15.6 C
Odisha
Thursday, January 15, 2026

ହସ୍ପିଟାଲରେ ବିଗ୍ ବି !

ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚନ ଫ୍ୟାନ୍ସଙ୍କୁ ଚମକାଇବା ଭଳି ଖବର ସେୟାର କରିଛନ୍ତି  । ଫିଲ୍ମ ପ୍ରୋଜେକ୍ଟ କେ ର ସୁଟିଂରେ ଆକ୍ସନ ସିନ୍ ବେଳେ ଗୁରୁତର ଭାବେ ଆହତର ଶିକାର ହୋଇଛନ୍ତି  । ମଝି ପଞ୍ଜରାରେ ଆଘାତ ଲାଗିବାରୁ ନିଶ୍ବାସ ପ୍ରଶ୍ୱାସରେ ତାଙ୍କର ବାଧା ସୃଷ୍ଟି ହୋଇଛି  । ଯେଉଁଥିପାଇଁ ସମସ୍ତ ସୁଟିଂ ବାତିଲ କରାଯାଇଥିବା ଜଣାପଡିଛି  ।

ଏହି ଘଟଣା ଘଟିବା ପରେ ହସ୍ପିଟାଲରେ ତାଙ୍କୁ ତୁରନ୍ତ ଭର୍ତି କରାଯାଇଥିଲା  । ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ କିଛି ସପ୍ତାହ ଯାଏଁ ବିଶ୍ରାମ କରିବାକୁ ବିଗ ବି ଙ୍କୁ ପରାମର୍ଶ ଦେଇଛନ୍ତି  । ଯେଉଁ ପର୍ଯ୍ୟନ୍ତ ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନାହାନ୍ତି, ସେବେ ଯାଏଁ ତାଙ୍କର ସମସ୍ତ ପ୍ରୋଜେକ୍ଟ କ୍ୟାନସଲ କରାଯାଇଛି  ।

ତେବେ ଦେଖିବାକୁ ଗଲେ 80 ବର୍ଷ ବୟସରେ ବି ଅମିତାଭ ବଚନ ସିନେମା ଜଗତରେ ପୁରା ଆକ୍ଟିଭ ଅଛନ୍ତି  । ଏବେ ମଲ୍ଟିପଲ ପ୍ରୋଜେକ୍ଟରେ ଭାଗୀଦାର ବିଗ୍ ବି  । ମାତ୍ର ହଠାତ ଏମିତି ଅଘଟଣର ଶିକାର ହେବା କାରଣରୁ ଅପକମିଂ ପ୍ରୋଜେକ୍ଟ ଉପରେ ନିହାତି ଭାବରେ ପ୍ରଭାବ ପଡିପାରେ  ।

ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମ ଉଁଚାଇରେ ସେ ନଜର ଆସିଥିଲେ  । ବକ୍ସ ଅଫିସରେ ଅବଶ୍ୟ ସିନେମାଟି ଖାସ କମାଲ କରିପାରିନଥିଲା, ମାତ୍ର କ୍ରିଟିକ୍ସ, ଫ୍ୟାନ୍ସଙ୍କର ହୃଦୟ ଜିତିପାରିଥିଲା  । ଅମିତାଭଙ୍କ ଅନେକ ଫିଲ୍ମ ଏବେ ପାଇପଲାଇନରେ ରହିଛି  । ଯାହାମଧ୍ୟରେ ଗଣପତ୍, ଘୁମର, ଦ ଉମେଶ କ୍ରନିକାଲ୍ସ, ପ୍ରୋଜେକ୍ଟ କେ, ବଟରଫ୍ଲାଇ, ଖାକି 2 ଆଦି ସାମିଲ ରହିଛି  । ମୋଟାମୋଟି ଭାବେ ବିଗ ବି 6ଟି ବଡ ପ୍ରୋଜେକ୍ଟରେ କାମ କରୁଛନ୍ତି  । ତେବେ ଗଣପତ, ଘୁମର, ଦ ଉମେଶ କ୍ରନିକାଲସରେ ବିଗ ବି କେବଳ ସ୍ପେସିଆଲ ଆପିଅରାନ୍ସରେ ନଜର ଆସିବେ  ।

ହେଲେ ପ୍ରୋଜେକ୍ଟ କେ ହେଉଛି ବଡ ବ୍ୟାନରର ବଡ ଫିଲ୍ମ  । ଯେଉଁଥିରେ ତାଙ୍କ ସହ ପ୍ରଭାସ, ଦିପିକା ପାଦୁକୋନ, ଦିଶା ପାଟନୀ ନଜର ଆସିବେ  । ପ୍ରୋଜେକ୍ଟ କେ ହେଉଛି ସାଇନ୍ସ ଫିକ୍ସନ ମୁଭି  । ଯାହାକୁ ଡାଇରେକ୍ଟ କରୁଛନ୍ତି ନାଗ୍ ଅଶ୍ୱିନୀ  । ଏହି ଫିଲ୍ମଟି ଉଭୟ ହିନ୍ଦୀ ଓ ତେଲୁଗୁରେ ରିଲିଜ ହେବ  । ସେପଟେ ଏହି ଫିଲ୍ମରୁ ଦିପୀକା ପାଦୁକୋନ ତେଲୁଗୁ ଡେବ୍ୟୁ ମଧ୍ୟ କରୁଛନ୍ତି  । ଏମିତିରେ ପୂର୍ବରୁ ବି କରୋନା ପାଇଁ ଏହି ଫିଲ୍ମଟି ବିଳମ୍ବ ହୋଇଥିଲା  । 500 କୋଟି ବଜେଟରେ ନିର୍ମାଣ ହେଉଥିବା ଏହି ଫିଲ୍ମ ଭାରତର ସବୁଠୁ ମହଙ୍ଗା ଫିଲ୍ମ ବୋଲି କୁହାଯାଉଛି  । ଯାହା 12 ଜାନୁୟାରୀ 2024ରେ ରିଲିଜ ହେବ  ।

ସେପଟେ ଅମିତାଭଙ୍କ ଏଭଳି ଖବର ଶୁଣି ସେ ଜଲଦି ସୁସ୍ଥ ହେବାକୁ ଫ୍ୟାନ୍ସ ପ୍ରାର୍ଥନା କରୁଥିବା ବେଳେ ସୋସିଆଲ ମିଡିଆରେ ଅମିତାଭଙ୍କ ସ୍ପିଡ୍ ରିକଭରି ପାଇଁ ପୋଷ୍ଟ କରୁଛନ୍ତି  ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ