25.1 C
Odisha
Monday, March 2, 2026

ମାଡି ଆସୁଛି ବଡ ବାତ୍ୟା, ଘଣ୍ଟା ପ୍ରତି ଦୁଇଶହ ବେଗରେ ବହିବ ପବନ

ମାଡି ଆସୁଛି ବଡ ବାତ୍ୟା । ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ବାତ୍ୟା । ରଚିବ ତାଣ୍ଡବ ଆଉ ଖେଳାଇବ ଧ୍ୱଂସର ଲୀଳା । ଏମିତି କିଛି ଘଟିବ ଆଗକୁ । ସବୁଠାରୁ ବଡ କଥା ହେଲା ରବିବାର କିମ୍ବା ସୋମବାର ଏହି ଦୁଇ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଯାହାକୁ ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଆହୁରି ମଧ୍ୟ ସଚେତନ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ ।

ତେବେ ସବୁଠାରୁ ଖାସ୍ କଥା ହେଲା ଏହି ବାତ୍ୟା ଭାରତରେ ଘଟାଇବ ନାହିଁ କ୍ଷୟକ୍ଷତି । ଓଡିଶା, ତାମିଲନାଡୁ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ପଡିବନି କିଛି ପ୍ରଭାବ । ବରଂ ଏହା ମାଡ ହେବ ଆମେରିକାର କାଲିଫର୍ଣ୍ଣିଆରେ । ଯାହାକୁ ନେଇ ଆଳର୍ଟ ଜାରି କରିଛି ଆମେରିକାନ୍ ଓ୍ୱେଦର୍ ସେଣ୍ଟର । ଆଉ ଏହି ବାତ୍ୟା ଝଡ ଆକାରରେ ସ୍ଥଳ ଭାଗରେ ମାଡ ହେବ ବୋଲି ଅନୁମାନ କରାଯାଉଛି । ଫଳରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା ।

ପାଣିପାଗ ବିଭାଗର କହିବାନୁସାରେ, ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣି ବଳୟ । ଯାହା ଧିରେଧିରେ ଶକ୍ତିଶାଳୀ ହେବାକୁ ଲାଗିଛି । ଆଉ ସ୍ଥଳଭାଗ ଆଡକୁ ଜୋରରେ ମାଡି ଆସୁଛି । ଫଳରେ ଜୋରରେ ବହିବ ପବନ ଆଉ ଛେଚିବ ବର୍ଷା । ପ୍ରବଳ ବର୍ଷା ପବନ ପାଇଁ ଘର ଓ ଗଛ ଭାଙ୍ଗିବାର ସମ୍ଭାବନା ମଧ୍ୟ ରହିଛି । ଏହାସହ ବନ୍ୟା ଆଶଙ୍କା ନେଇ ସତର୍କ ରହିବାକୁ କହିଛି ପାଣିପାଗ ବିଭାଗ ।

ସେହିପରି ଆକ୍ୟୁ ଓ୍ୱେଦର ମଧ୍ୟ କହିଛି ସମାନ କଥା । କୁଆଡେ ଉତ୍ତର ପ୍ରଶାନ୍ତ ମହାସାଗରରେ ବଳ ଗୋଟାଉଛି ଦୁଇଟି ଝଡବାତ୍ୟା ।ଯାହା ରବିବାର ରାତିରୁ ସୋମବାର ରାତି ମଧ୍ୟରେ ଛୁଇଁବ ସ୍ଥଳଭାଗ । ଫଳରେ ଉପକୂଳିଆ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ । ଆମେରିକାରେ ଶୀତ ଋତୁ ଚାଲୁଥିବାରୁ ବରଫପାତ ମଧ୍ୟ ହୋଇପାରେ । ଯାହା ଜନଜୀବନକୁ ହାନୀ ପହଁଚାଇବାକୁ ଯଥେଷ୍ଟ ।

ସେହିପରି ଦୁଇଟି ବାତ୍ୟା ଏକାଠି ମାଡ ହେଉଥିବାରୁ ଘଟିବ ବ୍ୟାପକ କ୍ଷୟକ୍ଷତି । ପ୍ରବଳ ପବନ ବହିବାର ସମ୍ଭାବନା ସ୍ଥାନୀୟ ଲୋକଙ୍କ ମନରେ ଛନକା ଭରି ଦେଇଛି । କାରଣ ପ୍ରବଳ ପବନ ହେଲେ ଘରଦ୍ୱାର ଭାଙ୍ଗିବାର ସମ୍ଭାବନା ରହିଛି । ଏପରିକି ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡିବାର ଆଶଙ୍କା କରୁଛନ୍ତି ଲୋକେ । ଯଦି ଏପରି ହୁଏ ତେବେ ଏକାଧିକ ଦିନ ବିଦ୍ୟୁତ ସଂଯୋଗରୁ ବିଛିନ୍ନ ରହିବେ କାଳିଫର୍ଣ୍ଣିଆ ବାସିନ୍ଦା । ତେବେ ଟର୍ଣ୍ଣାଡୋ ବା ଝଡବାତ୍ୟାର ମୁକାବିଲା ପାଇଁ ଆମେରିକା ପ୍ରଶାସନ ମଧ୍ୟ ତୟାର ରହିଛି । ଉପକୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଆହୁରି ମଧ୍ୟ ସେମାନଙ୍କ ପାଇଁ ଅସ୍ଥାୟୀ କ୍ୟାମ୍ପ ତିଆରି କରିଛି ପ୍ରଶାସନ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ