19.5 C
Odisha
Friday, March 6, 2026

ଗାଁକୁ ପଡିଛି ଅଭିଶାପ, ସବୁ ଏଠାରେ ଅନ୍ଧ

ଭୟଙ୍କର ଅଭିଶାପ ପାଇଛି ଗାଁ।  ଯିଏ ଜନ୍ମ ହେବ ସେ ହରାଇବ ଦୃଷ୍ଟିଶକ୍ତି । ମଣିଷ ହେଉ କି ପଶୁ, ଧୀରେ ଧୀରେ ଆଖିରୁ ଚାଲିଯିବ ଜ୍ୟୋତି । ଜୀବନ ସାରା ଅନ୍ଧ ହୋଇ ବଞ୍ଚିବ ସେ।  ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ମେକ୍ସିକୋରେ ଏମିତି ଏକ ଗାଁ ରହିଛି ଯେଉଁଠାରେ ଘଟେ କିଛି ଏମିତି ।

ମେକ୍ସିକୋର ଟିଲଟେପକର ଗାଁରେ ରୁହନ୍ତି ଜେପୋଟେକ ଜନଜାତି । ତେବେ ଏହି ଅଭିଶପ୍ତ ଗାଁରେ କଟେ ଜନଜାତିଙ୍କ ଜୀବନ । କାରଣ ସେମାନଙ୍କ ଶିଶୁ ଜନ୍ମ ହେଲା ପରେ ଧୀରେ ଧୀରେ ହରାଏ ଦୃଷ୍ଟିଶକ୍ତି । କେବଳ ମଣିଷ ନୁହେଁ, ପଶୁ ପକ୍ଷୀଙ୍କ ଶାବକ ବି ହରାଏ ଆଖିର ଜ୍ୟୋତି।  ଅର୍ଥାତ ଏହା ହେଉଛି ଦୃଷ୍ଟିହୀନଙ୍କ ଗାଁ ।

ଗାଁରେ ଥିବା ଏକ ଗଛକୁ ଅଭିଶାପ ପଛର କାରଣ କୁହନ୍ତି ଟିଲଟେପକରବାସୀ । ଏହି ଗଛର ନାଁ ଲାଭାଜୁଏଲା । ଯାହାକୁ ଦେଖିବା ପରେ ସମସ୍ତେ ହୋଇଯାଆନ୍ତି ଅନ୍ଧ । ଅନେକ ଏହାକୁ ମାନନ୍ତି ସତ । ଆଉ କେହି କେହି କୁହନ୍ତି ଅନ୍ଧ ବିଶ୍ୱାସ।  କିନ୍ତୁ ସତ ହେଲା ଅଧିକାଂଶ ଲୋକଙ୍କୁ ଅନ୍ଧ କରିଛି ଏହି ଗଛ ।

ବିଶେଷଜ୍ଞଙ୍କ କଥା କିନ୍ତୁ ପୁରା ଅଲଗା। ଅନ୍ଧ ପଛର କାରଣ ପାଇଁ ସେମାନେ ଏକ ମାଛିକୁ କରନ୍ତି ଦାୟୀ । ଏହି ମାଛି ଖୁବ ବିଷାକ୍ତ ।ଏହା କାମୁଡିବା ଦ୍ୱାରା ଦୁଷ୍ଟିଶକ୍ତି ପଳାଏ ବୋଲି ଦାବି କରନ୍ତି ସେମାନେ । ଆଉ ଗଛରେ ମାଛି ଅଧିକ ମାତ୍ରାରେ ରହିଥାନ୍ତି । ତେଣୁ ଗଛ ପାଖକୁ ଯାଉଥିବା ବ୍ୟକ୍ତିର ଆଖିରେ ମାଛି ବସିଲେ, ସେ ପାଲଟେ ଅନ୍ଧ ।

ଗାଁ ବିଷୟରେ ଜାଣିବା ପରେ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହିଁଥିଲେ ସେଠାକାର ସରକାର। ହେଲେ ମିଳି ନଥିଲା ଫାଇଦା । ଜନଜାତିକୁ ସ୍ଥାନାନ୍ତର କରିବାକୁ ଚାହିଁଥିଲେ ସରକାର । ହେଲେ ଅନ୍ୟ ଜଳବାୟୁରେ ଖାପ ଖୁଆଇ ପାରିବେନି ସେମାନେ । ବାଧ୍ୟ ହୋଇ ଅଭିଶପ୍ତ ଗାଁରେ ରହିଥିଲେ ସେମାନେ । ଏବେବି ସେଠାରେ ଚାଲିଛି ଅନ୍ଧହେବା ପ୍ରକ୍ରିୟା । କିନ୍ତୁ ପୂର୍ବ ଅପେକ୍ଷା ସେମାନଙ୍କୁ ପ୍ରଦାନ କରାଯାଉଛି ଆର୍ଥିକ ସାହାଯ୍ୟ ଏବଂ ସହାୟତା ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ