22.9 C
Odisha
Wednesday, October 29, 2025

କୋଲ୍ଡ ଡ୍ରିଙ୍କ୍ ପିଇଲେ କ୍ୟାନ୍ସର

ଦର୍ଶକବନ୍ଧୁ ଯେତେବେଲେ ଖରା ହେଉଥିବ କିମ୍ବା ଗରମ ଅଧିକ ହେଉଥାଏ, ସେ ସମୟରେ ଟିକିଏ ଥଣ୍ଡା ପାନୀୟ ପିଇଦେଲେ ଆତ୍ମା ଶାନ୍ତି ହେଲା ପରି ଲାଗେ । ସମସ୍ତେ କୋଲ୍ଡ ଡ୍ରିଙ୍କ ପିଇବାକୁ ଇଚ୍ଛା କରନ୍ତି ସେ ଟାଇମରେ । ପିଲାଠୁ ଆରମ୍ଭ କରି ବୟସ୍କ ଲୋକଙ୍କୁ ଏହା ଭଲ ଲାଗେ । କାରଣ ପାଟିକି ଏହି ମିଠା ଥଣ୍ଡା ପାନୀୟ ଯିବା ମାତ୍ରେ ସବୁ ଶୋଷ ମେଣ୍ଟିଗଲା ପରି ଅନୁଭବ ହୁଏ । ହେଲେ ଏବେ କିନ୍ତୁ ସାବଧାନ ହୋଇଯାଆନ୍ତୁ । ଯଦି ଏବେଠୁ କୋଲ୍ଡ ଡ୍ରିଙ୍କ୍ ପିଇବା ବନ୍ଦ ନ କରନ୍ତି, ତେବେ ଆପଣ କ୍ୟାନସର ଭଳି ବଡ ରୋଗର ଶିକାର ହୋଇପାରନ୍ତି । ଏମିତି ଖବର ଶୁଣି ଆପଣଙ୍କୁ ହୁଏତ ଝଟକା ଲାଗୁଥାଇପାରେ । ହେଲେ ଏହା ସତ । ତେବେ ଏମିତି କଥା ଆମେ କହୁନୁ । ବରଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ନେଇ ଚେତାବନୀ ଦେଇଛି । କାରଣ କୋଲ୍ଡ ଡ୍ରିଙ୍କରେ ବା ବଜାରରେ ମିଳୁଥିବା ଥଣ୍ଡା ପାନୀୟରେ କୃତ୍ରିମ ମିଠା ପଦାର୍ଥ ଓ ଏସ୍ପର୍ଟମ ତତ୍ୱ ରହିଚି । ଯାହା କ୍ୟାନସର କାରକ । ଥଣ୍ଡାପାନୀୟ, ଏନର୍ଜି ଡ୍ରିଙ୍କ କିମ୍ବା ଚୁଇଂ ଗମ ଭଳି ଜିନିଷ ପ୍ରସ୍ତୁତ କରିବାରେ ଏସବୁର ବ୍ୟବହାର କରାଯାଏ ।
ଡବ୍ଲୁଏଚଓ ର ଏଜେନସି ଫର୍ ରିସର୍ଚ୍ଚ ଅନ୍ କ୍ୟାନ୍ସର ଜୁଲାଇ ୧୪ ତାରିଖରେ ଅଫିସିଆଲ ଭାବେ ଏହାକୁ କାର୍ସିନୋଜେନ ଘୋଷଣା କରିବ ବା କ୍ୟାନସର ପଦାର୍ଥ ସୂଚୀରେ ଏହାକୁ ସାମିଲ କରିବ । ଏହାପୂର୍ବରୁ ଡବ୍ଲୁଏଚଓ ଓଜନ ନିୟନ୍ତ୍ରଣ ପାଇଁ ନନ ସୁଗାର ସ୍ୱିଟନର ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲା । ଏହାପରେ ଖାଦ୍ୟ ଉଦ୍ୟୋଗରେ ସୃଷ୍ଟି ହୋଇଥିଲା ହଇଚଇ ।
ଆଇଏଆରସି କହିଚି କି, ଏସ୍ପୋର୍ଟମକୁ ସମ୍ବାବିତ କ୍ୟାନସର କାରକ ଘୋଷିତ କରିବାର ଉଦେଶ୍ୟ ଭ୍ରମ କିମ୍ବା ହଇଚଇ ସୃଷ୍ଟି କରିବା ନୁହେଁ, ବରଂ ଏ ସମ୍ବନ୍ଧରେ ଅଧିକ ଗବେଷଣାକୁ ପ୍ରୋତ୍ସାହିତ କରିବା ।
ତେବେ ୬୦ କିଲୋ ଓଜନ ଥିବା ଜଣେ ବୟସ୍କଙ୍କୁ ଏସ୍ପୋର୍ଟମ ସେତେବେଲେ ହେବ, ଯେତେବେଳେ ସେ ପ୍ରତିଦିନ ୧୨ରୁ ୩୬ଟି କ୍ୟାନ ଟାଇଟ ସୋଡା ପିଉଥିବେ ।
ଏସ୍ପୋର୍ଟମ ବ୍ୟବହାର ପାଇଁ ଗତବର୍ଷ ଫ୍ରାନ୍ସରେ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ଗବେଷଣା କରାଯାଇଥିଲା । ଆଉ ଏଥିରୁ ସାମ୍ନାକୁ ଆସିଥିଲା ଯେ, ଯେଉଁମାନେ ଯେତେ କୃତ୍ରିମ ମିଠା ନେଉଥିବେ, ସେମାନଙ୍କର ନିକଟରେ ସେତେ କ୍ୟାନସର ହେବାର ସମ୍ଭାବନା ବଢିବ ।
ତେବେ ଏସ୍ପୋର୍ଟମ ର କେତେମାତ୍ରାରେ ବ୍ୟବହାର ଶରୀର ପାଇଁ ହାନିକାରକ ନୁହେଁ ସେ ନେଇ ଡବ୍ଲୁଏଚଓ ସ୍ପଷ୍ଟ କରିନାହିଁ । ହୁ ର ଜେଇସିଏଫଏ କମିଟି ଚଳିତ ବର୍ଷ ଏହାର ବ୍ୟବହାର ଉପରେ ସମୀକ୍ଷା କରୁଛି । ତେବେ ନିର୍ଦ୍ଦିଷ୍ଟ ସୀମା ଭିତରେ ଏହାର ବ୍ୟବହାର କଲେ ହାନିକାରକ ହୋଇନଥାଏ ବୋଲି ପୂର୍ବରୁ ଏହି କମିଟି କହିତିଲା । ତେବେ ଦର୍ଶକବନ୍ଧୁ ଯଦି ଆପଣ ଏବେ ବି ନିୟମିତ ଭାବେ କୋଲଡ୍ରିଙ୍କ ପିଉଛନ୍ତି, ତେବେ ଏହା ବନ୍ଦ କରିଦେବା ଉଚିତ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ