26.9 C
Odisha
Wednesday, October 29, 2025

ବର୍ଷକୁ ମାତ୍ର ଥରେ ପାଣି ପିଏ ଏହି ପକ୍ଷୀ

ଦର୍ଶକ ବନ୍ଧୁ ପକ୍ଷୀ ମାନଙ୍କ ବିଷୟରେ ତ ଆପଣ ମାନେ ନିହାତି ଭାବେ ଜାଣିଥିବେ । ଆମ ଦେଶରେ ବିଭିନ୍ନ ପ୍ରକାର ପ୍ରଜାତିର ପକ୍ଷୀ ଶୀତ ଦିନେ ଆସନ୍ତି। ବିଶେଷ କରି ଶୀତ ଋତୁ ଆରମ୍ଭ ହେବା ପୂର୍ବରୁ ଚିଲିକା ରେ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀଙ୍କ ଆଗମନ ହୁଏ । ହେଲେ ସବୁ ପକ୍ଷୀଙ୍କର ନିହାତି ଭାବେ କିଛି ନା କିଛି ବିଶେଷତ୍ଵ ରହିଥାଏ । ଏସବୁ ପକ୍ଷୀଙ୍କ ଭିତରୁ ଗୋଟିଏ ହେଲା ଜ୍ୟାକୋବିନ ପକ୍ଷୀ ବା ଚାତକ । ଏହାକୁ ଭାରତରେ ଏକ ଭାଗ୍ୟଶାଳୀ ପକ୍ଷୀ ଭାବରେ ଦେଖାଯାଏ ।

ଏହା ଏକ ଏମିତି ପକ୍ଷୀ ଯିଏ କେବଳ ବର୍ଷା ପାଣି ହିଁ ପିଇ ଥାଏ । ଆପଣଙ୍କୁ ହୁଏତ ଏହା ଆଶ୍ଚର୍ଯ୍ୟ ଲାଗିପାରେ । ହେଲେ ଏହା ସତ । ତେବେ ଏହି ପକ୍ଷୀଙ୍କୁ ପପିହା ମଧ୍ୟ କୁହାଯାଏ । ଏହି ପକ୍ଷୀ ଟି କେବଳ ବର୍ଷାର ପ୍ରଥମ ବୁନ୍ଦା ପାଣି ପିଏ । ଯଦି ଏହି ପକ୍ଷୀଟିକୁ ଏକ ସଫା ପାଣି ଥିବା ହ୍ରଦ ରେ ବି ପକାଇ ଦିଆଯାଏ, ତଥାପି ସେ ପାଟି ବନ୍ଦ କରିଦେବ ପଛେ, କିନ୍ତୁ ପାଣି ପିଇବ ନାହିଁ ।
ଭାରତୀୟ ସାହିତ୍ୟରେ ଏହା ବିଷୟରେ ମାନ୍ୟତା ରହିଛି କି କେବଳ ଏହି ପକ୍ଷୀ ବର୍ଷା ର ପ୍ରଥମ ବୁନ୍ଦା ପାଣି ହିଁ ପିଏ । ଭାରତରେ ଏହି ପକ୍ଷୀଙ୍କ ଅଳ୍ପ ସଂଖ୍ୟା ଅଛି । ଗୋଟିଏ ଦକ୍ଷିଣ ଭାଗ ନିବାସୀ ଥିବା ବେଳେ ଦ୍ୱିତୀୟଟି ହେଲା ମୌସୁମୀ ପବନ ସହ ଉତ୍ତର ଓ ମଧ୍ୟ ଭାରତ ରେ ବସବାସ କରନ୍ତି ।

ତେବେ ଏହି ପକ୍ଷୀର ବୈଜ୍ଞାନିକ ନାମ ହେଲା କ୍ଲାମାଟର ଜକୋବିନସ। ଆପଣଙ୍କୁ କହିରଖିବୁ କ୍ଲାମାଟର ର ଅର୍ଥ ହେଲା ଚିଲେଇବା । ଅର୍ଥାତ୍ ଏହା ଏକ ଏମିତି ପକ୍ଷୀ ଯିଏ ଚିତ୍କାର ବହୁତ୍ କରେ । ଏହି ପକ୍ଷୀ କିଟ ଭକ୍ଷୀ ମଧ୍ୟ ହୋଇଥାନ୍ତି । ଯାହାର ଅର୍ଥ ଏମାନେ ଝିଣ୍ଟିକା ସହ ଗୋବର ପୋକ ଖାଆନ୍ତି। ହେଲେ ଅନେକ ଥର ଏମାନେ ଫଳ ଓ ଜାମୁ କୋଳି ଖାଉଥିବା ମଧ୍ୟ ଦେଖାଯାଏ ।

ଏସବୁକୁ ବାଦ୍ ଦେଲେ ଏହି ପକ୍ଷୀର ଏକ ବିଶେଷତ୍ଵ ହେଲା କି ଏମାନେ ନିଜ ଅଣ୍ଡା କୁ ଅନ୍ୟ ପକ୍ଷୀଙ୍କ ବସାରେ ରଖି ଦିଅନ୍ତି । ବବଲର ଓ ବୁଲବୁଲ ଆକାର ଭଳି ପକ୍ଷୀଙ୍କୁ ନିଜ ଆୟୋଜକ ଭାବେ ଏମାନେ ବେଶି ପସନ୍ଦ କରନ୍ତି ଏବଂ ସେମାନଙ୍କ ବସାରେ ନିଜର ରଙ୍ଗୀନ ଅଣ୍ଡା ରଖି ଦିଅନ୍ତି ।
ଆପଣଙ୍କୁ ଜଣାଇ ରଖିବୁ କି, ଉତ୍ତର ଭାରତରେ ଅଧିକାଂଶ ମାତ୍ରାରେ ଏହି ପକ୍ଷୀ ମୌସୁମୀ ପୂର୍ବରୁ ପହଞ୍ଚି ଯାଆନ୍ତି । ଯେଉଁ ଜାଗାରେ ମୌସୁମୀ ସମୟ ପୂର୍ବରୁ ପହଞ୍ଚି ଯାଏ, ସେଠାରେ ବି ଏହି ପକ୍ଷୀମାନେ ଆଗୁଆ ପହଞ୍ଚି ଯାଆନ୍ତି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ