22.9 C
Odisha
Wednesday, October 29, 2025

ଏହି ଦିନ ରିଲିଜ୍ ହେବ ‘ଆର୍ ଆର୍ ଆର୍ ୨’

ଏସ ଏସ ରାଜାମୌଲୀଙ୍କ ଫିଲ୍ମ ଆର ଆର ଆର ପୁରା ଭାରତ ବର୍ଷକୁ ଗର୍ବିତ କରିଛି । ବକ୍ସ ଅଫିସରେ ଫିଲ୍ମଟି ଧମାଲ କରିବା ପରେ ଏବେ ଦେଶ ପାଇଁ ଆଣିଛି ଓସ୍କାର ପୁରସ୍କାର । ଏହି ଫିଲ୍ମର ନାଟୁ ନାଟୁ ସଙ୍ଗକୁ ମିଳିଛି ବେଷ୍ଟ ଅରିଜିନାଲ ସଙ୍ଗ ଆଓାର୍ଡ । ଏହାରି ମଧ୍ୟରେ ଉପସ୍ଥିତ ରହିଥିଲେ ଏଣ୍ଟାୟାର ଷ୍ଟାର କାଷ୍ଟ ଏବଂ ଫିଲ୍ମଟିକୁ ନେଇ ସାଉଁଟିଥିଲେ ଢେର୍ ସାରା ପ୍ରଂଶସା । ତେବେ ଏହାକୁ ବାଦ ଦେଲେ ଫ୍ୟାନ୍ସଙ୍କ ପାଇଁ ରହିଚି ଆଉ ଏକ ଖୁସି ଖବର । କାରଣ ଖୁବଶୀଘ୍ର ଆସିବାକୁ ଯାଉଛି ଆର ଆର ଆର ୨ । ଇଣ୍ଟରଭ୍ୟୁ ଦେବା ବେଳେ ଏନେଇ ଖୁଲସା କରିଛନ୍ତି ଅଭିନେତା ଜୁନିୟର ଏଣ୍ଟିଆର । ଅବଶ୍ୟ କେବେ ଠାରୁ ଏହାର ସୁଟିଂ ଆରମ୍ଭ ହେବ ସେ ନେଇ ସ୍ପଷ୍ଟ ଭାବେ ଜଣାପଡିନାହିଁ । ଏମିତିରେ ରାଜାମୌଲୀ ମଧ୍ୟ ଏନେଇ କିଛି ଡେଟ୍ ଫିକ୍ସ କରିନାହାନ୍ତି । ହେଲେ ଆର ଆର ଆର ୨ ସୁଟିଂ ପୂର୍ବରୁ ସମସ୍ତ କାମ ପ୍ରଥମେ ସାରିବାକୁ କହିଛନ୍ତି ଜୁନିଅର ଏଣ୍ଟିଆର । ବର୍ତମାନ ରାଜାମୌଲୀଙ୍କ ବାପା ଭି. ବିଜେନ୍ଦ୍ର ସିନେମାର କାହାଣୀ ଲେଖା ଜାରି ରଖିଛନ୍ତି ।
ଏଥିରୁ ଜଣାପଡୁଚି କି ଅପେକ୍ଷା କରିବାକୁ ପଡିଲେ ବି ଖୁବଶୀଘ୍ର ସିନେମାଟି ଫ୍ଲୋର ଉପରକୁ ଆସିପାରେ । ଆଉ ଫ୍ୟାନ୍ସ ମଧ୍ୟ ଜୁନିଅର ଏଣ୍ଟିଆର ଓ ରାମ ଚରନଙ୍କ ଏନର୍ଜିଭରା କମ୍ବୋ ଦେଖିବାକୁ ବେସ୍ ଉତ୍ସାହିତ ଅଛନ୍ତି । କାରଣ ଏହି ଦୁଇ ଅଭିନେତାଙ୍କର ଅନସ୍କ୍ରିନ କେମେଷ୍ଟ୍ରି ଦର୍ଶକଙ୍କ ମନରେ ଏକ ଖାସ ସ୍ଥାନ ଅକ୍ତିଆର କରିଛି । ଯାହାକୁ ପୁଣିଥରେ ନୂଆ ରୂପରେ ନୂଆ ଢଙ୍ଗରେ ଦେଖିବାକୁ ବ୍ୟସ୍ତ ହେଉଛନ୍ତି ଦର୍ଶକେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ