25.9 C
Odisha
Saturday, March 7, 2026

ବିସିସିଆଇର ନୂଆ ମୁଖ୍ୟ ଚୟନକର୍ତ୍ତା

ଭାରତୀୟ ଟିମର ମୁଖ୍ୟ ଚୟନକର୍ତା ଥିଲେ ଚେତନ ଶର୍ମା । ହେଲେ ଖେଳାଳୀଙ୍କ ବିଷୟରେ ଷ୍ଟିଙ୍ଗ ଅପରେସନ କରିବା ପରେ ନିଜ ପଦରୁ ଦେଇଥିଲେ ଇସ୍ତଫା । ଏଭଳି କାମ କରି ନିଜ ଗୋଡରେ ସେ ନିଜେ ଏକପ୍ରକାର କୁରାଢି ମାରିଲେ । ସେବେଠୁ ସେହି ପଦ ଖାଲି ଅଛି । ସେଥିପାଇଁ ବିସିସିଆଇ ଭାରତୀୟ ଟିମର ମୁଖ୍ୟ ଚୟନତର୍କାଙ୍କ ସନ୍ଧାନରେ ଲାଗିପଡିଛି । ତେବେ ଆପଣଙ୍କୁ ଜଣାଇଦେବୁ ଭାରତୀୟ ଟିମର ଚୟନକର୍ତା ସମିତିରେ ସାମିଲ ରହିଥାନ୍ତି ୫ ଜଣ ସଦସ୍ୟ, ଯିଏ ଭିନ୍ନ ଭିନ୍ନ ବେଲ୍ଟ କୁ ରିପ୍ରେଜଣ୍ଟ କରନ୍ତି । ବର୍ତମାନ ସମୟରେ ଭାରତୀୟ ଟିମର ଚୟନକର୍ତା ସମିତିରେ ନର୍ଥ ବେଲ୍ଟ ଚୟନକର୍ତାଙ୍କ ସନ୍ଧାନ ଚାଲିଛି ।
ନର୍ଥରୁ ଗୌତମ ଗମ୍ଭୀର, ୟୁଭରାଜ ସିଂ, ହରଭଜନ ସିଂ ଓ ବିରେନ୍ଦ୍ର ସେହଓାଗ ଆସୁଛନ୍ତି । ମାତ୍ର ସେହବାଗଙ୍କୁ ଛାଡି ବାକି ତିନି ଜଣ ଖେଳାଳୀ ଚୟନକର୍ତା ବନିବାକୁ ନୁହଁନ୍ତି ଯୋଗ୍ୟ । ଏଥିପାଇଁ ଫ୍ୟାନ୍ସଙ୍କୁ ଏବେ ଲାଗୁଚି କି, ନର୍ଥ ବେଲ୍ଟ କୁ ରିପ୍ରେଜେଣ୍ଟ କରିବା ପାଇଁ ବିରେନ୍ଦ୍ର ସେହବାଗଙ୍କୁ ଚୟନକର୍ତା ସମିତିରେ ସାମିଲ କରାଯିବ । ଅବଶ୍ୟ ବିସିସିଆଇ, ମୁଖ୍ୟ ଚୟନକର୍ତା ହେବା ପାଇଁ ଦେଇଥିବା ଅଫର ବିଷୟରେ ନିକଟରେ ଖୁଲାସା କରିଥିଲେ ସେହବାଗ ।
ଭାରତୀୟ ଟିମର ପୂର୍ବତନ କ୍ରିକେଟର ଭିରେନ୍ଦ୍ର ସେହବାଗଙ୍କ ଫ୍ୟାନ୍ସ ଏହି ଖବର ଜାଣିବା ପରେ ବେଶ ଖୁସି ଥିବା ପରି ମନେ ହେଉଛନ୍ତି । କାରଣ ସେମାନଙ୍କୁ ଲାଗୁଛି ଯେ, ଭୀରୁ ଭାରତୀୟ ଟିମର ହେବାକୁ ଯାଉଛନ୍ତି ମୁଖ୍ୟ ଚୟନକର୍ତା ।
ଜଣାଇଦେବୁ ଯେ, ଏ ପ୍ରସଙ୍ଗକୁ ନେଇ ଭିରେନ୍ଦ୍ର ସେହବାଗଙ୍କୁ ପ୍ରଶ୍ନ କରାଯାଇଥିଲା । ସତରେ ସେ ମୁଖ୍ୟ ଚୟନକର୍ତା ହେବାକୁ ଯାଉଛନ୍ତି ନା ଏହା କେବଳ ଏକମାତ୍ର ଚର୍ଚା । ଆଉ ଏହାର ଖୁଲାସା କରିଥିଲେ ଭିରୁ । ସେ କହିଥିଲେ ଏହା ଭୁଲ ଖବର ଅଟେ । କାରଣ ବିସିସିଆଇ ତରଫରୁ ମୋତେ ଏଭଳି କୌଣସି ପ୍ରକାରର ଅଫର ମିଳିନାହିଁ । ସେମିତି କିଛି ଅଫର ମୁଁ ପାଇନାହିଁ ।
ଏହା ଜଣାପଡିବା ପରେ ଆମେ ନିଶ୍ଚୟ କହିପାରିବା ଯେ, ବିସିସିଆଇ ଏମିତି ଅଫର ଦେଇନଥାଉ ସତ । ହେଲେ ପ୍ରକୃତରେ ଦେଖିବାକୁ ଗଲେ ଭାରତୀୟ ଟିମର ମୁଖ୍ୟ ଚୟନକର୍ତା ହେବା ପାଇଁ ସବୁ ଯୋଗ୍ୟତା ଅଛି ଭିରେନ୍ଦ୍ରଙ୍କ ପାଖରେ । ଖାସ କଥା ହେଲା ଯେ, ସେ ନର୍ଥ ବେଲ୍ଟରୁ ରହିଛନ୍ତି ଏବଂ ଏବେ ବିସିସିଆଇକୁ ନର୍ଥ ବେଲ୍ଟ କ୍ରିକେଟର ଦରକାର ।
ତେବେ ଆପଣ ଜାଣି ଚକିତ ହେବେ ଯେ, ଭାରତୀୟ ଟିମର ଚୟନକର୍ତା ହେବା ପରେ ବିସିସିଆଇ ବାର୍ଷିକ ୧ କୋଟି ଟଙ୍କା ଫିସ ଆକାରରେ ଦିଏ । ହେଲେ ଥରେ ଚୟନକର୍ତା ହେବା ପରେ କୌଣସି ପ୍ରକାରର ଆଡରେ ସାମିଲ ହୋଇପାରିବେ ନାହିଁ ଜଣେ କ୍ରିକେଟର । ଏମିତିକି କୌଣସି ମ୍ୟାଚର କମେଣ୍ଟ୍ରି ବି କରିପାରିବେ ନାହିଁ । ଏସବୁ କାରଣ ପାଇଁ ହୁଏତ ଭିରେନ୍ଦ୍ର ସେହବାଗ ଚୟନକର୍ତା ହେବାକୁ ପସନ୍ଦ କରିବେନି । କାରଣ ଆଡ୍ ଓ କମେଣ୍ଟ୍ରି ମାଧ୍ୟମରେ ସେ କୋଟି କୋଟି ଟଙ୍କା ଇନକମ କରନ୍ତି ।
ତେବେ ଦର୍ଶକବନ୍ଧୁ ଆପଣ କଣ ଚାହାଁନ୍ତି, ଭିରେନ୍ଦ୍ର ଚୟନକର୍ତା ବନିବା ଉଚିତ କି ନୁହେଁ, ନିଜ ମତାମତ ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ