24 C
Odisha
Wednesday, October 29, 2025

ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଉଡିଲା ଡ୍ରୋନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ଭବନ ଉପରେ ସୋମବାର ସକାଳେ ଦେଖିବାକୁ ମିଳିଛି ଏକ ଡ୍ରୋନ । ଯାହାକୁ ନେଇ ସୃଷ୍ଟି ହୋଇଛି ହଇଚଇ । ଏସପିଜି ଦିଲୀ ପୁଲିସକୁ ଏ ନେଇ ସୂଚନା ପ୍ରଦାନ କରିଥିଲେ । ଏହାପରେ ତୁରନ୍ତ ତଦନ୍ତ ଅଭିଯାନ ଆରମ୍ଭ ହୋଇଥିଲା । ଏବେ ଯାଏଁ ପୁଲିସର ତଦନ୍ତରେ କୌଣସିପ୍ରକାର ଆପତିଜନକ ଜିନିଷ ଠାବ ହୋଇନାହିଁ । ମାମଲାର ତଦନ୍ତ ଏବେ ବି ଜାରି ରହିଚି । କାରଣ ଜଣାଇଦେବୁ ଯେ, ପ୍ରଧାନମନ୍ତ୍ରୀଙ୍କ ଆଖପାଖ ଅଂଚଳ ହେଉଚି ନୋ ଫ୍ଲାଇଂ ଜୋନ୍ ଏବଂ ସେଠାରେ ଡ୍ରୋନ ଉଡିବାର ଅନୁମତି ବି ନାହିଁ ।
ତେବେ ଏ ଘଟଣା ସଂପର୍କରେ ଦିଲ୍ଲୀ ପୁଲିସ କହିଚି କି, ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସ ଉପରେ ଡ୍ରୋନ ଉଡିବା ନେଇ ପିସିଆର କଲ୍ କରାଯାଇଥିଲା । ସକାଳ ପ୍ରାୟ ୫ଟାରେ ସେହି ସ୍ଥାନରେ କିଏ ପିଏମଙ୍କ ଘର ଉପରେ ଡ୍ରୋନ ଦେଖି ପିସିଆରକୁ କଲ କରିଥିଲା । ଏହାପରେ ସୁରକ୍ଷା ଏଜେନ୍ସି ଓ ପୁଲିସ ଆଲର୍ଟ ହୋଇଥିଲା । ଏସପିଜି ସୂଚନା ପରେ ସନ୍ଧାନ ଅଭିଯାନ ଆରମ୍ଭ କରାଯାଇଥିଲା । ହେଲେ ଏବେ ଯାଏ ସେମିତି କିଛି ମିଳିନାହିଁ ।
ତେବେ କହିବାକୁ ଗଲେ, ଏମିତି ପ୍ରଥମଥର ହୋଇନାହିଁ, ଯେତେବେଲେ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଡ୍ରୋନ ଦେଖଯାଇଛି । କାରଣ ଏହାପୂର୍ବରୁ ବି ଦୁଇ ଥର ଏମିତି ଜଣାପଡିବା ପରେ ତଦନ୍ତ ଅଭିଯାନ କରାଯାଇଥିଲା । ଜୁନ ୭ ୨୦୧୮ ମସିହାରେ ମୋଦିଙ୍କ ଘର ଉପରେ କିଛି ଉଡୁତିବା ଦେଖାଯାଇଥିଲା । ଏହାବ୍ୟତୀତ ୧୭ ସେପ୍ଟେମ୍ବର ୨୦୧୭ରେ ରାତି ପ୍ରାୟ ୧୦ ଟା ବେଳେ ଡ୍ରୋନ ଭଳି କିଛି ଉଡୁଥିବା ଖବର ଦିଲୀ ପୁଲିସର ସିକ୍ୟୁରିଟି କଣ୍ଟ୍ରୋଲ ରୁମକୁ ଦିଆଯାଇଥିଲା ।
ତେବେ ଦର୍ଶକବନ୍ଧୁ ବାରମ୍ବାର ଏମିତି ଘଟଣା ଘଟିବା ବାସ୍ତବରେ ଉଚିତ ନୁହେଁ । କାରଣ କେତେବେଳେ କିଛି ବି ଘଟିବାର ସମ୍ଭାବନାକୁ ଏଡାଇ ହେବ ନାହିଁ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି ଥାଇ ବି ଏଭଳି କିଛି ଆକାଶରେ ଦୃଶ୍ୟ ମାନ ହେଉଚି । ତା ପୁଣି ତିନି ଥର ଏମିତି ଦେଖାଗଲାଣି । ଏସବୁ ଦୃଷ୍ଟିରେ ରଖିଲେ କୌଉଠି ନା କୋଉଠି ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବି ଲୋକେ ପ୍ରଶ୍ନ ଉଠାଇପାରନ୍ତି । ତେବେ ଆଜିର ଘଟଣା ଜାଣିବା ପରେ ମୋଦି ପ୍ରଂଶସକ ନିହାତି ଭାବେ ଚିନ୍ତିତ ହୋଇପଡିଥିବେ ଏବଂ ହେବା ମଧ୍ୟ ସ୍ୱଭାବିକ କଥା । ତେବେ ଆଗକୁ ଏହି ମାମଲାରେ କଣ ଜଣାପଡୁଛି ତାହା ପରବର୍ତୀ ସମୟରେ ଜଣାପଡିବ । ହେଲେ ଦର୍ଶକବନ୍ଧୁ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ