ପପୁଲାର ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁକୁ ନେଇ ଏବେ ବି ଜାରି ରହିଛି ସସପେନ୍ସ । ଅକ୍ଷୟଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ କଣ, କାହିଁକି ସେ ଏପରି କଲେ ସେ ନେଇ ସ୍ପଷ୍ଟ ଭାବରେ ଜଣାପଡିନଥିଲେ ମଧ୍ୟ ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ଟ୍ୱିଷ୍ଟ । ପରିବାର ଲୋକେ ଅକ୍ଷୟଙ୍କ ବାନ୍ଧବୀଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି । ପରିବାରଲୋକଙ୍କ କହିବା ହିସାବରେ, ଗତ କିଛି ଦିନ ଧରି ଅକ୍ଷୟଙ୍କ ଗର୍ଲଫ୍ରେଣ୍ଡ ତାଙ୍କୁ କିଛି ଆପତିଜନକ ଫଟୋ ଓ ଭିଡିଓ ଦେଖାଇ ବ୍ଲାକମେଲ କରୁଥିଲେ । ଅକ୍ଷୟଙ୍କ ଆଗରେ ଖାଲି ପ୍ରେମର ମିଛିମିଛିକା ନାଟକ କରି ଟଙ୍କା ନେଉଥିଲେ ପ୍ରେମିକା । ଯାହାକୁ ନେଇ ମ।।ନସିକ ଚିନ୍ତାରେ ଭାଙ୍ଗିପଡିଥିଲେ ଅକ୍ଷୟ ।
ଅକ୍ଷୟଙ୍କ ପ୍ରେମିକା ଏବଂ ପ୍ରେମିକାଙ୍କ ପୁରୁଷ ବନ୍ଧୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି କହିଛନ୍ତି ଅକ୍ଷୟଙ୍କ ସଂପର୍କୀୟ । ଏହାସହ ସେମାନଙ୍କ ନାମରେ ଥାନାରେ ମାମଲା ମଧ୍ୟ ରୁଜୁ କରିଛନ୍ତି ।
ତେବେ ଅକ୍ଷୟଙ୍କ ଜଣେ ବନ୍ଧୁ କହିଛନ୍ତି, ଅକ୍ଷୟଙ୍କ ବାନ୍ଧବୀ ତାଙ୍କୁ ବାରମ୍ବାର ଟଙ୍କା ଡିମାଣ୍ଡ କରୁଥିଲେ । ତାଙ୍କ ପାଖରେ ଥିଲା କିଛି ଆପତିଜନକ ଫଟୋ ଓ ଭିଡିଓ । ଯାହାକୁ ଦେଖାଇ ସେ ବ୍ଲାକମେଲ କରି ଧମକ ଚକମ ଦେଉଥିଲେ । ମାନସିକ ଭାବେ ବହୁତ ନିର୍ଯାତନ ସହୁଥିଲେ ଅକ୍ଷୟ । ଆଉ ଶେଷରେ ସବୁ ଯନ୍ତ୍ରଣା ସୀମା ପାର୍ କରିବାରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ । କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଶବ ବ୍ୟବଚ୍ଛେଦ ହୋଇଥିବା ବେଲେ ଏବେ ଯାଏଁ ଆସିନାହିଁ ବ୍ୟବଚ୍ଛେଦ ରିପୋର୍ଟ । ପରିବାର ଲୋକେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି କରିଥିବା ବେଲେ ନ୍ୟାୟ ଦାବି କରିଛନ୍ତି । ଅକ୍ଷୟଙ୍କ ସମସ୍ତ ଫୋନ କଲ୍ ରେକର୍ଡିଂ ହେଉଥିବା ବେଳେ ଫୋନ ଯାଂଚ୍ ପରେ ହିଁ ପ୍ରକୃତ ତଥ୍ୟ ଜଣାପଡିବା ନେଇ ଆଶା କରାଯାଉଛି । ସେପଟେ ପୁଲିସ ଏବେ ଘଟଣାର ତଦନ୍ତ ଜାରି ରଖିଛି ।

