19.5 C
Odisha
Friday, March 6, 2026

ବଢିବନି ଇଏମଆଇ

ଭାରତୀୟ ରିଜର୍ଭ ବ୍ୟାଙ୍କ, ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ତ୍ରିଦିବସୀୟ ଏମପିସି ବୈଠକରେ କଣ ନିଷ୍ପତି ହେଲା ସେ ନେଇ ଘୋଷଣା କରିବା ସ୍ୱରୂପ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟ ସ୍ଥିର ରଖିବା ନେଇ ଘୋଷଣା କରିଛନ୍ତି । ଏହାକୁ ୬.୫୦ ପ୍ରତିଶତ ରଖାଯାଇଛି । ପୂର୍ବରୁ ଅନୁମାନ କରାଯାଉଥିଲା କି, ଏଥିରେ ୨୫ ବେସିସ ପଏଣ୍ଟ ବୃଦ୍ଧି କରାଯାଇପାରେ । ହେଲେ ବୈଠକରେ ଏହାକୁ ସ୍ଥିର ରଖିବା ପାଇଁ ହୋଇଛି । କହିରଖିବୁ କି, ମେ ୨୦୨୨ରୁ ରେପୋ ରେଟ୍‌ରେ ଲଗାତର ଭାବେ ୬ଥର ବୃଦ୍ଧି କରାଗଲାଣି ।
ନୂଆ ଆର୍ଥିକ ବର୍ଷରେ ଆରବିଆଇ ର ଏମପିସି ବୈଠକ ବସିଥିଲା । ଯାହା ୩ ଏପ୍ରିଲ ୨୦୨୩ରେ ଆରମ୍ଭ ହୋଇଥିଲା । ବର୍ତମାନ ଏଥିରେ ଜନତାଙ୍କୁ ମିଳିଛି ଭଲ ଖବର । ଦେଶରେ ଖୁଚୁରା ଦର ବୃଦ୍ଧି ଜାନୁୟାରୀରେ ୬.୫୨ ପ୍ରତିଶତ ଓ ଫେବୃୟାରୀରେ ୬.୪୪ ପ୍ରତିଶତ ଥିଲା । ତେବେ ଏହି ସଂଖ୍ୟା ମହଙ୍ଗା ଦରକୁ ୨-୬ ପ୍ରତିଶତ ଭିତରେ ରଖିବା ଆରବିଆଇ ଲକ୍ଷ୍ୟ ଠାରୁ ଅଧିକ । ଏହି କାରଣ ପାଇଁ ରେପୋ ରେଟରେ ଆଉ ଏକ ବୃଦ୍ଧି ନେଇ ସମସ୍ତେ ଆଶଙ୍କା କରୁଥିଲେ ।
ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଅର୍ଥବ୍ୟବସ୍ଥାରେ ଜାରି ପୁନରୁଦ୍ଧାରକୁ ବଜାୟ ରଖିବା ପାଇଁ ଆମେ ନୀତିଗତ ଦରକୁ ସ୍ଥିର ରଖିବା ପାଇଁ ନିଷ୍ପତ୍ତିି ନେଇଛୁ । ହେଲେ ଆବଶ୍ୟକ ପଡିଲେ ସ୍ଥିତି ହିସାବରେ ପରବର୍ତୀ ପଦକ୍ଷେପ ଗ୍ରହଣ କରିବୁ । ଏମପିସି ସମସ୍ତଙ୍କ ସହମତିରେ ଏହାକୁ ବର୍ତମାନ ୬.୫୦ ପ୍ରତିଶତ ରଖିଛି ।
ଏହାବ୍ୟତୀତ ଶକ୍ତିକାନ୍ତ ଦାସ, ବିଶ୍ୱରେ ଜାରି ବ୍ୟାଙ୍କିଙ୍କ କ୍ରାଇସିସ ଉପରେ ଚିନ୍ତା ପ୍ରକଟ କରି କହିଛନ୍ତି ଗ୍ଲୋବାଲ ଇକୋନୋମୀ ଏକ ନୂଆ ସ୍ଥିତିର ଏବେ ସାମ୍ନା କରୁଛି । ବିକଶିତ ଦେଶରେ ବ୍ୟାଙ୍କିଙ୍କ କ୍ଷେତ୍ରରେ ଉତଥାନ ପତନ ଉପରେ ଆରବିଆଇ କଡା ନଜର ରଖିଛି । ୨୦୨୨-୨୩ରେ ଜିଡିପିରେ ୭ ପ୍ରତିଶତ ବୃଦ୍ଧି ହୋଇଥିଲା । ଯାହା ଦର୍ଶାଉଛି ଆର୍ଥିକ ସ୍ଥିତିର ବାସ୍ତବ ପରିସ୍ଥିତି । ଏପ୍ରିଲ ଜୁନ ୨୦୨୩ରେ ଜିଡିପି ରେଟ୍ ୭.୮ ପ୍ରତିଶତ ଓ ଜୁଲାଇ-ଡିସେମ୍ବର ୨୦୨୩ ଅନୁମାନକୁ ୬.୨ ପ୍ରତିଶତ ବଜାୟ ରଖିଛି । ଏହାବ୍ୟତୀତ ଅକ୍ଟୋବର ଡିସେମ୍ବର ୨୦୨୩ ରେ ଜିଡିପି ରେଟ୍ ୬ ପ୍ରତିଶତ ବୃଦ୍ଧି ପାଇ ୬.୧ ପ୍ରତିଶତ ଓ ଜାନୁୟାରୀ ମାର୍ଚ ୨୦୨୪ ରେ ଜିଡିପି ରେଟ୍ ଅନୁମାନକୁ ୫.୮ ପ୍ରତିଶତରୁ ୫.୯ ପ୍ରତିଶତ କରାଯାଇଛି ।
ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ମୁଦ୍ରାସ୍ଫିତିର ଅନୁମାନ ୫.୨ ପ୍ରତିଶତ ରଖାଯାଇଛି । ଜାରି ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ମୁଦ୍ରାସ୍ଫିତି ୫.୧ ପ୍ରତିଶତ ରହିବା ନେଇ ଏବେ ଅନୁମାନ କରାଯାଉଛି ।
ଗତବର୍ଷ ମେ ୨୦୨୨ରୁ ଏବେ ଯାଏଁ ରିଜର୍ଭ ବ୍ୟାଙ୍କ, ଚରମ ସୀମାରେ ପହଂଚଥିବା ଦରବୃଦ୍ଧିକୁ କାବୁ କରିବା ପାଇଁ ଗୋଟିଏ ପରେ ଗୋଟିଏ ଲଗାତର ୭ ଥର ରେପୋ ରେଟ୍ ବୃଦ୍ଧି କରିସାରିଛି ।

ତେବେ କିଭଳି ଇଏମଆଇ ଉପରେ ରେପୋ ରେଟର ପ୍ରଭାବ ରହିଥାଏ
ଆରବିଆଇ ଦ୍ୱାରା ସ୍ଥିର କରାଯାଇଥିବା ରେପୋ ରେଟ ସିଧାସଳଖ ଭାବେ ବ୍ୟାଙ୍କ ଲୋନକୁ ପ୍ରଭାବିତ କରେ । ରେପୋ ରେଟ ହେଉଛି ସେହି ଦର ଯାହା ଉପରେ ସେ ବ୍ୟାଙ୍କଗୁଡିକୁ ଉଧାର ଦେଇଥାଏ । ଏଥିରେ ହ୍ରାସ ଆସିଲେ ଲୋନ ଶସ୍ତା ହୁଏ ଏବଂ ଏଥିରେ ବୃଦ୍ଧି ଘଟିଲେ ବ୍ୟାଙ୍କ ବି ନିଜ ଋଣ ମହଙ୍ଗା କରିଦିଏ । ଏହାର ପ୍ରଭାବ ହୋମ ଲୋନ, ଅଟୋ ଲୋନ, ପର୍ସନାଲ ଲୋନ ଭଳି ସବୁ ଲୋନ ଉପରେ ପଡେ ଏବଂ ଋଣ ମହଙ୍ଗା ହେବା ଦ୍ୱରା ଇଏମଆଇ ବୋଝ ମଧ୍ୟ ବଢିଥାଏ ।
ସେପଟେ ଗଭର୍ଣ୍ଣର ଆହୁରି ମଧ୍ୟ କହିଛନ୍ତି, ଦରବୃଦ୍ଧି ବିପକ୍ଷରେ ଲଢେଇ ଏବେ ବି ସରିନି । ଲଗାତର ଭାବେ ଏହା ଜାରି ରହିଛି । ଏହି ଯୁଦ୍ଧ ସେବେ ଯାଏଁ ଜାରି ରହିବା ଉଚିତ ଯେ ପର୍ଯ୍ୟନ୍ତ ମୁଦ୍ରାସ୍ଫିତରେ ଏକ ସ୍ଥିର ହ୍ରାସ ନ ଆସିଛି । ଏଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଉଚିତ ସମୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରସ୍ତୁତ । ଆରବିଆଇ ମଧ୍ୟ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ସମସ୍ତ ଉପାୟ କରିଛି ଏବଂ ଭାରତୀୟ ବ୍ୟାଙ୍କିଙ୍କ ପ୍ରଣାଳୀ ମଜଭୂତ ରହିଛି ବୋଲି କହିଛନ୍ତି ଶ୍ରୀ ଦାସ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ