ଅକ୍ଟୋବର ୧୭ରେ ବାତ୍ୟା ! ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ନେଇ ସମସ୍ତେ ଭୟରେ…

ଭୁବନେଶ୍ୱର, ୦୩/୧୦ : ଅକ୍ଟୋବର ଆସିଲେ ଗଞ୍ଜାମବାସୀଙ୍କ ମନରେ ପୁଣି ଫେରିଆସେ ବାତ୍ୟାର ଭୟ। ଫାଇଲିନ୍, ହୁଡ୍‌ହୁଡ୍, ତିତଲି, ଦାନା ଓ ମୋନ୍‌ଥା ସମେତ ଏକାଧିକ ବାତ୍ୟା ଏହି ସମୟରେ ଗଞ୍ଜାମ ଜିଲ୍ଲାକୁ ଚିନ୍ତାରେ ପକାଇଛି। କିଛି ବାତ୍ୟା ସିଧାସଳଖ ପ୍ରଭାବ ପକାଇଥିବାବେଳେ ଆଉ କିଛି ଗତିପଥ ବଦଳାଇ ଜିଲ୍ଲାକୁ ବଡ଼ କ୍ଷତିରୁ ବଞ୍ଚାଇଛି।

୨୦୧୩ ଅକ୍ଟୋବର ୧୨ରେ ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିଥିବା ଫାଇଲିନ୍‌ର ଭୟାବହତା ଏବେ ବି ଗଞ୍ଜାମବାସୀଙ୍କ ମନରେ ତାଜା। ପ୍ରବଳ ପବନ ଓ ବର୍ଷା ଯୋଗୁଁ ରାସ୍ତାଘାଟ, ବିଦ୍ୟୁତ୍ ବ୍ୟବସ୍ଥା ଓ ଘରଦ୍ୱାର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ହଜାର ହଜାର ଲୋକ ଜଳବନ୍ଦୀ ହୋଇଥିଲେ।

ଏହାପରେ ୨୦୧୪ରେ ହୁଡ୍‌ହୁଡ୍ ଏବଂ ୨୦୧୮ରେ ତିତଲିକୁ ନେଇ ଗଞ୍ଜାମବାସୀ ଆତଙ୍କିତ ହୋଇଥିଲେ। ତେବେ ଉଭୟ ବାତ୍ୟା ଅନ୍ୟତ୍ର ଲ୍ୟାଣ୍ଡଫଲ୍ କରିବାରୁ ଗଞ୍ଜାମ ବଡ଼ କ୍ଷୟକ୍ଷତିରୁ ବର୍ତ୍ତିଥିଲା। ୨୦୨୪ରେ ଦାନା ଏବଂ ୨୦୨୫ରେ ମୋନ୍‌ଥାକୁ ନେଇ ମଧ୍ୟ ଜିଲ୍ଲାବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଥିଲା।

ଏବେ ପୁଣି ଆସୁଛି ଅକ୍ଟୋବର। ନିକଟରେ ଗଭୀର ଅବପାତ ଯୋଗୁଁ ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା, ଜଳବନ୍ଦୀ ଓ ଫସଲ କ୍ଷତି ଦେଖାଦେଇଥିଲା। ଏହି ସ୍ଥିତି ମଧ୍ୟରେ ଆଇଏମଡିର ଆକଳନ ଅନୁସାରେ ଅକ୍ଟୋବର ୧୨ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ଏବଂ ୧୩ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ଗତିପଥ ଓ ପ୍ରଭାବ ଏଯାଏ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୂର୍ବ ଅନୁଭୂତି ଯୋଗୁଁ ଗଞ୍ଜାମବାସୀଙ୍କ ଚିନ୍ତା ବଢ଼ିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ