16.1 C
Odisha
Friday, January 16, 2026

ବନ୍ୟା ଆଶଙ୍କା, ଏବେଠୁ ହୁଅନ୍ତୁ ସାବଧାନ

ଏବେ ଆରମ୍ଭ ହୋଇଗଲା ବର୍ଷା ଦିନ । ଗତ ଦୁଇ ଦିନ ହେଲା ରାଜ୍ୟରେ ଲାଗି ରହିଛି ବର୍ଷା । ପ୍ରଥମେ ଦକ୍ଷିଣ ଓଡିଶାର କିଛି ଜାଗାରେ ବର୍ଷା ହୋଇଥିଲା । ଏବେ କିନ୍ତୁ ଭୁବନେଶ୍ୱର, କଟକ ବାଲେଶ୍ୱର ସମେତ ଜାଗା ଭିଜିଲାଣି । ଯାହା ମୌସୁମିର ଆଗମନ ପାଇଁ ଫିଟାଇଛି ବାଟ । ଫଳରେ ଆସନ୍ତା ଦୁଇ ତିନି ମଧ୍ୟରେ ମୌସୁମି ଓଡିଶା ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାମଧ୍ୟରେ କିନ୍ତୁ ବଢିଯାଇଛି ବନ୍ୟା ସମ୍ଭାବନା ।

ରାଜ୍ୟରେ ବଢୁଥିଲା ଗରମର ପ୍ରକୋପ । ଗତ ଦୁଇ ମାସ ହେଲା ସାଙ୍ଗାତିକ ଗରମରେ ଅସ୍ୟବ୍ୟସ୍ତ ହେଉଥିଲେ ରାଜ୍ୟବାସୀ । ପ୍ରତିଦିନ ନୂଆ ନୂଆ ରେକର୍ଡ ଭାଙ୍ଗୁଥିଲା ଖରା । ଜନଜବୀନ ଠପ୍ ହୋଇଯାଇଥିଲା । ସକାଳ 9ଟା ପରେ ଘରୁ ବାହାରି ହେଉନଥିଲା । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ, ସବୁଠି ପାରଦ ଥିଲା ଖୁବ୍ ଉପରେ । ଏବେ କିନ୍ତୁ ବଦଳିଛି ପାଗ । ଦେଶରେ ମୌସୁମି ଛୁଇଁବା ପରେ ରାଜ୍ୟରେ ବଢିଛି ପ୍ରାକ୍ ମୌସମି ବର୍ଷା । ଯାହାର ପ୍ରଭାବ ବିଭିନ୍ନ ଜିଲ୍ଲା ଉପରେ ପଡିଛି ।

ତେବେ ଆଗକୁ ଆହୁରି ବର୍ଷା ହେବ । ମୌସୁମି ସମ୍ପର୍ଣ୍ଣ ଛୁଇଁବା ପରେ ଅଧିକରୁ ଅଧିକ ଭିଜିବ ଓଡିଶା । ହେଲେ ଏହା ମଧ୍ୟରେ ବୃଦ୍ଧି ପାଇଛି ବନ୍ୟା ଆଶଙ୍କା । କାରଣ ବର୍ଷା ହେବା ଦ୍ୱାରା ବିଭିନ୍ନ ନଦୀର ଜଳସ୍ତର ବଢିବ । ଖରାଦିନ ସରିଥିବାରୁ ବିଭିନ୍ନ ନଦୀରେ ପାଣି କମ୍ ରହିଛି । ବର୍ଷା ହେବା ଦ୍ୱାରା ନଦୀଗୁଡିକ ପାଣିରେ ଭରି ରହିବେ । ହଠାତ ବର୍ଷା ହେଲେ ତୁରନ୍ତ ସମୁଦ୍ର ମଧ୍ୟକୁ ନିଷ୍କାସିତ ହୋଇପାରିବନି ବର୍ଷା ଜଳ । ଫଳରେ ତଳିଆ ଗାଁ ଗଣ୍ଡାକୁ ମାଡି ଆସିବ ବନ୍ୟା ପାଣି ।

ଆପଣ ଜାଣିଥିବେ ଯେ, ମହାନଦୀ ହେଉଛି ଓଡିଶାର ବଡ ନଦୀ । ପ୍ରାୟ ଅଧା ଜିଲ୍ଲା ଦେଇ ପ୍ରବାହିତ ହୋଇଛି ଏହି ନଦୀ । ଆଉ ଏହି ନଦୀର ଉପର ମୁଣ୍ଡରେ ବଡ ବଡ ବ୍ୟାରେଜ୍ ତିଆରି କରିଛି ଛତିଶଗଡ । ଯଦି ଉପରମୁଣ୍ଡରେ ବର୍ଷା ହୁଏ, ତାହାଲେ ବ୍ୟାରେଜ୍ ଗେଟ୍ ଖୋଲିଦେବ ଛତିଶଗଡ । ଯାହା ସିଧା ଆସି ହୀରାକୁଦରେ ଜମା ହେବ । ଧିରେଧିରେ ହୀରାକୁଦ ଘେଟ୍ ଖୋଲିବା ଦ୍ୱାରା ମହାନଦୀରେ ପାଣିବଢିବ । ଯାହା ସିଧାସଳଖ ନଦୀକୁଳିଆ ଲୋକଙ୍କ ଉପରେ ପ୍ରଭାବ ପକାଇବ । ଆଗରୁ ମଧ୍ୟ ଏପରି ଅନେକ ନଜିର ରହିଛି । ହୀରାକୁଦ ଗେଟ୍ ଖୋଲାଯିବା ପରେ କଟକର ବିଭିନ୍ନ ଗାଣରେ ପଶିଛି ବନ୍ୟାପାଣୀ । ଏହାସହ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୂଖୀନ ମଧ୍ୟ ହୋଇଛନ୍ତି । କେବଳ ମହାନଦୀ ନୁହେଁ, ନାଗାବଳୀ, ସୁବର୍ଣ୍ଣରେଖା, ଜଳକା, ବ୍ରାହ୍ମଣୀ ନଦୀରେ ମଧ୍ୟ ବନ୍ୟା ଆସେ । ପ୍ରଭଲ ବର୍ଷା କାରଣରୁ ଏହି ସବୁ ନଦୀର ଦଳସ୍ତର ବୃଦ୍ଧି ପାଇବ । ଯଦ୍ୱାରା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଆଦି ଜିଲ୍ଲାର ତଳିଆ ଅଂଚଳ ବୁଢିବାର ସମ୍ଭାବନା ଅଧିକ । କେବଳ ନଦୀ କୂଳିଆ ନୁହେଁ, ରାଜଧାନୀବାସୀ ମଧ୍ୟ କୃତିମ ବନ୍ୟାର କରିବେ ସାମ୍ନା । କାରଣ ବର୍ଷା ଦ୍ୱାରା ସୃଷ୍ଟି ହୋଇପାରେ ଓ୍ୱାଟର୍ ଲିଗଂ ସମସ୍ୟା । ଯାହା କୃତିମ ବନ୍ୟା ସୃଷ୍ଟି କରିବ । ଆଉ ହନ୍ତସନ୍ତ ହେବେ ରାଜଧାନୀ ବାସୀ । ତେବେ ଦର୍ଶକବନ୍ଧୁ ବନ୍ୟା ସମ୍ଭାବନା ଥିଲେ ତୁରନ୍ତ ଉଚ୍ଚ ଜାଗାକୁ ଚାଲି ଯାଆନ୍ତୁ । ନିଜର ପୋଷା ଗାଇ ବଳଦଙ୍କୁ ମଧ୍ୟ ସାଥିରେ ନେଇଯାଆନ୍ତୁ । ଏହାସହ ସରକାରଙ୍କ ସମସ୍ତ ବନ୍ୟା ଅପଡେଟ୍ ଉପରେ ନଜର ରଖିଥାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ