞ୍ଚାଇଥିଲେ । କିନ୍ତୁ ରାଜ୍ୟସଭା ନିର୍ବାଚନ ବେଳଠୁ ହାତ ଦଳ ସହ ତାଙ୍କର ସଂପର୍କ ଖରାପ ହୋଇଛି । କାରଣ ସେ ଦଳୀୟ ହୁଇପ ଭଙ୍ଗ କରି ବିଜେପି ସମର୍ଥିତ ସ୍ବାଧିନ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । ସେବେ ତାଙ୍କୁ ଦଳ ନିଲମ୍ବନ କରିଥିଲା ।

ଏବେ ସେ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । କିଛି ଦିନ ହେଲା ବିଜେପି ନେତାଙ୍କ ସହ ତାଙ୍କର ସଂପର୍କ ଭଲ ହେବାରେ ଲାଗିଛି । ଯଦି ସେ ବିଜେପିରେ ମିଶନ୍ତି ତାହାଲେ କଂଗ୍ରେସକୁ ଲାଗିବ ବଡ ଝଟକା । ଦଳ ଜଣେ ଟାଣୁଆ ନେତାଙ୍କୁ ହରାଇବ।।ଅନ୍ୟ ଦିଗରେ ବିଜେପି ଶିବିର ଖୁସି ହେବ । ଦଳର ଯେଉଁ ଗଞ୍ଜାମ କ୍ଲିନ୍ ସ୍ଵିପ ପ୍ଲାନ୍ ରହିଛି ତାହା ସଫଳ ହେବ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ