19.7 C
Odisha
Friday, January 16, 2026

ଡେବିଟ୍ କାର୍ଡରେ ଥିବା ୧୬ ଅଙ୍କ ବିଶିଷ୍ଟ ସଂଖ୍ୟାର ଅର୍ଥ କଣ

ଗତ କିଛି ବର୍ଷ ଧରି ବ୍ୟାଙ୍କିଙ୍କ୍ ସେକ୍ଟରରେ ଦୃତ ଗତିରେ ପରିବର୍ତନ ଦେଖିବାକୁ ମିଳୁଚି । ଏଟିଏମ କାର୍ଡ, କ୍ରିକେଟ କାର୍ଡ ଓ ଡେବିଟ କାର୍ଡର ବ୍ୟବହାର ବଢିଲାଣି । ଡେବିଟ୍ ଓ ଏଟିଏମ କାର୍ଡ ସାଧାରଣ ଲୋକଙ୍କ ପାଇଁ ବ୍ୟାଙ୍କିଙ୍କ ପ୍ରକ୍ରିୟାକୁ ଆହୁରି ସହଜ କରିଛି । ସମସ୍ତେ ଏ ସବୁ କାର୍ଡ ଗୁଡିକର ବ୍ୟବହାର କରି ଏହାର ଲାଭ ଉଠାଉଛନ୍ତି । ଏହି କାର୍ଡ ବଦଳରେ ଟଙ୍କା ଉଠାଇବା ଟଙ୍କା ଜମା କରିବା ପାଇଁ ଏବେ ବ୍ୟାଙ୍କ ଶାଖା ଯିବାକୁ ପଡୁନି । ନିକଟସ୍ଥ ଏଟିଏମ ଯାଇ ଏସବୁ କାମ ସହଜରେ କରି ହେଉଛି । କରୋନା ମହାମାରୀ ପରଠୁ ଏହାର ପ୍ରୟୋଗ ବେଶି ମାତ୍ରାରେ କରାଯାଉଛି । ଡିଜିଟାଲାଇଜେସନ ଏହି ଟ୍ରେଣ୍ଡରେ ପ୍ରାୟ ସମସ୍ତେ ଅନଲାଇନ ପେମେଣ୍ଟ କରିବାକୁ ପସନ୍ଦ କରନ୍ତି ।
ତେବେ ଆଜିକାଲି ଲୋକେ ଏସବୁ କାର୍ଡର ବ୍ୟବହାର କରି ଇକମର୍ସ ପ୍ଲାଟଫର୍ମରେ ଅନଲାଇନ ସପିଂ, ବିଲ୍ ପେମେଣ୍ଟ ଆଦି ଜିନିଷ ପାଇଁ କରନ୍ତି । ଡେବିଟ୍ କାର୍ଡ ପାଖରେ ଥିଲେ ସାଙ୍ଗରେ କ୍ୟାସ ନେବା ଆବଶ୍ୟକ ପଡୁନି । ତେବେ ର୍କାଡ ଦ୍ୱାରା ବ୍ୟାଙ୍କ ସହ ଜଡିତ ପ୍ରତିଟି କାମ କରି ଦେଉଛି । ହେଲେ କାର୍ଡଟିକୁ ଦେଖିବା ପରେ ଯେତିକି ଛୋଟ ଓ ସରସ ଲାଗୁଛି, ସେତିକି ତଥ୍ୟ ନେଇ ଏହାସବୁବେଳେ ଆମ ସହ ରହୁଛି । ସେଥିପାଇଁ ନିଜ କାର୍ଡ ସହ ସମ୍ଭନ୍ଧିତ ସମସ୍ତ ତଥ୍ୟ ଆପଣ ଜାଣିଥିବା ଦରକାର । ହେଲେ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଡେବିଟ କାର୍ଡରେ ଲିଖିତ ଥିବା ୧୬ଟି ଡିଜିଟର ଅର୍ଥ କଣ ।
କହିରଖିବୁ ଯେ, ଏଟିଏମ କାର୍ଡ ଉପରେ ଥିବା ପ୍ରଥମ ଅଙ୍କ ଏହା ଅର୍ଥ ପ୍ରଦାନ କରେ ଯେ, ଏହି କାର୍ଡ କିଏ ଜାରି କରିଛି । ଏହି ନମ୍ବରକୁ ମେଜର ଇଣ୍ଡଷ୍ଟ୍ରି ଆଇଡିଣ୍ଟିଫାୟର ନାମରେ ଜଣାଯାଏ । ଭିନ୍ନ ଭିନ୍ନ ଇଣ୍ଡଷ୍ଟ୍ରିର ଅଙ୍କ ଅଲଗା ଅଲଗା ହୋଇପାରେ । ପ୍ରଥମ ଅଙ୍କ ପରେ ପରବର୍ତୀ ୫ଟି ଅଙ୍କ ସେହି କମ୍ପାନୀ ବିଷୟରେ ତଥ୍ୟ ପ୍ରଦାନ କରେ, ଯାହାକୁ ସେ ଜାରି କରିଛି । ଏହାକୁ ଇସ୍ୟୁର ଆଇଡିଣ୍ଟିଫିକେସନ ନମ୍ବର ନାମରେ ଜଣାଯାଏ ।

ଏହାପରେ କାର୍ଡର ପରବର୍ତୀ ୯ଟି ଅଙ୍କ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ରହିଥାଏ । ସେହିପରି କାର୍ଡର ଶେଷ ଭାଗରେ ୪ ନମ୍ବର ଚେକ୍ ଡିଜିଟ ନାମରେ ଜଣାଯାଏ । ଏହି ନମ୍ବରରୁ ଆପଣଙ୍କୁ କାର୍ଡର ଭାଲିଡିଟି ଅର୍ଥାତ ତାର ବୈଧତା ବିଷୟରେ ଜଣାପଡେ ।
ତେବେ ଏହି ଖବରଟି ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ