ବାଂଲାଦେଶ ସୀମାରେ BSF ଯବାନଙ୍କୁ ଟଣାଓଟରା! ଭିଡିଓ ଭାଇରାଲ ପରେ ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାରେ ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଭୁଲବଶତଃ ବାଂଲାଦେଶ ସୀମା ଭିତରକୁ ପ୍ରବେଶ କରିଥିବା ଜଣେ ବିଏସଏଫ୍ ଯବାନଙ୍କୁ ସେଠାକାର ସୁରକ୍ଷାକର୍ମୀ ଅଟକ ରଖିଥିବା ଖବର ସାମ୍ନାକୁ ଆସିଛି। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଯବାନଙ୍କୁ ଟଣାଓଟରା କରିବା ସହ ଧକ୍କା ମାରୁଥିବାର ଦୃଶ୍ୟ ରହିଛି।

ରିପୋର୍ଟ ଅନୁସାରେ, ନଭେମ୍ବର ୧୭ ତାରିଖରେ ସିଲହଟ୍ ସୀମା ନିକଟରେ ଏହି ଘଟଣା ଘଟିଥିଲା। ଜଣେ ବିଏସଏଫ୍ ଯବାନ ଅଜାଣତରେ ସୀମା ଅତିକ୍ରମ କରି ବାଂଲାଦେଶ ଭିତରକୁ ପଶିଯାଇଥିଲେ। ଏହାପରେ ସେଠାକାର ସୁରକ୍ଷାକର୍ମୀ ତାଙ୍କୁ ଅଟକ ରଖିଥିଲେ।

ଯବାନଙ୍କୁ ଟଣାଓଟରା, ଭିଡିଓ ଭାଇରାଲ

ଭାଇରାଲ ଭିଡିଓରେ କିଛି ବାଂଲାଦେଶୀ ଅଧିକାରୀ ଯବାନଙ୍କୁ ଟଣାଓଟରା କରୁଥିବା ଦେଖିବାକୁ ମିଳୁଛି। ତାଙ୍କୁ ମୋଟରସାଇକେଲରେ ବସାଇବା ପୂର୍ବରୁ ଧକ୍କା ମାରିବା ସହ ତାଙ୍କ ବନ୍ଧୁକକୁ ମଧ୍ୟ ଧରି ଟଣାଟଣି କରାଯାଉଥିବା ଭିଡିଓରେ ଦେଖାଯାଇଛି। ଏହି ଘଟଣାକୁ ନେଇ ସୀମା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

ବୈଠକ ପରେ ଭାରତ ଫେରିଲେ ଯବାନ!

ଯବାନଙ୍କୁ ଅଟକ ରଖାଯିବା ପରେ ଦୁଇ ଦେଶର ସୀମା ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ବୈଠକ ହୋଇଥିବା ରିପୋର୍ଟରେ କୁହାଯାଇଛି। ଆଲୋଚନା ପରେ ତାଙ୍କୁ ଭାରତ ଫେରାଇ ଅଣାଯାଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଓ ଭାଇରାଲ ଭିଡିଓର ପ୍ରାମାଣିକତା ନେଇ ଆଧିକାରିକ ସ୍ପଷ୍ଟୀକରଣ ଗୁରୁତ୍ୱପୂର୍ଣ୍ଣ ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ