19.5 C
Odisha
Friday, March 6, 2026

ଏମାନଙ୍କ ହାତ ବାଜିଲେ ମାଟି ହେବ ସୁନା

ଆଚାର୍ଯ୍ୟ ଚାଣକ୍ୟ ବିଶ୍ୱର ହେଉଛନ୍ତି ଜଣେ ମହାନ ଅର୍ଥଶାସ୍ତ୍ରୀ, କୂଟନୀତିଜ୍ଞ ଓ ରାଜନୀତିଜ୍ଞ । ସେ କହିଥିବା କଥାଗୁଡିକ ଆଜି ପ୍ରାସଙ୍ଗିକ । ଚାଣକ୍ୟନୀତି ଆପଣାଇ ଜଣେ ବ୍ୟକ୍ତି ସହଜରେ ସୁଖୀ ଓ ଜୀବନରେ ପାଇପାରେ ସଫଳତା । ଚାଣକ୍ୟ ନୀତିରେ ଧନୀ ହେବାର ତରୀକା ବିଷୟରେ ବି କୁହାଯାଇଛି । ଯଦି ଏସବୁ କଥାକୁ ଜମେ ବ୍ୟକ୍ତି ଆପଣାଇ ପାରିବ, ତେବେ ଜୀବନରେ ନିହାତି ଭାବରେ ହୋଇପାରିବ ଧନବାନ । ଏହାବାଦ ଧନ ହାନି ଓ କ୍ଷତି ହେବାରୁ ରକ୍ଷା ପାଇବା ପାଇଁ ମଧ୍ୟ ଉପାୟଗୁଡିକ ବିଷୟରେ କୁହାଯାଇଛି । ଚାଣକ୍ୟ ନୀତିରେ କୁହାଯାଇଛି କି, ଧନର ଦେବୀ ମା ଲକ୍ଷ୍‌ମୀ କେଉଁ ଲୋକଙ୍କୁ ସହାୟ ହୋଇଥାନ୍ତି ଏବଂ କେଉଁମାନଙ୍କ ଠାରୁ ଛାଡି ଚାଲିଯାଆନ୍ତି ।
ଚାଣକ୍ୟ ନୀତିରେ କିଛି ଏମିତି କଥା ବିଷୟରେ କୁହାଯାଇଛି, ଯାହା କେବଳ ଜଣେ ବ୍ୟକ୍ତିକୁ ଖାଲି ଧନୀ କରେନି ବରଂ ତାକୁ ଅପାର ମାନ ସମ୍ମାନ ବି ପ୍ରଦାନ କରେ । ଏହାସହ ବ୍ୟକ୍ତି ଜଣକ କେବେ ବି ଗରିବ ହୁଏ ନାହିଁ । ଓଲଟି ତା ପାଖରେ ଧନ ଦ୍ୱିଗୁଣିତ ହୁଏ । କହିପାରିବା ଯେ, ଏମିତି ବ୍ୟକ୍ତି ଯଦି ମାଟିକୁ ଛୁଇଁବେ ତେବେ ତାହା ବି ହୋଇଯିବ ସୁନା । ଅର୍ଥାତ ତାର ସବୁ କାମରେ ମିଳିଥାଏ ସଫଳତା । ତାହେଲେ ଚାଲନ୍ତୁ ଜାଣିବା ମା ଲକ୍ଷ୍‌ମୀ କେଉଁମାନଙ୍କ ନିକଟରେ ବାସ କରନ୍ତି ।
ଚାଣକ୍ୟ ନୀତି ହିସାବରେ, ଯେଉଁ ଲୋକେ ସବୁବେଳେ ସକରାତ୍ମକ ରୁହନ୍ତି, ଅନ୍ୟ ମାନଙ୍କ ବିଷୟରେ ଭଲ ଭାବନ୍ତି ଏବଂ ଅନ୍ୟର ସାହାଯ୍ୟ କରନ୍ତି, ସେମାନଙ୍କ ଜୀବନର କଷ୍ଟ ଆପେ ଆପେ ଦୂର ହୋଇଯାଏ । ଏମିତି ଲୋକେ ପ୍ରତି କାମରେ ସଫଳତା ପାଇଥାନ୍ତି । ଅମାପ ଧନସଂପତିର ମାଲିକ ବନିଥାନ୍ତି । ତାଙ୍କୁ ଜୀବନରେ ପ୍ରତିଟି ସୁଖ ମିଳିଥାଏ ।
ଯେଉଁ ଲୋକେ କାହାକୁ କେବେ ବି ଦୋକା ଦିଅନ୍ତିନି, ବରଂ ପରିଶ୍ରମ ଓ ଇମାନଦାର ହୋଇ ଧନ କମାନ୍ତି, ଏହାବାଦ ନିଜ ଅର୍ଜିତ ଧନରୁ କିଛି ଭାଗ କାହାକୁ ଦାନ ଅର୍ଥରେ ଦିଅନ୍ତି, ଦାନ ଧର୍ମ କରନ୍ତି, ସେମାନହ୍‌କ ଉପରେ ବି ମା ଲକ୍ଷମୀ ସବୁବେଳେ ସହାୟ ହୁଅନ୍ତି ।
ଶେଷରେ ଯେଉଁ ବ୍ୟକ୍ତି ସାମଜର ହିତ ବିଷୟରେ ବାବନ୍ତି, ସମାଜ ପାଇଁ କିଛି ଭଲ କରିବାକୁ ଚେଷ୍ଟା କରନ୍ତି, ନିଜ ଧନ ପରୋପକାର ପାଇଁ ଲଗାନ୍ତି, ସେମାନଙ୍କୁ ଖାଲି ଟଙ୍କା ନୁହେଁ, ବରଂ ପଦ ପ୍ରତିଷ୍ଠା ବି ଲାଭ ହୋଇଥାଏ । ତାଙ୍କ ପରିବାର ସବୁବେଳେ ସୁଖୀ ହେବା ସହ ସମ୍ମାନିତ ଓ ସମୃଦ୍ଧ ଜୀବନ ବିତାନ୍ତି ।
ତେବେ ଦର୍ଶକବନ୍ଧଉ ଏସବୁ ଥିଲା ଚାଣକ୍ୟନୀତି । ଯାହାକୁ ଆପଣାଇ ଆପଣ ନିଜ ଜୀବନରେ ସୁଧାରଣ ଆଣିପାରିବେ ଏବଂ ଧନସଂପତିର ଅଧିକାରୀ ହୋଇପାରିବେ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ