19.5 C
Odisha
Friday, March 6, 2026

ଦୂର୍ଯ୍ୟୋଧନର ଏକମାତ୍ର ମନ୍ଦିର, ଭଗବାନ ଭାବେ କାହିଁକି ପୂଜା କରନ୍ତି ଲୋକେ ?

ମହାଭାରତର ସବୁଠୁ ଦୁରାଚାରୀ ଥିଲା ଦୁର୍ଯ୍ୟୋଧନ । ତା ଗର୍ବ ପାଇଁ ଧ୍ବଂସ ହୋଇଥିଲା କୁରୁ ବଂଶ । ନିପାତ ହେଇଥିଲେ ତାର 99 ଭାଇ ।  ମରିଥିଲେ ହଜାର ହଜାର ଯୋଦ୍ଧା । ଭାଇ-ଭାଇ ଭିତରେ ହୋଇଥିଲା ମହା ସଂଗ୍ରାମ । ତେଣୁ ଦୁର୍ଯ୍ୟୋଧନ ନାଁ ଶୁଣିଲେ ସମସ୍ତେ କରନ୍ତି ଘୃଣା । କିନ୍ତୁ ଏପରି ଏକ ମନ୍ଦିର ଅଛି ଯେଉଁଠି ପୂଜା ପାଏ ପାପୀ ଦୁର୍ଯ୍ୟୋଧନ ।

କେରଳର କୋଲମ ଜିଲ୍ଲାରେ ରହିଛି ପୋରୁଭାଜି ପେରୁଭିରତି ମଳାନନ୍ଦ ମନ୍ଦିର । ଭାରତର ଏକ ମାତ୍ର ମନ୍ଦିର ଯେଉଁଠି ପୂଜା ପାଏ କୁରୁବଂଶର ଜ୍ୟେଷ୍ଠ ପୁତ୍ର । କୁହାଯାଏ ଭାଇଙ୍କ ପ୍ରତି ହିଂସା ଆଉ କୂଳବୋହୁ ପ୍ରତି ଖରାପ ନଜର ସତ୍ତ୍ୱେ ତାର ଥିଲା ଅନେକ ଭଲ ଗୁଣ । ଯାହା ତାକୁ ସବୁଦିନ ପାଇଁ ମନେ ରଖିବାରେ କରିଛି ସାହାଯ୍ୟ ।  

ପୁରାଣ ଅନୁସାରେ ପାଣ୍ଡବମାନେ ବନବାସରେ ଯାଇଥିଲେ । ନିଜ ପରିଚୟ ଲୁଚାଇ ଏଣେତେଣେ ବୁଲୁଥିଲେ । ସେମାନଙ୍କୁ ଖୋଜି ଖୋଜି କୋଲମରେ ପହଂଚିଥିଲା ଦୁର୍ଯ୍ୟୋଧନ । ଖୁବ ଶୋଷିଲା ଥିଲା ସେ । ପାଣି ମୁନ୍ଦେ ବି ମିଳି ନଥିଲା । ଥକା ହୋଇ ବସି ପଡିଥିଲା ଦୁର୍ଯ୍ୟୋଧନ । ହେଲେ କେହି ତାର ଶୋଷ ମଣ୍ଟାଇ ନଥିଲେ ।

ଏହି ସମୟରେ ତାକୁ ସାହା ହେଇଥିଲେ ଜଣେ ବୃଦ୍ଧା । ଛୋଟ ଜାତିର ଥିଲେ ବି ଦୁର୍ଯ୍ୟୋଧନଙ୍କୁ ଯାଚିଥିଲେ ପାଇଡ଼ ପାଣି । ବିନା ସଙ୍କୋଚରେ ପଇଡ଼ ପାଣି ପିଇଥିଲା ଦୁର୍ଯ୍ୟୋଧନ । ମେଣ୍ଟାଇଥିଲା ଶୋଷ । ବୃଦ୍ଧାଙ୍କ ଉପରେ ପ୍ରସନ୍ନ ମଧ୍ୟ ହୋଇଥିଲା ।

ଦୁର୍ଯ୍ୟୋଧନର ବେଶ ଦେଖି ସେ ରାଜ ପରିବାରର ବୋଲି ନିଶ୍ଚିତ ଥିଲେ ବୃଦ୍ଧା । ତାଙ୍କ ଭଳି ଛୋଟ ଜାତିର ମହିଳାଠୁ ସେ ଯେ ପାଣି ଗ୍ରହଣ କରିବେ ତାହା ଭାବି ନଥିଲେ । ତେବେ ଜାତି ପ୍ରଥାରେ ବିଶ୍ୱାସ କରୁନଥିଲେ ଦୁର୍ଯ୍ୟୋଧନ । ତେଣୁ ନିସଙ୍କୋଚରେ ପିଇଥିଲେ ପାଇଡ଼ ପାଣି । ଆଉ ଶୋଷ ମେଣ୍ଟାଇ  ଜୀବନ ବଞ୍ଚାଇଥିବାରୁ ବୃଦ୍ଧାଙ୍କୁ ଦେଇଥିଲେ ଜମି । ସ୍ଥାନୀୟ ଲୋକଙ୍କ ମଙ୍ଗଳ ପାଇଁ ମହାଦେବଙ୍କୁ କରିଥିଲେ ପ୍ରାର୍ଥନା । ଏହାପରେ ଦୁର୍ଯ୍ୟୋଧନଙ୍କୁ ସମ୍ମାନ ଜଣାଇ ଗାଁ ଲୋକେ ତିଆରି କରିଥିଲେ ମନ୍ଦିର ।

ଆଜି ବି ଗାଁ ଲୋକେ ଦୁର୍ଯ୍ୟୋଧନ ନାଁରେ ଦେଉଛନ୍ତି ଖଜଣା । ଯେଉଁଥିରୁ ମିଳେ ମହାଭାରତର ସବୁଠୁ ଖଳ ଚରିତ୍ର ପ୍ରତି କୋଲମବାସୀଙ୍କ ଭଲପାଇବା । ଏଠାରେ କେହି ଦୁର୍ଯ୍ୟୋଧନ ନାଁରେ କିଛି କହିଲେ ରାଗି ଯାଆନ୍ତି ଲୋକେ । କାରଣ ସେମାନଙ୍କ ପାଇଁ ଦୁର୍ଯ୍ୟୋଧନ ହେଉଛି ଦେବତା ସମାନ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ