ଦର୍ଶକବନ୍ଧୁ ଆପଣମାନେ ସମସ୍ତେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜାଣିଥିବେ । ସିନେମା ଅପେକ୍ଷା ଦୁହେଁ ନିଜ ପାରିବାରିକ କଳହ ପାଇଁ ଏବେ ପୁରା ଲାଇମଲାଇଟରେ ଅଛନ୍ତି । ଉଭୟ ସଂପର୍କକୁ ନେଇ ସାମ୍ନାକୁ ଆସିଚି ବିଭିନ୍ନ ପ୍ରକାର କଥା । ଏ ସମସ୍ତ ବାଦ ବିବାଦ ମଧ୍ୟରେ ଅନୁଭବଙ୍କ ସଂପର୍କ ଜାଗୃତିଙ୍କ ସହ ଥିବା ମଧ୍ୟ ଚର୍ଚ୍ଚା ହୋଇଛି । ତେବେ ଏହି ପାରିବାରିକ ମାମଲାର ଗତକାଲି ହୋଇତିଲା ଶୁଣାଣୀ । ଯେଉଁଠି ଉଭୟ ବର୍ଷା ଓ ଅନୁଭବ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । ପରେ ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ଆଇନଜୀବୀ ପ୍ରାୟ ଦେଢଘଣ୍ଟା ଧରି କରିଥିଲେ ଜେରା । ଯାହାର ଜବାବ ରଖିଥିଲେ ବର୍ଷା । ଜେରା ସମୟରେ ବିଭିନ୍ନ ପ୍ରଶ୍ନ ପଚରା ଯାଇତିଲା ବର୍ଷାଙ୍କୁ । ତେବେ ଜେରା ବେଲେ ଅଭିନେତ୍ରୀ ଜଣଙ୍କୁ ପ୍ରାୟ ଦେଢ ଶହରୁ ଅଧିକ ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି । ତେବେ ଗତ କିଚି ବର୍ଷ ଧରି ବର୍ଷା ଓ ଅନୁଭବଙ୍କ ମଧ୍ୟରେ ପାରିବାରିକ ମାମଲା ଲାଗି ରହିଛି । ଯାହାର ସମାଧାନ ହୋଇପାରୁନାହିଁ । କେତେବେଲେ ଅନୁଭବ ହାଜର ହେଉତିବା ବେଳେ ବର୍ଷା ଆସୁନାହାନ୍ତି, ତ ପୁଣି କେତେବେଲେ ବର୍ଷା ଆସୁତିଲେ ଅନୁଭବ ଆସୁନାହାନ୍ତି ।
ତେବେ କହିରଖିବୁ ଯେ, ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି, ଦିଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡପତ୍ର ପାଇଁ ୨୦୨୦ ଜୁଲାଇ ୧୬ରେ ପିଟିସନ ଦାଖଲ କରିଥିଲେ । ଏହି ଛାଡପତ୍ର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ୍ଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ମାର୍ଚ ୫ ୨୦୨୧ରେ ସୁପ୍ରିମକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣୀ ହୋଇଥିଲା । ଅନୁଭବଙ୍କ ସମହମତିକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଦେଇଥିଲେ ଅନୁମତି । ପରେ ୨୦୨୧ ଏପ୍ରିଲ ୫ରେ ଉଭୟୟ ପରିବାର ଅଦାଲତରେ ହାଜର ହୋଇଥିଲେ । ହେଲେ କୋର୍ଟରେ ମଧ୍ୟସ୍ଥତା ପ୍ରକ୍ରିୟାରୁ କିଛି ସୁଫଳ ମିଲିପାରିନଥିଲା । ଏହାପରେ ମାମଲାର ସାକ୍ଷ୍ୟ ଗ୍ରହଣ ପାଇଁ ନିର୍ଦେଶ ଦେଇଥିଲେ ଅଦାଲତ । ତେବେ ମାମଲାରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ପୂର୍ବରୁ ଶେଷ ହୋଇସାରିଛି । ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାସ ଓ ରାମକୃଷ୍ଣ ରଥ ମାମଲାର ପରିଚାଳନା କରୁଛନ୍ତି ।

