ମାଡ଼ି ଆସୁଛି ବାତ୍ୟା ! ପୁରୀରୁ ଗଞ୍ଜାମ ଭିତରେ ଲ୍ୟାଣ୍ଡଫଲ୍

ଭୁବନେଶ୍ୱର, ୨୧/୦୯: ଉତ୍ତର-ପୂର୍ବ ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ସୋମବାର ସୁଦ୍ଧା ଏହା ଅବପାତ ଏବଂ ୨୨ ତାରିଖରେ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି।

୨୩ ତାରିଖ ସକାଳେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବ।ଏହାର ପ୍ରଭାବରେ ଆଗାମୀ ୫ ଦିନ ରାଜ୍ୟରେ ବର୍ଷା ଜାରି ରହିବ। ତେବେ ଏହା ବାତ୍ୟାରେ ପରିଣତ ହେବାର ଆଶା କମ୍‌ ବୋଲି କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି। ଅନୁକୂଳ ପରିବେଶ ମିଳିଲେ ଛୋଟ ବାତ୍ୟାରେ ପରିଣତ ହୋଇ ଶୀଘ୍ର ଦୁର୍ବଳ ହୋଇପାରେ। ତେବେ ପାଣିପାଗ ବିଭାଗ ପକ୍ଷରୁ ଏନେଇ କୌଣସି ପୂର୍ବାନୁମାନ ଦିଆଯାଇନାହିଁ।

୨୨ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୩ ତାରିଖରେ କନ୍ଧମାଳ, ଗଜପତି, ଗଞ୍ଜାମ ଓ ପୁରୀକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହାସହ ଜଗତସିଂହପୁର, କଟକ, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ।ବୁଧବାର କିଛି ସ୍ଥାନରେ ୫୦ରୁ ୬୦ କିମି ବେଗରେ ଝଡ଼ ପବନ ବହିବା ସମ୍ଭାବନା ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ