24 C
Odisha
Wednesday, October 29, 2025

ଇ-ଭେଇକିଲ କିଣି ପାଆନ୍ତୁ ବମ୍ପର ଡିସକାଉଣ୍ଟ

ପେଟ୍ରୋଲ ଦର ଯାହା ହେଲାଣି, ଗାଡି ଚଲାଇବା ଅପେକ୍ଷା ପକେଟକୁ ଟିକିଏ ବେଶି ବାଧୁଛି । ଯେଉଁଥିପାଇଁ ଆଜିକାଲି ଗାଡି ଚାଳକ, ପେଟ୍ରୋଲ ଡିଜେଲ ଗାଡି ଅପେକ୍ଷା ବେଶି ପ୍ରିଫର କରୁଛନ୍ତି ଇ ଭେଇକିଲକୁ । ଅନ୍ୟମାନଙ୍କୁ ଇ-ଭେଇକିଲ କିଣିବା ପାଇଁ ପରାମର୍ଶ ବି ଦେଉଛନ୍ତି ।
ସେପଟେ ଭାରତୀୟ ବଜାରରେ ଏବେ ବଢୁଛି ଇଲେକ୍ଟ୍ରିକ ଗାଡିର ଚାହିଦା । ବଜେଟ ପଛେ ଅଧିକ ହେଉ, ହେଲେ ‘ୱାନ୍ ଟାଇମ୍ ଇନଭେଷ୍ଟମେଣ୍ଟ’ ଭାବି ଲୋକେ ଇ-ଭେଇକିଲ ସୋ ରୁମରେ ଭଲ ମଡେଲ ଗାଡି ଖୋଜୁଛନ୍ତି । ଆମେ ଏଠି ଇଲେକ୍ଟ୍ରିକ ଗାଡି ଚାହୁଁଥିବା ଗ୍ରାହକଙ୍କ ପାଇଁ ଆଣିଛୁ ଏକ ଖୁସି ଖବର । ଯଦି ଆପଣ ଇଲେକ୍ଟ୍ରିକ ଭେଇକିଲ କିଣୁଛନ୍ତି, ତେବେ ଆପଣ ପାଇପାରିବେ ବମ୍ପର ଡିସକାଉଣ୍ଟ ଅଫର । ଓଲା ଇଲେକ୍ଟ୍ରିକ ଏସ୧ ପ୍ରୋ ଇ-ସ୍କୁଟି ଉପରେ ୫ ହଜାର ଟଙ୍କାର ଡିସକାଉଣ୍ଟ ନେଇ ଘୋଷଣା କରିଛି । ଯାହାଦ୍ୱାରା ଏହାର ମୂଲ୍ୟ ହ୍ରାସ ପାଇ ହୋଇଛି ଲକ୍ଷେ ୨୫ ହଜାର ଟଙ୍କା । ତେବେ ଏହି ଅଫର ହେଉଛି ସୀମିତ ସମୟ ପାଇଁ । ୧୬ ଏପ୍ରିଲ ଭିତରେ ଯଦି ଆପଣ ଇଭି କିଣୁଛନ୍ତି , ତେବେ ଯାଇ ଆପଣ ଏହାର ଲାଭ ଉଠାଇପାରିବେ । ଅନ୍ୟଥା ଏହି ଅଫର ଆପଣଙ୍କ ହାତରୁ ଖସିଯିବାର ବି ରହିଛି ଯଥେଷ୍ଟ ସମ୍ଭାବନା ।
ଏବେ ଓଲା ଏସ୧ ଇ-ସ୍କୁଟି ଲାଇନ ଅପ୍ ରେ ପରିବର୍ତ୍ତନ କରିଛି । ଓଲା ଏସ୧ ପ୍ରୋ ର ସଂଶୋଧିତ ମୂଲ୍ୟ ପୂର୍ବରୁ ଲକ୍ଷେ ୩ ହଜାର ଥିଲା, ଯାହା ୨୦୨୧ ଅଗଷ୍ଟରୁ ରହିଆସିଛି । ଏହା ପରେ ଇ ସ୍କୁଟି ନିର୍ମାତା ୧୦ ହଜାର ଯାଏଁ ଡିସକାଉଣ୍ଟ ପାଇଁ ଘୋଷଣା କରିଥିଲେ । ହେଲେ ଏବେ କମ୍ପାନୀ ପୁନର୍ବାର ଡିସକାଉଣ୍ଟ ଅଫର ପାଇଁ କରିଛି ଘୋଷଣା । ଯେଉଁଥିପାଇଁ ଏଠି ପୁଣି ଥରେ କହି ରଖିବାକୁ ଚାହିଁବୁ କି ଏହା କେବଳ ୧୬ ଏପ୍ରିଲ ଯାଏଁ ବୈଧ ରହିବ ।
ମୋଟାମୋଟି ଭାବେ କହିବାକୁ ଗଲେ, ଓଲା ଇଭି ସ୍ପେସ ରେ ମାର୍କେଟ ଲିଡର ରହିଛି ଏବଂ ଗତ ୬ ମାସ ଧରି ଲଗାତର ଭାବେ ଦମଦାର ସେଲ କରୁଛି । ଏବେ ଅନ୍ୟ ଇଲେକ୍ଟ୍ରିକ ଭେଇକିଲ କମ୍ପାନୀଙ୍କୁ ପଛରେ ପକାଇ ରାଜ୍ କରୁଛି ଓଲା କମ୍ପାନୀ । ତେବେ ଦର୍ଶକବନ୍ଧୁ ଆଶା କରୁଛୁ ଏହି ଖବର ମାଧ୍ୟମରେ ଆପଣ କିଛି ନୂଆ ଅପଡେଟ୍ ପାଇଥିବେ । ତେଜେ ଆଉ ବିଳମ୍ବ ନ କରି ତୁରନ୍ତ ଏହି ଡିସକାଉଣ୍ଟ ଅଫରର ଲାଭ ଉଠାନ୍ତୁ ଏବଂ ଆପଣଙ୍କ ମତାମତ ଆମ ସହ ସେୟାର କରନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ