35.7 C
Odisha
Friday, March 6, 2026

କ୍ରିକେଟରେ ପାଦ ରଖିଲେ ସଞ୍ଜୟ ଦତ୍ତ

କ୍ରିକେଟରେ ନୂଆ କ୍ରାନ୍ତି ଆଣିଛି ଆଇପିଏଳ । ଯାହା ପରେ ପ୍ରିତିଟି ଦେଶ ନିଜ ନିଜ ର ଏକ ନୂଆ ଲିଗର ଆରମ୍ଭ କରୁଛନ୍ତି । ଏହାରି ମଧ୍ୟରେ ଜିମ୍ବାେଓ କ୍ରିକେଟ ୧୦ ଓଭରର ନୂଆ ଲିଗ ଘୋଷଣା କରିଛି । ଏହାର ନାମ ରଖିଛି ଜିମ୍ ଏଫ୍ରୋ ଟି୧୦ । ସେହିପରି ବଲିଉଡ ର ଅନେକ ବଡ ବଡ ଷ୍ଟାର ବି ଅନେକ ଦେଶରେ ନିଜ ଟିମ କିଣୁଛନ୍ତି ।
ନିକଟରେ ବଲିଉଡ ଷ୍ଟାର ସଂଜୟ ଦତ୍ତ ବି କ୍ରିକେଟରେ ଡେବ୍ୟୁ କରିଛନ୍ତି ଏବଂ ଜିମ ଏଫ୍ରୋ ଟି୧୦ରେ ନିଜ ଟିମ କିଣିିଛନ୍ତି । ତେବେ ଜିମ ଏଫ୍ରୋ ଟି୧୦ର ଆରମ୍ଭ ହେବ ଜୁଲାଇ ୨୦ରୁ । ଯେତେବେଳେ କି ମୁକାବିଲା ହେବ ୨୯ ଜୁଲାଇରେ ।
ଜିମ୍ବାେଓରେ ଆରମ୍ଭ ହେବାକୁ ଥିବା ନୂଆ ଟି୨୦ ଲିଗରେ ବଲିଉଡ ଅଭିନେତା ସଂଜୟ ଦତ ଓ ଏରିଜ ଗ୍ରୁପ ଅଫ୍ କମ୍ପାନୀଜର ମାଲିକ ସର ସୋହନ ରାୟ ମିଳିତ ଭାବେ ଜିମ ଏଫ୍ରୋ ଟି୧୦ରେ ନିଜ ଟିମ କିଣିଛନ୍ତି । ଏହାରି ମଧ୍ୟରେ ଦୁହେଁ କ୍ରିକେଟକୁ ନେଇ ରଖିଛନ୍ତି ନିଜ ରାୟ । କହିବାକୁ ଗଲେ ପ୍ରଥମଥର କ୍ରିକେଟରେ ଟିମ କିଣିଛନ୍‌ତି ସଂଜୟ ଦତ । ସେ କହିଛନ୍ତି, ଭାରତରେ ଏକ ଧର୍ମ ପରି ହେଉଛି କ୍ରିକେଟ ଏବଂ ଖେଳରେ ସବୁ ଦେଶଗୁଡିକ ମଧ୍ୟରୁ ଗୋଟିଏ । ସେଥିପାଇଁ ମୋତେ ଲାଗୁଚି କି ଏହାକୁ ବିସ୍ୱର ପ୍ରତି କୋଣକୁ ନେଇଯିବା ଆମର କର୍ତବ୍ୟ । କ୍ରିଡାରେ ଜିମ୍ବାେଓର ଏକ ବଡ ଇତିହାସ ରହିଛି । ଏହାସହ ଯୋଡିହେବା ଏବଂ ଫ୍ୟାନ୍ସଙ୍କୁ ଭଲ ସମୟ ଅତିବାହିତ କରାଇବାରେ ସାହାଯ୍ୟ କରିବା କିଚି ଏମିତି, ଯାହା ମୋତେ ପ୍ରକୃତରେ ଖୁସି ପ୍ରଦାନ କରେ । ମୁଁ ଜିମ ଏଫ୍ରୋ ଟି୧୦ରେ ହରାରେ ହାରିକେନ୍ସକୁ ବାସ୍ତବରେ ଭଲ ପ୍ରଦର୍ଶନ କରିବା ନେଇ ଆଶା କରୁଛି ।
ସେପଟେ ଏରିଜ ଗ୍ରୁପ ଅଫ କମ୍ପାନୀଜ ମାଲିକ ଓ ସିଇଓ ସର ସୋହନ ରାୟ ନିଜ ମନ୍ତବ୍ୟରେ କହିଛନ୍ତି ଯେ, ମୋତେ ସଂଜୟ ଦତଙ୍କ ସହ କାମ କରିବାକୁ ନେଇ ଖୁସି ଲାଗୁଛି । କାରଣ ଆମେ ଜିମ ଏଫ୍ରୋ ଟି୧୦ରେ ଆମ ଟିମ ହରାରେ ହାରିକେନ୍ସକୁ ଓହ୍ଲାଉଛୁ । ଟି୧୦ କ୍ରିକେଟର ସବୁଠୁ ମନୋରଂଜ ମଂଚରେ ମୋତେ ମୋ ପିଲାଦିନର ସ୍ୱପ୍ନ ସାକାର କରିବାର ମିଳିଚି ସୁଯୋଗ । ମୁଁ ଚାହୁଁଚି କି, ଜିମ ଏଫ୍ରୋ ଟି୧୦ରେ ସର୍ବଶ୍ରେଷ୍ଠ ଟିମର ବିଜୟ ହେଉ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ