24.1 C
Odisha
Saturday, March 7, 2026

ମୋଦିଙ୍କ ପସନ୍ଦର ଖାଦ୍ୟ

ଦର୍ଶକବନ୍ଧୁ ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି । ହେଲେ ଅନେକ ଲୋକେ ଏମିତି ଥିବେ, ଯିଏ ମୋଦିଙ୍କ ବ୍ୟକ୍ତିଗତ ଜୀବନଶୈଳୀ ବିଷୟରେ ଜାଣିବାକୁ ଇଚ୍ଛା ରଖନ୍ତି । ହେଲେ ସମସ୍ତେ ଜାଣନ୍ତିନି କିଭଲି ଲାଇଫ ଷ୍ଟାଇଲ ମେଣ୍ଟେନ କରନ୍ତି ଆମ ପ୍ରଧାନମନ୍ତ୍ରୀ ।
ଅନେକ ଜାଣିବାକୁ ଚାହୁଁଥିବେ ଖାଇବାରେ ମୋଦି କଣ ଖାଇବାକୁ ପସନ୍ଦ କରନ୍ତି । ଏମିତିରେ ସମଗ୍ର ବିଶ୍ୱରେ ନେତାମାନଙ୍କର ଖାଇବା ପିଇବା କୁ ନେଇ କେତେବେଳେ କିଛି କମି ନଥାଏ । ଖାଇବା ପରଷୁଥିବା ବ୍ୟକ୍ତି ସେମାନଙ୍କ ଆଗରେ ଥୋଇ ଦିଅନ୍ତି ଭଳିକି ଭଳି ଖାଦ୍ୟର ଆଇଟମ । ହେଲେ ମୋଦି କଣ ଖାଆନ୍ତି । ଯେଉଁଥିପାଇଁ ସେ ସବୁବେଳେ ଆକ୍ଟିଭ ରୁହନ୍ତି । ମୋଦିଙ୍କର ଅନେକ ସମର୍ଥକ ଗୁଗୁଲରେ ସର୍ଚ୍ଚ ମଧ୍ୟ କରନ୍ତି ଯେ, ମୋଦି ଏତେ ସୁସ୍ଥ ରହିବା ସହ ଥକି ନପଡି ଏତେ ଘଣ୍ଟା କାମ କେମିତି କରନ୍ତି । ଅନେକ ସ୍ଥାନରେ ମୋଦି ମଧ୍ୟ ନିଜର ଦିନଚର୍ଯ୍ୟା ଓ ଫିଟନେସ ବିଷୟରେ କହିଛନ୍ତି । ତାହେଲେ ମୋଦିଙ୍କ ସିମ୍ପଲ ଡାଏଟ କଣ ଆସନ୍ତୁ ଜାଣିବା ।
ଆପଣ ଭାବୁଥିବେ ଆମ ସମସ୍ତଙ୍କ ଠାରୁ ମୋଦି ବୋଧହୁଏ କିଚି ଅଲଗା ଖାଇବା ଖାଉଥିବେ । ଯଦି ସତରେ ଏମିତି ଭାବୁଥାନ୍ତି, ତେବେ ଆପଣ ଭୁଲ ଭାବୁଛନ୍ତି । କାରଣ ରାଜକୀୟ ଖାଇବା ନୁହେଁ ବରଂ ପୁରା ସିମ୍ପଲ ଡାଏଟ ଫଲୋ କରନ୍ତି ପ୍ରଧାନମନ୍ତ୍ରୀ । ନିଜକୁ ସୁସ୍ଥ ଓ ଏନର୍ଜିଟିକ ରଖିବାକୁ ସାଧାରଣ ଡାଏଟରେ ସେ ବିଶ୍ୱାସ ରଖନ୍ତି । ଏହାବ୍ୟତୀତ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ପାଇଁ କରନ୍ତି ଯୋଗ ଓ ଉପବାସ ।

ଯଦି ଆପଣଙ୍କର ମନେଥିବ, ତେବେ ଫିଟ ଇଣ୍ଡିଆ ମୁଭମେଣ୍ଟ ମଧ୍ୟରେ ସେ କହିତିଲେ ଯେ, ସପ୍ତାହକୁ ଦୁଇଥର ସେ ସଜନା ଶାଗର ପରଟା ଖାଆନ୍ତି । ଏମିତିରେ ଆୟୁର୍ବେଦ ଔଷଧ ବନାଇବାରେ ସଜନା ଶାଗ ବ୍ୟବହାର କରାଯାଏ ଏବଂ ଏଥିରେ ପ୍ରାୟ ତିନିଶହ ରୋଗ ଭଲ ହେବାର ରହିଥାଏ କ୍ଷମତା । କାରଣ ସଜନା ପତ୍ରଠୁ ଆରମ୍ଭ କରି ସଜନା ଛୁଇଁ ଏ ସବୁରେ ରହିଚି ଔଷଧୀୟ ଗୁଣ । ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଏହାସହ କ୍ୟାଲସିୟମ ବି ଭରପୁର ମାତ୍ରାରେ ଥିବାରୁ ପେଟ ସମ୍ବନ୍ଧୀୟ ରୋଗ ଏବଂ ଲିଭରକୁ ମଧ୍ୟ ସୁସ୍ଥ ରଖେ ସଜନା ।
ଫିଟନେସକୁ ନେଇ ସକ୍ରିୟ ରହୁଥିବା ପିଏମ ମୋଦି ଗୁଜୁରାଟୀ ଷ୍ଟାଇଲରେ ପ୍ରସ୍ତୁତ ହେଉଥିବା ଖେଚେଡୀ ଖାଆନ୍ତି । ଯାହାକୁ ବାଘାରୋଲୀ ଖେଚେଡୀ ମଧ୍ୟ କୁହନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ଅନେକପ୍ରକାର ମସଲାର ଆବଶ୍ୟକତା ପଡେ । ହେଲେ କମ ମସଲା ସହ ଏହି ଖେଚେଡୀ ଖାଇବାକୁ ପସନ୍ଦ କରନ୍ତି ମୋଦି । ଏହାକୁ ବନାଇବା ପାଇଁ ଚାଉଳ, ମୁଗ, ହଳଦୀ ଓ ଲୁଣର ଆବଶ୍ୟକତା ରହିଥାଏ । ଏଥିରୁ ଆପଣ ଜାଣିପାରୁଥିବେ କେତେ ସାଧାସିଧା ଆହାର ଗ୍ରହଣ କରନ୍ତି ମୋଦି ।
ତେବେ କହିରଖିବୁ ପ୍ରଧାନମନ୍ତ୍ରୀ ପ୍ରତିଦିନ ଖାଆନ୍ତି ହଳଦୀ । ଫିଟ ଇଣ୍ଡିଆ ମୁଭମେଣ୍ଟ ବର୍ଷେ ପୂରଣ ବେଳେ ସେ କହିଥିଲେ, ତାଙ୍କ ମା ସବୁବେଳେ ପଚାରନ୍ତି ସେ ହଳଦି ଖାଉଛନ୍ତି କି ନାହିଁ । ଏଠି ବି ହଳଦ ରି ଆୟୁର୍ବେଦରେ ରହିଛି ବଡ ଯୋଗଦାନ । ଆପଣଙ୍କ ଶରୀରକୁ ଡ୍ୟାମେଜ କରୁଥିବା ଭାଇରସ ସହ ଲଢିବାର କ୍ଷମତା ରହିଥାଏ ହଳଦୀ ଭିତରେ ।
ତେବେ ପ୍ରତିଦିନ ଦହି ମଧ୍ୟ ଖାଆନ୍ତି ମୋଦି । ପ୍ରତିଦିନ ଡାଏଟରେ ଦହି ଖାଇବା ତାଙ୍କର ପସନ୍ଦ । କାରଣ ଦହି ଭିତରେ ଥାଏ ଅନେକ ଲାଭକାରୀ ଗୁଣ । ଅନହେଲଦି, ଓଜନ, ଦାନ୍ତ, ହାଡ ଓ ହୃଦୟ ସହ ସମ୍ବନ୍ଧିତ ରୋଗକୁ ରକ୍ଷା କରେ ଦହି । ଦହିରେ କ୍ୟାଲସିୟମ, ଭିଟାମିନ ବି, ଭିଟାମିନ ୨, ମ୍ୟାଗ୍ନେସିୟମ ଓ ପୋଟାସିୟମ ଭଳି ପୋଷକ ତତ୍ୱ ରହିଥାଏ ।
ଶେଷରେ ମୋଦିଙ୍କ ଆଉ ଗୋଟିଏ ଖାଦ୍ୟ ହେଲା ମସରୁମ । ଏକ ସାକ୍ଷାତକାର ବେଳେ ମୋଦି କହିଥିଲେ, ହିମାଚଳରେ କରାଯାଉଥିବା ପାହାଡି ମସରୁମ ତାଙ୍କର ସବୁଠୁ ବେଶି ପସନ୍ଦ । ଅତି ସଉକରେ ସେ ପାହାଡି ମସରୁମ ଖାଆନ୍ତି । କାରଣ ଏହି ମସରୁମରେ ବି ଅନେକ ପୋଷକତତ୍ୱ ଭରି ହୋଇ ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ହିତକର । ତେବେ ହିମାଚଳୀ ମସରୁମକୁ ମୋରାଲ ମସରୁମ ବି କୁହାଯାଏ । ଏଥିରେ ଭରପୂର ମାତ୍ରାରେ ରହିଥାଏ ବିଟାମିନ ବି । ଏହାବ୍ୟତୀତ ଲିଭରକୁ ଡିଟକ୍ସ କରିବା ସହ ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ବେ ସାହାଯ୍ୟ କରେ ।

ତେବେ ଦର୍ଶକବନ୍ଧୁ ଏସବୁ ଥିଲା ମୋଦିଙ୍କ ସିମ୍ପଲ ଡାଏଟ । ଯାହାକୁ ପ୍ରତିଦିନ ଅନୁସରଣ କରନ୍ତି ମୋଦି । ତାହେଲେ ପ୍ରଧାନମନ୍ତ୍ରୀଙ୍କ ଏହି ଡାଏଟ ଚାଟ୍ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ