ରାଜସ୍ଥାନ ଅଲବାରରେ ରହୁଥିବା ଅଂଜୁ ପାକିସ୍ତାନ ପହଂଚି ନିଜର ଫେସବୁକ ଫ୍ରେଣ୍ଡ ନସରୁଲ୍ଲାହଙ୍କୁ କୁଆଡେ ବିବାହ କରିସାରଥିବା ଖବର ଏବେ ଜୋର ଧରିଛି । ଦୁହିଁଙ୍କ ଦୋସ୍ତୀ ହୋଇଥିଲା ୨୦୨୦ମସିହାରେ ଫେସବୁକ ଜରିଆରେ । ଏହାପରେ ଦୁହେଁ ଫୋନରେ କଥାବାର୍ତା କରୁଥିଲେ । ନମ୍ବର ଦିଆନିଆ ସହ ହ୍ୱାଟସଆପରେ ଚାଲିଥିଲା ପ୍ରତିଦିନ ଚାଟିଂ । ତେବେ ବିବାହିତା ଥିଲେ ଅଂଜୁ । ତାଙ୍କର ଦୁଇଟି ପିଲା ବି ଅଛି । ଦୁଇ ବର୍ଷ ପୂର୍ବରୁ ବିଦେଶରେ ଚାକିରୀ କରିବା କଥା କହି ପାସପୋର୍ଟ ସେ କରାଇଥିଲେ ।
ଦର୍ଶକବନ୍ଧୁ ଆମେ ପୂର୍ବରୁ ଅଂଜୁଙ୍କ ସଂପର୍କରେ ଆପଣଙ୍କୁ କହିଥିଲୁ । ସ୍ୱାମୀକୁ ଜୟପୁର ବୁଲିବାକୁ ଯାଉଛି କହି ପାକିସ୍ତାନରେ ପଂହଚି ଏବେ ଫେସବୁକ ସାଙ୍ଗକୁ ସେ ବିବାହ କରିଥିବା କଥା ସାମ୍ନାକୁ ଆସିଛି । ତେବେ ଖାସ କଥା ହେଉଚି ଏମିତିରେ ଗତ କିଛି ଦିନ ହେଲା ବେଶ ଚର୍ଚ୍ଚାରେ ରହିଛି ଗୋଟିଏ ଲଭ ଷ୍ଟୋରୀ । ତାହା ହେଲା ସୀମା ସଚୀନ ଙ୍କ ପ୍ରେମ କାହାଣୀ । ଯାହା ଆରମ୍ଭ ହୋଇଥିଲା ପବଜୀ ଗେମରୁ । ସେଠି ସୀମା ଘରଦ୍ୱାର ବିକ୍ରି କରି ନିଜ ପିଲାଙ୍କୁ ନେଇ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ବେଳେ ଏଠି କିନ୍ତୁ ଅଂଜୁ ନିଜ ସ୍ୱାମୀ ପିଲାକୁ ଛାଡି ଆଇନଗତ ଭାବେ ଭିସା ଜରିଆରେ ଯାଇ ଏବେ ପାକିସ୍ତାନରେ । ଏସବୁକୁ ଦେଖିଲେ ଯାହା କୁହନ୍ତୁ ମାନିବାକୁ ପଡିବ ଏମାନଙ୍କ ପ୍ରେମକୁ । କଥାରେ କୁହାଯାଏ ଜଣେ ପ୍ରେମ ପାଇଁ କିଛି ବି କରିପାରେ । ଯାହାକୁ ବାସ୍ତବରେ ଏମାନେ ହିଁ ପ୍ରମାଣିତ କରୁଛନ୍ତି ଏବଂ ସମାଜକୁ ଦେଉଛନ୍ତି ଭିନ୍ନ ବାର୍ତା ।
ତେବେ ଅଂଜୁ ବାହା ହୋଇଥିବା ଫେସବୁକ ସାଙ୍ଗ ନସରୁଲାର ବୟସ ୨୯ ବର୍ଷ ଥିବା ବେଲେ ଅଂଜୁଙ୍କ ବୟସ ହେଉଛି ୩୪ । ଏଠି ବୟସର ତାରତମ୍ୟ ବି କେହି ମାନିନାହାନ୍ତି । ତେବେ ଅଂଜୁଙ୍କ ପରିବାର ଇସାଇ ଧର୍ମ ଗ୍ରହଣ କରିନେଇଥିଲେ । ଯେଉଁଥିପାଇଁ ତାଙ୍କ ସଂପର୍କୀୟ ଅଂଜୁଙ୍କ ସହ କିଛି ସଂପର୍କରେ ନଥିଲେ । ପୂର୍ବରୁ ରିଅଲ ଷ୍ଟେଟ କମ୍ପାନୀରେ କାମ କରୁଥିଲେ ଅଂଜୁ । ଏହାପରେ ରାଜସ୍ଥାନର ଏକ ଘରୋଇ କମ୍ପାନୀରେ ଥିଲେ କାର୍ଯ୍ୟରତ । ତାଙ୍କ ସ୍ୱାମୀ ବି ଏକ ଘରୋଇ କମ୍ପାନୀରେ କାମ କରନ୍ତି । ସ୍ୱାମୀଙ୍କୁ ମିଛ କହି ଏବେ ପାକିସ୍ତାନ ବୁଲୁଛନ୍ତି ଅଂଜୁ ।
ପାକିସ୍ତାନ ଯିବା ପରେ ଅଂଜୁ ଏକ ଭିଡିଓ ମାଧ୍ୟମରେ କହିଥିଲେ କି, ସେ ସ୍ୱାମୀ ଠାରୁ ଅଲଗା ହେବାକୁ ଚାହାଁନ୍ତି । ଆରମ୍ଭରୁ ସେମାନଙ୍କ ସଂପର୍କ କିଛି ଠିକ ନାହିଁ । ପିଲାଙ୍କ ସହ ସେ ଲଗାତର ଯୋଗାଯୋଗରେ ଅଛନ୍ତି । ସେ ୧୦ ଦିନ ପାଇଁ ଛୁଟି ନେଇ ଯାଇଛନ୍ତି । ନସରୁଲା ସହ ବନ୍ଧୁତା ସଂପର୍କରେ ସେ ନିଜ ଭଉଣୀ ଓ ମାଙ୍କୁ ଆଗରୁ କହିଥିବା ବେଳେ ନସରୁଲାଙ୍କୁ ବିବାହ କରିବା ଉଦେଶ୍ୟ ନାହିଁ । ବର୍ତମାନ ସେ କେବଳ ବୁଲିବାକୁ ପାକିସ୍ତାନ ଯାଇଛନ୍ତି । ଭାରତ ଫେରିବା ପରେ ସ୍ୱାମୀ ଠାରୁ ଅଲଗା ହୋଇ ପିଲାଙ୍କ ସହ ରହିବେ ବୋଲି କହିଛନ୍ତି ।
ସେପଟେ ଅଂଜୁଙ୍କ ବାପା ଝିଅର ଏମିତି ପଦକ୍ଷେପକୁ ଭୁଲ ନିଷ୍ପତି ବୋଲି କହିବା ସହ ଅନେକ ନିନ୍ଦା ଦେଇଛନ୍ତି ।
ନସରୁଲା ମଧ୍ୟ କହିଛନ୍ତି କି ସେ ଅଂଜୁଙ୍କୁ ପସନ୍ଦ କରନ୍ତି । ହେଲେ ତାଙ୍କ ଇଚ୍ଛା ବିନା ସେ ବିବାହ କରିବେ ନାହିଁ । କେବଳ ଜଣେ ଅତିଥି ଭାବରେ ଅଂଜୁ ଆସିଛନ୍ତି । ଆଉ ୩, ୪ ଦିନ ଭିତରେ ସେ ଭାରତ ଫେରିଯିବେ । ଅଂଜୁଙ୍କ ବିଷୟରେ ସବୁ ଜାଣିଛି । ଯଦି ତାଙ୍କୁ ବିବାହ କରିବି, ତାଙ୍କ ପିଲାଙ୍କୁ ବି ସାଥିରେ ରଖିବି ବୋଲି କହିଛନ୍ତି ନସରୁଲା ।
୍ଣହଲେ ଏସବୁ କଥା ଭିତରେ ପାକିସ୍ତାନ ମିଡିଆରେ କୁହାଯାଉଛି କି, ଧର୍ମ ପରିବର୍ତନ କରିବା ପରେ ଅଂଜୁଙ୍କ ଇସଲାମିକ ନାଁ ରଖାଯାଇଛି ଫାତିମା । ଅଂଜୁ ଓ ନସରୁଲାଙ୍କ ବିବାହ ଜିଲା କୋର୍ଟରେ ସରିଛି । ଇସଲାମ ଆପଣାଇସାରିଛନ୍ତି ଅଂଜୁ । ମାଲକୁଣ୍ଡ ଡିଭିଜନ ଡିଆଇଜି ଏମାନଙ୍କ ବିବାହ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ।
ତେବେ ଦର୍ଶକବନ୍ଧୁ ଆଗକୁ ଏହି କହାଣୀରେ କଣ ଟ୍ୱିଷ୍ଟ ଆସୁଛି ଏବେ କେବଳ ତାହା ଦେଖିବାର କଥା ।


