25.9 C
Odisha
Saturday, March 7, 2026

ଏଠାରେ ବୁଲନ୍ତି ଆତ୍ମା, ସରକାର ବି ରାତିରେ ଯିବାକୁ କରିଛନ୍ତି ମନା

ରାତିରେ ବୁଲେ ଭୂତ । ଶୁଭେ କାହାର କାନ୍ଦିବା ସ୍ୱର । ଘୁରି ବୁଲନ୍ତି ଅଶରିରୀ । ସୂର୍ଯ୍ୟାସ୍ତ ପରେ ଯିବା ପୁରା ମନା । ଏକା କେହି ଭୁଲରେ ଗଲେ ଜୀବନ ନେଇ ଫେରେନି । ଏପରିକି ଲାଗିଛି ସରକାରୀ ହୋର୍ଡିଂ ।  ଏହା ହେଉଛି ଦେଶର ସବୁଠୁ ଭୟଙ୍କର ଦୁର୍ଗ ଭାଙ୍ଗଡ଼ । ଯାହାର ନାଁ ଶୁଣିଲେ ସମସ୍ତେ ଭୟରେ ଥରି ଉଠନ୍ତି ।

ରାଜସ୍ଥାନ ଜୟପୁରରୁ 83 କିମି ଗଲେ ପଡେ ଭାଂଗଡ଼ ଦୁର୍ଗ । ସବୁଜିମା ଭିତରେ ଶୋଭା ବଢାଏ ଏହି ଦୁର୍ଗ । ରାଜସ୍ଥାନର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଏହା ଜଣାଶୁଣା । ଦେଖିବାକୁ ଆସନ୍ତି ହଜାର ହଜାର ପର୍ଯ୍ୟଟକ । ଦିନରେ ଲାଗିଥାଏ ଖାଚାଖଚ ଭିଡ଼ । କିନ୍ତୁ ସୂର୍ଯ୍ୟାସ୍ତ ପରେ ବଦଳି ଯାଏ ଏହି ଦୁର୍ଗର ଚିତ୍ର । ଶୁନଶାନ ହୋଇଯାଏ ପୁରା ଅଞ୍ଚଳ । ଖାଳି ଜଙ୍ଗଲି ପଶୁ ଆଉ ପକ୍ଷୀଙ୍କ ଚିତ୍କାର ଶୁଣିବାକୁ ମିଳେ ।

ଲୋକେ କୁହନ୍ତି, ଅନ୍ଧାର ବଢିଲେ ଭାଂଗଡ଼ ଦୁର୍ଗରେ ଘୁରି ବୁଲନ୍ତି ପ୍ରେତାତ୍ମା । ଶୁଭେ ବିକଟାଳ ରଡି । ଦୂରରୁ ବି ଦେଖା ଯାଏ ଛାଇ । ଶୁଭେ ପାଦ ସ୍ୱର । ନିଆଁ ଜଳିବାର ଦୃଶ୍ୟ ବି ଖୁବ୍ ଦୂରରୁ ଦେଖାଯ।ଏ । ସରକାର ବି ସନ୍ଧ୍ୟା ପରେ ଏଠାକୁ ଯିବାକୁ କରିଛନ୍ତି ମନା ।  ଅନେକ ନିୟମ ମାନି ସେଠାକୁ ଯାଇଛନ୍ତି ସିନା ଫେରି ନାହାନ୍ତି ।

ତେବେ 1500 ମସିହାରେ ତିଆରି ହୋଇଥିଲା ଏହି ଦୁର୍ଗ ।ଏହାକୁ ଗଢ଼ିଥିଲେ ରାଜା ଭାଗବନ୍ତ ଦାସ । ସେତେବେଳେ ଏଠାରେ କିଛି ଋଷି ତପସ୍ୟା କରୁଥିଲେ । ଦୁର୍ଗ ତିଆରି ପାଇଁ ରାଜା ସେମାନଙ୍କୁ ଏଠାରୁ ଚାଲିଯିବାକୁ କହିଥିଲେ । ହେଲେ ସେମାନେ ରାଜି ହୋଇନଥିଲେ । କେବଳ ସାମାନ୍ୟ ଦୂରକୁ ଚାଲି ଯାଇଥିଲେ । ଗୋଟିଏ ସର୍ତ୍ତ ମଧ୍ୟ ରଖିଥିଲେ । ସେମାନଙ୍କ ଉପରେ ଦୁର୍ଗର ଛାଇ ଯେପରି ନପଡ଼େ ସେନେଇ ରାଜାଙ୍କୁ ଦେଇଥିଲେ ଆଦେଶ । ରାଜା ମାନି ନେଇଥିଲେ ସର୍ତ୍ତ ।

ସର୍ତ୍ତ ପୂରଣ କରିବାରେ ବିଫଳ ହୋଇଥିଲେ ରାଜା ଭଗବନ୍ତ । ତିଆରି ସରିବା ପରେ ଗୁରୁ ବାଲୁ ନାଥଙ୍କ ଉପରେ ପଡିଥିଲା ଦୁର୍ଗର ଛାଇ । ରାଗିଯାଇଥିଲେ ବାଲୁନାଥ । ଆଉ ଦେଇଥିଲେ ଅଭିଶାପ । ଆଖ ପାଖରେ ଥିବା ଗାଁ ବି ରୁଷିଙ୍କ ଅଭିସାପରରୁ ହୋଇଥିଲା ଧ୍ବଂସ । ଆଉ ଦୁର୍ଗରେ ରାଜ କରିଥିଲେ ପ୍ରେତାତ୍ମା । ସେବେଠୁ ଏହା ଅଭିଶପ୍ତ । ଆଉ ପାଲଟିଛି ପ୍ରେତାତ୍ମାଙ୍କ ଚରାଭୂଇଁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ