ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ । ସାରା ରାଜ୍ୟରେ ଜଣେ ପରିଚିତ ନାଁ । ମୁଖ୍ୟମନ୍ତ୍ରୀଙ୍କ ସଚିବ ସହ 5-ଟି ବିଭାଗର ଦାୟିତ୍ୱ ମଧ୍ୟ ବୁଝନ୍ତି ସେ । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ସେ ସାଉଂଟିଛନ୍ତି ଅନେକ ପ୍ରଶଂସା । ହେଲେ ବିଜୁ ଜନତା ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ସେ ମୁଣ୍ଡ ପୁରାନ୍ତି ବୋଲି କୁହନ୍ତି ବିରୋଧି । ଯାହାକୁ ନେଇ ଅନେକ ସମୟରେ ବିବାଦରେ ରହି ଆସିଛନ୍ତି ପାଣ୍ଡିଆନ୍ । ଏବେ କିନ୍ତୁ ତାଙ୍କୁ ନେଇ ଆସିଛି ଏକ ବଡ ଖବର । ଯାହା ଏକ ପ୍ରିଂଟ୍ ମିଡିଆରେ ମଧ୍ୟ ପ୍ରକାଶିତ ହୋଇଛି ।
ଆମେ ଯେଉଁ ଗଣମାଧ୍ୟମ କଥା କହୁଛୁ, ତାହା ଓଡିଶାର ଏକ ଅଗ୍ରଣୀ ଗଣମାଧ୍ୟମ । ସଦାବେଳେ ନିରପେକ୍ଷତା ଅବଲମ୍ବନା କରିଥିବା ଏହି ଗଣମାଧ୍ୟମ ଏବେ ଖୋଲିଛି ବଡ ଗୁମର । କୁଆଡେ ପାଣ୍ଡିଆନ୍ ଆମେରିକାରୁ ଫେରି ବିଜେପିର ହାଇ କମାଣ୍ଡଙ୍କୁ ଭେଟିଥିବା ନେଇ ପ୍ରକାଶ ପାଇଛି ରିପୋର୍ଟ । ଦେଖନ୍ତୁ ଏହି ପେପର୍ କଟିଂକୁ । ଏଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, କିଛି ଦିନ ତଳେ ଆମେରିକା ଗସ୍ତ କରିଥିଲେ 5-ଟି ସଚିବ । ସେଠାରୁ ଫେରି ଦିଲ୍ଲୀ ବିମାନ ବନ୍ଦରରେ ଓହ୍ନାଇଥିଲେ । ହେଲେ ସେଠାରୁ ସେ ତୁରନ୍ତ ଆସିନଥିଲୋ ଓଡିଶା । ବରଂ ଯାଇଥିଲେ ବିଜେପିର ତଥା ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱଙ୍କୁ ଭେଟିବାକୁ । ଏହି ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ମୁଖିଆ ଜେପି ନଡ୍ଡା ଥିବା ଚର୍ଚ୍ଚା ହେଉଛି ।
ତେବେ ବିଜେପି ତଥା ଭାରତୀୟ ଜନତା ପାର୍ଟି ହେଉଛି ଓଡିଶାରେ ମୁଖ୍ୟ ବିରୋଧୀ ଦଳ । ଏଠାରେ ବିଜେଡି ସହ ସିଧା ସଳଖ ପଲିଟିକାଲ ଓ୍ୱାର୍ ଲଢିଥାଏ ବିଜେପି । ଏମିତିକି କର୍ମୀ ମାନେ ମଧ୍ୟ ପରସ୍ପରର କଟ୍ଟର ବିରୋଧୀ । କିନ୍ତୁ ସେପଟେ ବିଜେପି ନେତାଙ୍କୁ ଭେଟିଛନ୍ତି ପାଣ୍ଡିଆନ୍ । ଆଉ ଏହା ଗୃହମନ୍ତ୍ରୀ ଅମିତ ଶହଙ୍କ ଠିକ୍ ଓଡିଶା ଗସ୍ତ ଆଗରୁ ହୋଇଛି । ଖବର କାଗଜର ରିପୋର୍ଟ ଅନୁସାରେ. ପାଣ୍ଡିଆନ୍ ନିଜ ତରଫରୁ ଯାଇନଥିଲେ ଭେଟିବାକୁ । ତାଙ୍କୁ ପୂର୍ବରୁ ଡକରା ମିଳିଥିଲା । ସଂସଦରେ ଅନାସ୍ଥା ପ୍ରସ୍ତାବ ଏବଂ ଦିଲ୍ଲୀ ସେବା ବିଲ୍ ସପକ୍ଷରେ ବିଜେଡିର ଭୋଟ୍ ପାଇଁ ସେ ବିଜେପି ନେତାଙ୍କୁ ଭେଟିଥିବା ପ୍ରକାଶ ପାଇଛି ।
ଏହା ସେତେବେଳେ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଥିଲା, ଯେତେବେଳେ ସରକାରଙ୍କୁ ବିଜେଡିର ସମର୍ଥନ ନେଇ ଘୋଷଣା କରିଥିଲେ ବିଜୁ ଜନତା ଦଳ ସାଂସଦ ସସ୍ମିତ ପାତ୍ର । ପାଣ୍ଡିଆନ ବିଜେପି ନେତାଙ୍କ ସହ ଆଲୋଚନା ପରେ ହିଁ ଏମିତି କିଛି ଘୋଷଣା କରିଥିଲେ ସସ୍ମିତ୍ । ଆଉ ସଂସଦରେ ମଧ୍ୟ ବିଜେପି ସପକ୍ଷରେ ଭୋଟ୍ ଦେଇଥିଲା ବିଜୁ ଜନତା ଦଳ । ପୁଣି ଥରେ ସାନ ଭାଇ ଭାବେ ବିଜୁ ଜନତା ଦଳ ତୁଲାଇଥିଲା ନିଜର କର୍ତ୍ତବ୍ୟ । ଦର୍ଶକବନ୍ଧୁ, ଗୋଟିଏ ପଟେ ରାଜ୍ୟ ବିଜେପି ତିଆରି କରିଛି ନୂଆ ଟିମ୍ । ବିଜୁ ଜନତା ଦଳ ବିରୋଧରେ ଦେଇଛି ଯୁଦ୍ଧ ଦେହି ଡକରା । ଏତିକି ବେଳେ ଅମିତ ଶାହ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରୁଛନ୍ତି ଭୁରି ଭୁରିଂ ପ୍ରଶଂସା । ଯାହା ଦଳର କର୍ମୀଙ୍କ ମନୋବଳକୁ ନିଶ୍ଚୟ ଆଘାତ ଦେଇଥିବ । ଉପରେ ନେତା ସଲାସୁତୁରା ହେଉଥିବା ବେଳେ ତଳେ ମାରପିଟ୍ ହେଉଛନ୍ତି କର୍ମୀ । । ଯାହା ପାଇଁ ବିଜେପି ଉପରୁ କର୍ମୀଙ୍କ ଭରସା ତୁଟିଯାଇଛି । ଏମିତିକି ଆଉ କେହିକେହି 2024ରେ ବିଜେଡି-ବିଜେପି ଏକାଠି ନିର୍ବାଚନ ଲଢିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

